Posted inଜାତୀୟ

ମଥୁରାର ମୀନା ମସଜିଦ୍‌ ନେଇ ବିବାଦ…

ମଥୁରା,୮।୧୦ : ମଥୁରାର ଶାହି ଇଦଗହା ମସଜିଦ ଏବଂ ଶ୍ରୀକୃଷ୍ଣ ଜନ୍ମଭୂମିମସଜିଦାନେଇ ବିବାଦ କ୍ରମାଗତଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମାମଲା କୋର୍ଟରେ ବିଚାର କରାଯାଉଛି। ଶାହୀ ଇଦଗାହା ମସଜିଦ ପ୍ରକୃତରେ ଶ୍ରୀକୃଷ୍ଣ ଜନ୍ମଭୂମି ଭାଙ୍ଗି ନିର୍ମିତ ହୋଇଛି କି? ଏହାର ଶୁଣାଣି ଜାରି ରହିଛି। କିନ୍ତୁ ଏଭଳି ପରିସ୍ଥିତିରେ ବର୍ତ୍ତମାନ ଏହି ବିବାଦରେ ଏକ ନୂଆ ମସଜିଦ ପ୍ରବେଶ କରିଛି। ଏହି ମସଜିଦର ନାମ ହେଉଛି ମୀନା ମସଜିଦ। ମୀନା ମସଜିଦ ଶ୍ରୀକୃଷ୍ଣ ଜନଭୂମି ମନ୍ଦିର କମ୍ପ୍ଲେକ୍ସର ଉତ୍ତର ପାର୍ଶ୍ୱରେ ଅବସ୍ଥିତ । ଏହି ମସଜିଦର ବର୍ତ୍ତମାନ ସ୍ଥିତି ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ରେଳ ଲାଇନ ମଧ୍ୟରେ ଅଛି।

ବର୍ତ୍ତମାନ ହିନ୍ଦୁ ମହାସଭା ପକ୍ଷରୁ ମଥୁରା କୋର୍ଟରେ ଏହି ମସଜିଦ ହଟାଇବା ପାଇଁ ଏକ ପିଟିଶନ ଦାଖଲ କରାଯାଇଛି। ଯେଉଁଥିରେ ଦର୍ଶାଯାଇଛି ଯେ ଏହି ମସଜିଦ ବେଆଇନ ଏବଂ ଏହାକୁ ହଟାଯିବା ଉଚିତ। ବାସ୍ତବରେ, ଏହି ମୀନା ମସଜିଦ ଜନ୍ମଭୂମି ପରିସରର ବାହ୍ୟ ପାର୍ଶ୍ୱରେ ଅବସ୍ଥିତ।

ଏହି ମାମଲାରେ ହିନ୍ଦୁ ମହାସଭାର ଜାତୀୟ କୋଷାଧ୍ୟକ୍ଷ ଦୀନେଶ କୌଶିକ ମଥୁରା କୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ସେ କହିଛନ୍ତି ଯେ ୧୯୬୪ ମସିହାରେ ଜନ୍ମଭୂମି ଏବଂ ଇଦଗାହ ମସଜିଦର ନକସାରେ ମୀନା ମସଜିଦ କୌଣସି ସ୍ଥାନରେ ଦୃଶ୍ୟମାନ ହୁଏ ନାହିଁ। ଜନ୍ମଭୂମି ନ୍ୟାସ ଟ୍ରଷ୍ଟ ମଧ୍ୟ ଏହି ମସଜିଦ ଏବଂ ୧୩.୫ ଏକର ଜମି ପାଇଁ ବିଦ୍ୟୁତ ଏବଂ ଜଳ ବିଲ ପ୍ରଦାନ କରେ।
୧୯୬୪ ପରେ ବେଆଇନ ଭାବେ ଏହି ମସଜିଦ ନିର୍ମାଣ କରାଯାଇଛି। ହିନ୍ଦୁ ମହାସଭାର କାର୍ଯ୍ୟକର୍ତ୍ତାମାନେ କହିଛନ୍ତି ଯେ ଯଦି ଆମେ କୋର୍ଟରୁ ନ୍ୟାୟ ପାଇ ନାହୁଁ, ତେବେ ଆମେ ରାସ୍ତାକୁ ଓହ୍ଲାଇ ଏହି ମସଜିଦକୁ ହଟାଇଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri