ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ନେଇ ଦ୍ୱନ୍ଦ୍ୱ

ପୁରୀ ଅଫିସ, ୧୨।୧: ଶ୍ରୀମନ୍ଦିରରେ ଅସରପା ଓ ମୂଷାଙ୍କ ଉତ୍ପାତ ଯୋଗୁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ସୃଷ୍ଟି ହୋଇଥିବା ଆଶଙ୍କା ଦେଖାଦେଇଛି। ଏନେଇ କେତେଜଣ ସେବାୟତ ଅଭିଯୋଗ ଆଣିବା ସହ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଗର୍ଭଗୃହରେ ଅନ୍ଧାରର ସୁଯୋଗ ନେଇ ମୂଷାମାନେ ଉତ୍ପାତ କରୁଛନ୍ତି। ସେହିପରି ରତ୍ନଭଣ୍ଡାର ପରିସରରେ ବହୁ ସଂଖ୍ୟକ ମୂଷା ରହିଛନ୍ତି। ଖାଲି ମୂଷା ନୁହେଁ, ଅସରପାଙ୍କ ପ୍ରାଦୁର୍ଭାବ ମଧ୍ୟ ବୃଦ୍ଧି ପାଉଛି। ଯାହାକୁ ନେଇ ସେବାୟତ ଉଦ୍‌ବେଗ ପ୍ରକାଶ କରିଥିବା ବେଳେ ଶ୍ରୀଅଙ୍ଗ ସୁରକ୍ଷିତ କହି ଦୋଷ ଲୁଚାଉଛି ଶ୍ରୀମନ୍ଦିର ପ୍ରଶାସନ। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗୁଥିବା ନାଗନାଗୁଣି ଦଉଡ଼ିିକୁ ମୂଷାମାନେ କାଟି ଦେଇଥିବା ସେବାୟତ କହୁଥିବାବେଳେ ଶ୍ରୀମନ୍ଦିର ପ୍ରଶାସନର ଏପରି ଉତ୍ତର ସବୁରି ମହଲରେ ଅସନ୍ତୋଷ ସୃଷ୍ଟି କରିଛି। କିଏ ସତ ଏବଂ କିଏ ମିଛ କହୁଛନ୍ତି ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଓ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ସେବାୟତଙ୍କ କହିବା ଅନୁଯାୟୀ, ଶ୍ରୀମନ୍ଦିର ଗର୍ଭଗୃହରେ ବଡ଼ ବଡ ମୂଷାଙ୍କ ଉତ୍ପାତ ଲାଗିରହିଛି। ଦାରୁଦିଅଁଙ୍କ ଶ୍ରୀମସ୍ତକ ଉପରେ ଲାଗିଥିବା କନକମୁଣ୍ଡି ଚାନ୍ଦୁଆରେ ବହୁ ସଂଖ୍ୟକ ମୂଷା ରହିଛନ୍ତି। ସେପଟେ ମହାପ୍ରଭୁଙ୍କ ରାତ୍ରପହୁଡ଼ ପରେ ଅନ୍ଧାରର ସୁଯୋଗ ନେଇ ମୂଷାମାନେ ଠାକୁରଙ୍କ ବସ୍ତ୍ର ଓ ନାଗନାଗୁଣୀ ଦଉଡ଼ିିକୁ କାଟି ଦେଉଛନ୍ତି। ଏଥିଯୋଗୁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଏବେ ସଙ୍କଟରେ ରହୁଛି। ସେପଟେ ପ୍ରତ୍ୟେକ ମାସର କିଛିଦିନ ବ୍ୟବଧାନରେ ମହାପ୍ରଭୁଙ୍କ ବନକଲାଗି ହେଉଥିବାବେଳେ ମୂଷାଙ୍କ ଉତ୍ପାତ ଯୋଗୁ ଶ୍ରୀମୁଖ ପ୍ରତି ବିପଦ ରହୁଥିବା ସେବାୟତ କହିଛନ୍ତି। ତେଣୁ ଖୁବଶୀଘ୍ର ଅଧିକରୁ ଅଧିକ ଯନ୍ତା ବସାଇବାକୁ ଶ୍ରୀମନ୍ଦିର ପ୍ରଶାସନକୁ ସେବାୟତମାନେ ଅନୁରୋଧ କରିଛନ୍ତି। ଦଇତାପତି ସେବକ ବିନାୟକ ଦାସ ମହାପାତ୍ର କହିଛନ୍ତି, ରତ୍ନଚାନ୍ଦୁଆ ଉପରେ ଅନେକ ମୂଷା ରହୁଛନ୍ତି। ମହାପ୍ରଭୁଙ୍କୁ ଲାଗିହେଉଥିବା ମହାପ୍ରସାଦ ଖାଇ ସେମାନେ ବଂଶବୃଦ୍ଧି କରୁଛନ୍ତି। ଭୋଗ ସବୁ ନଳା ପାଖରେ ଜମାହୋଇ ରହୁଛି। ତାକୁ ମଧ୍ୟ ମୂଷାମାନେ ଖାଉଛନ୍ତି। ପ୍ରଶାସନ ପକ୍ଷରୁ କଳାହାଟ ଦ୍ୱାର ପାଖରେ ଯେଉଁ ଯନ୍ତା ବସାଯାଉଛି ସେଥିରେ ମୂଷା ପ୍ରାୟତଃ ପଡୁନାହାନ୍ତି। ତେଣୁ ପ୍ରଶାସନ ଏଥିପ୍ରତି ଧାନ ଦେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଦାରୁବିଗ୍ରହଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ଏବେ ଜଗନ୍ନାଥପ୍ରେମୀଙ୍କ ମନରେ ଅସନ୍ତୋଷ ଭରିଛି। ବଡ଼ସିଂହାର ବେଶ ପରେ ମୂଷାଙ୍କୁ ଆୟତ୍ତ କରିବା ପାଇଁ ବେଳେବେଳେ ପ୍ରଶାସନ ପକ୍ଷରୁ ଯନ୍ତା ବସାଯାଉଥିଲେ ମଧ୍ୟ ତାହା ଯଥେଷ୍ଟ ପଦକ୍ଷେପ ନୁହେଁ ବୋଲି ଭକ୍ତ ମତ ଦେଉଛନ୍ତି। ଶ୍ରୀଅଙ୍ଗ ସୁରକ୍ଷା ପ୍ରତି ପ୍ରାଥମିକତା ଦିଆଯିବା ଉଚିତ ବୋଲି ଭକ୍ତମାନେ ମତ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ କହିଛନ୍ତି, ଗର୍ଭଗୃହ ପରିସରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି। କୌଣସି ଅସୁବିଧା ନାହିଁ। ମୂଷା ଓ ଅସରପାଙ୍କ ନିୟନ୍ତ୍ରଣ ତଥା ପ୍ରତିକାର ପାଇଁ ବ୍ୟବସ୍ଥା କରାଯାଉଛି। ମୁଖ୍ୟତଃ ରଥଯାତ୍ରା ସମୟରେ ଗର୍ଭଗୃହ କାର୍ଯ୍ୟ କରାଯାଉଛି। ସେତେବେଳେ ମୂଷା ଆସିବାକୁ ଥିବା ରାସ୍ତାଗୁଡିକୁ ବନ୍ଦ କରାଯାଇଥାଏ। ସେହିପରିି ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ଶ୍ରୀଅଙ୍ଗରେ ଚୂଆ ଚନ୍ଦନ, କର୍ପୂର ଲାଗିକରାଯାଉଛି। ତେଣୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି କାୈଣସି ବିପଦ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri