ଖୋର୍ଦ୍ଧା ଅଫିସ,୨୭। ୭: ଖୋର୍ଦ୍ଧା ଜିଲା ଜଟଣୀ ଇନ୍ଫୋଭ୍ୟାଲିଠାରେ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ ବାଗ୍ଚୀ-ଶ୍ରୀଶଙ୍କର କର୍କଟ କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନ ଏବଂ ବାଗଚୀ-କରୁଣାଶ୍ରୟ ଉପଶମ ସେବା କେନ୍ଦ୍ରର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଦୁଇ ପ୍ରତିଷ୍ଠାନ ନିର୍ମାଣ ଲାଗି ସରକାର ୪୦ଏକର ଜାଗା ଯୋଗାଇ ଦେଇଛନ୍ତି। ତେବେ ପଟ୍ଟା ପାଇଥିବା ସ୍ଥାନୀୟ ଲୋକଙ୍କ ଜାଗାରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ହେଉଛି ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଅଭିଯୋଗ କରିଛନ୍ତି। ସୋମବାର ବିଧାୟକ ରାଉତରାୟଙ୍କ ନେତୃତ୍ୱରେ ମେଣ୍ଢାଶାଳ, ଯଁାଳା ଦକ୍ଷିଣ ମୁଣ୍ଡମୁହାଣ, ଉତ୍ତର ମୁଣ୍ଡମୁହାଣ, ହରିପୁର ଆଦିି ୪ ମୌଜାର ଶତାଧିକ ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ଅନୁଜ ଦାସ ପଟ୍ଟନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। କ୍ୟାନ୍ସର ହସ୍ପିଟାଲକୁ ବିରୋଧ ନାହିଁ। ଗରିବ ଲୋକଙ୍କ ଜମିରେ ହସ୍ପିଟାଲ ନିର୍ମାଣ କରାଗଲେ ବିରୋଧ କରାଯିବ ବୋଲି ରାଉତରାୟ କହିଛନ୍ତି।
ମୁତାବକ, ଗ୍ରାମାଞ୍ଚଳ ଦରିଦ୍ରତମ ପରିବାରଙ୍କୁ ଅର୍ଥନୈତିକ ପୁନର୍ବସତି ଯୋଜନା(ଇଆର୍ଆର୍ପି)ରେ ୧୯୮୦-୮୧ ମସିହାରେ ରାଜ୍ୟ ସରକାରଙ୍କ କୃଷି ଓ ସମବାୟ ବିଭାଗ ପତ୍ର ସଂଖ୍ୟା ୩୩୦୯୩/୨୧ା୮ା୮୧ ପ୍ରକାରେ ଜମି ଯୋଗାଇ ଦିଆଯାଇଥିଲା। ଇଆର୍ଆର୍ପି ଯୋଜନାରେ ପ୍ରମାଣପତ୍ର ମଧ୍ୟ ଦିଆଯାଇଛି। ସେବେଠାରୁ ଉକ୍ତ ସ୍ଥାନରେ ରହି ଜୀବନ ଜୀବିକା ନିର୍ବାହ କରୁଛନ୍ତି। ୨୦୦୮ରେ ଜଟଣୀ ତହସିଲ କାର୍ଯ୍ୟାଳୟ ପତ୍ରାଙ୍କ ନଂ. ୧୪/୦୮/୩୦ା୬ା ୨୦୦୮ରେ ଚଣ୍ଡିହତା (ହରିପୁର) ମୌଜାରେ ରହୁଥିବା ସର୍ବସାଧାରଣଙ୍କ ଜମିକୁ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଲିଜ୍ ସୂତ୍ରରେ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ୩୦ଦିନ ମଧ୍ୟରେ ଆପତ୍ତି ଅଭିଯୋଗ ଜଣାଇବା ଲାଗି ଇସ୍ତାହାର ବାହାର କରିଥିଲେ। ଜବାବରେ ୪୪ଜଣ ହିତାଧିକାରୀ ଲିଖିତ ଭାବେ ଜଣାଇଥିଲେ ଯେ, ପଟ୍ଟା ପାଇ ୧୯୮୩ ମସିହା ଠାରୁ ଏଠାରେ ରହି ଆସୁଛୁ। ଭୁବନେଶ୍ୱର ତହସିଲଦାରଙ୍କ ମିସ୍ କେସ ନଂ-୧ ଅର୍ଡର ୨୩ା୨ା୧୯୮୩ ଠାରୁ ପ୍ରଜାମାନଙ୍କୁ ଦଖଲ ଦିଆଯାଇଛି। ଏଥିସହ ଖୋର୍ଦ୍ଧା ଜିଲାପାଳଙ୍କ ଆଦେଶ ନଂ. ୧୩୯୨ ତା.୧୦ା୧୨ା୨୦୦୧ ଅନୁଯାୟୀ ଗଛ ପ୍ରତି ରାଜସ୍ବ ୫ଟଙ୍କା ହିସାବରେ ଖଜଣା ଦେଇ ଆସଛୁ। ସରକାରଙ୍କ ବନ୍ଦୋବସ୍ତ ବିଭାଗ ୨୦୦୧ ଠାରୁ ଚଣ୍ଡିହତା ମୌଜାରେ ସମସ୍ତ କାର୍ଯ୍ୟ ଶେଷ କରିଛନ୍ତି। ପ୍ରଜାମାନଙ୍କ ଉପସ୍ଥିିତିରେ ସରଜମିନ ତଦନ୍ତ କରି ନୂଆ ଖାତା, ପ୍ଲଟ, ଖତିଆନ, ଏରିଆ ଏବଂ ନକ୍ସା ମଧ୍ୟ ସଂଶୋଧନ କରି ହିତାଧିକାରୀ(ପ୍ରଜା)ଙ୍କ ନାମରେ ରେକର୍ଡ କରିଛନ୍ତି। ୪୪ଜଣ ହିତାଧିକାରୀ ଅତି ଦରିଦ୍ର, ଦଳିତ ଏବଂ ଆଦିବାସୀ ଶ୍ରେଣୀଭୁକ୍ତ। ଆମ୍ଭେମାନେ ଉକ୍ତ ଜମିରେ ପରିବାର ପୋଷଣ କରୁଛୁ। ଜଟଣୀ ତହସିଲଦାରଙ୍କ ଇସ୍ତାହାର ଜବାବରେ ଅଭିଯୋଗ କରିଥିଲୁ। ଇଆର୍ଆର୍ପିରେ ପାଇଥିବା ଜମିକୁ ସରକାର କ୍ୟାନ୍ସର ହସ୍ପିଟାଲ ପାଇଁ ହସ୍ତାନ୍ତର କରିଛନ୍ତି। କର୍କଟ ହସ୍ପିଟାଲ ନିର୍ମାଣ କରାଯାଉ, ଏଥିରେ ଆପତ୍ତିି ନାହିଁ। ସରକାର ଉପଯୁକ୍ତ ଥଇଥାନର ବ୍ୟବସ୍ଥା କରିବାକୁ ଦାବିରେ ଉଲ୍ଲେଖ ରହିଛି।
Posted inଆମ ଜିଲା ଖବର, କରୋନା ଭାଇରସ୍, ଖୋର୍ଦ୍ଧା View All
ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…
ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…
କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ
ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…
୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…
ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…
କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର
ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…
ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍ପି କହିଲେ ତଦନ୍ତ ଚାଲିଛି
ପୁରୀ,୩ା୪(ଅଜିତ୍ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…
ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …
ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…
ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…
ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…
ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ
କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…
Archives

