Posted inରାଜ୍ୟ

ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ବଢ଼ିଲା ବିବାଦ, ସମସ୍ୟା କରିବ ୧୭(ଏ)

ଭୁବନେଶ୍ୱର,୧।୯(ସୁନିତ୍‌ ମିଶ୍ର): ଓଡ଼ିଶାରେ ଏବେ କାମଚଳା ଡିଜିପିଙ୍କୁ ନେଇ ପୋଲିସବାହିନୀ କାର୍ଯ୍ୟ ଚଳାଇଛି । ଗତ ଅଗଷ୍ଟ ୧୬ ତାରିଖରେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେଲା। ସେହିଦିନ ରାଜ୍ୟର ନୂଆ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ପାଇବା କଥା। ମାତ୍ର ଏହା ପରିବର୍ତ୍ତେ ଆସନ୍ତା ନଭେମ୍ବର ୩ ତାରିଖରେ ଅବସର ନେବାକୁ ଥିବା ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ରଙ୍କୁ କାମଚଳା ଡିଜି ଭାବେ ଅବସ୍ଥାପିତ କରିବାକୁ ରାଜ୍ୟ ସରକାର ବାଧ୍ୟ ହୋଇଛନ୍ତି । ନିର୍ଦ୍ଦିଷ୍ଟ ଜଣେ ଆଇପିଏସ୍‌ ଅଫିସରଙ୍କୁ ପୋଲିସ ମୁଖିଆ ପଦରେ ବସାଇବାର ଇଚ୍ଛା ଯୋଗୁ ବର୍ତ୍ତମାନ ସ୍ଥାୟୀ ଡିଜିପି ନିଯୁକ୍ତ କରିବା ପୂର୍ବରୁ ସରକାରଙ୍କୁ ଆଇନଗତ ଜଟିଳତାର ସମ୍ମୁଖୀନ ହେବାକୁ ପଡୁଛି। ନୂଆ ଡିଜିପି ଚୟନ ପ୍ରକ୍ରିୟାରେ ସରକାର ସ୍ବଚ୍ଛତା ରଖୁ ନ ଥିବା ଅଭିଯୋଗ କରି ବାଲେଶ୍ୱରର ଜୟନ୍ତ ଦାସ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) କରିଛନ୍ତି। ଡିଜିପି ଚୟନ ନେଇ ୨୦୦୬ ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଫଳରେ ଏହି ମାମଲାକୁ ନେଇ ଆସନ୍ତା ୨ ତାରିଖ ଦିନ ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ ହୋଇଛି। ଆଗକୁ ଯେତେଦିନ ଯାଏ ଏ ବିଷୟରେ ସୁପ୍ରିମକୋର୍ଟଙ୍କ ଚୂଡାନ୍ତ ରାୟ ନ ଆସିଛି, ସେପର୍ଯ୍ୟନ୍ତ ରାଜ୍ୟ ସରକାର ସ୍ଥାୟୀ ଡିଜିପି ନିଯୁକ୍ତ କରିପାରିବେ ନାହିଁ ବୋଲି କୁହାଯାଇପାରିବ।

ଓଡ଼ିଶାର ନୂଆ ଡିଜି ଚୟନ ଲାଗି କେତେଗୁଡିଏ ନିୟମ ରହିଛି। ରାଜ୍ୟରେ ଯେତେଜଣ ଆଇପିଏସ୍‌ ଅଫିସର ତାଙ୍କ ଚାକିରିକାଳର ୩୦ ବର୍ଷ ପୂରଣ କରିସାରିଥିବେ ସେମାନଙ୍କ ନାମ ରାଜ୍ୟ ସରକାର କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି)କୁ ପଠାଇଥାଆନ୍ତି। ସେହି ଅଫିସରମାନଙ୍କ ବିରୋଧରେ କୌଣସି ଭିଜିଲାନ୍ସ ବା ଆପରାଧିକ ମାମଲା ନ ଥିବ ଏବଂ ଡିଜିପି ଚୟନ ବେଳକୁ ତାଲିକାରେ ସାମିଲ ଥିବା ଆଶାୟୀ ଆଇପିଏସ୍‌ଙ୍କ କାର୍ଯ୍ୟକାଳ ସର୍ବନିମ୍ନ ୬ ମାସ ଥିବା ଆବଶ୍ୟକ। ୟୁପିଏସ୍‌ସି ସେଥିରୁ ୩ ଜଣଙ୍କ ନାମ ଚୂଡାନ୍ତ କରି ଦେବାପରେ ରାଜ୍ୟ ସରକାର ଜଣଙ୍କୁ ପୋଲିସ ମୁଖିଆ ଭାବେ ନିଯୁକ୍ତ କରିଥାଆନ୍ତି। ସେହିକ୍ରମରେ ଖୁରାନିଆଙ୍କ ଅବସର ପୂର୍ବରୁ ଗତ ମେ ୧୪ ତାରିଖରେ ରାଜ୍ୟ ସରକାର ୟୁପିଏସ୍‌ସି ନିକଟକୁ ୧୧ ଜଣ ଆଇପିଏସ୍‌ ଅଫିସରଙ୍କ ନାମ ପଠାଇଥିଲେ। ବରିଷ୍ଠତା ଦୃଷ୍ଟିରୁ ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଫିସର ସୁଧାଂଶୁ ଷଡ଼ଙ୍ଗୀ, ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ସୁଶାନ୍ତ କୁମାର ନାଥ ଏବଂ ୧୯୯୩ ବ୍ୟାଚ୍‌ର ଆଇପିଏସ୍‌ ଆର୍‌.ପି. କୋଚେ ତାଲିକାର ପ୍ରଥମ ୩ ଜଣଙ୍କ ମଧ୍ୟରେ ରହିଥିଲେ। ଗତ ଅଗଷ୍ଟ ୭ ତାରିଖରେ ୟୁପିଏସ୍‌ସି ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବୈଠକ ବସି ୩ ଜଣିଆ ନାମ ଚୂଡାନ୍ତ ହେବାର ଥିଲା। ମାତ୍ର ୟୁପିଏସ୍‌ସି ସହିତ ବୈଠକ ହେବାର ୪୮ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଅଗଷ୍ଟ ୫ ତାରିଖରେ ସରକାର ତାଙ୍କ ତାଲିକାରୁ ସୁଶାନ୍ତ ନାଥଙ୍କୁ ବାଦ୍‌ ଦେବାକୁ ଚାହିଁଲେ। କାରଣ ବରିଷ୍ଠତା ଦୃଷ୍ଟିରୁ ଆଗରେ ରହିଥିବା ଅଫିସରଙ୍କ ମଧ୍ୟରୁ ଜଣଙ୍କୁ ବାଦ୍‌ ଦିଆଗଲେ ହିଁ ସେମାନଙ୍କ ତଳେ ଆସୁଥିବା ନିର୍ଦ୍ଦିଷ୍ଟ ଜଣେ ଆଇପିଏସ୍‌ଙ୍କୁ ତାଲିକାରେ ସାମିଲ କରାଯାଇପାରି ଥାଆନ୍ତା।
ଏଥିଲାଗି ରାଜ୍ୟ ସରକାର ଗୃହ ବିଭାଗର ଅତିରିକ୍ତ ସଚିବ ତଥା ଆଇଏଏସ୍‌ ଅଫିସର ତ୍ରିଲୋଚନ ମାଝୀ ଅଗଷ୍ଟ ୩ ତାରିଖରେ ନୂଆଦିଲ୍ଲୀର ସିବିଆଇ ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖିଲେ।

ଉକ୍ତ ଚିଠି ଜରିଆରେ, ଓଡ଼ିଶାର ପୋଲିସ ସବ୍‌ଇନ୍‌ସପେକ୍ଟର (ଏସ୍‌ଆଇ) ପରୀକ୍ଷାରେ ହୋଇଥିବା ଜାଲିଆତି ଘଟଣାରେ ତଦନ୍ତର ସ୍ଥିତି ବାବଦରେ ଗୃହ ବିଭାଗ ଜାଣିବାକୁ ଚାହିଁଥିଲା। ଏସ୍‌ଆଇ ପରୀକ୍ଷା ଜାଲିଆତି ଘଟଣାରେ ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ସୁଶାନ୍ତ କୁମାର ନାଥଙ୍କ ଭୂମିକା କ’ଣ ଥିଲା, ତାହା ତଦନ୍ତ ପରିସରଭୁକ୍ତ ଅଛି ନା ନାହିଁ, ତାଙ୍କୁ ଏଥିରେ ଜେରା କରାଯାଇଛି ନା ନାହିଁ ଏବଂ ଏସ୍‌ଆଇ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ସୁଶାନ୍ତଙ୍କ କିଛି ସମ୍ପୃକ୍ତି ଥିବା ନେଇ ସିବିଆଇ କିଛି ତଦନ୍ତ ଚଳାଇଛି କି ବୋଲି ସିବିଆଇଠାରୁ ଗୃହ ବିଭାଗ ଜାଣିବାକୁ ଚାହିଁଲା। ଏହାର ଦିନକ ପରେ ଅର୍ଥାତ୍‌ ଗତ ଅଗଷ୍ଟ ୪ ତାରିଖରେ ସିବିଆଇ ଭିଜିଲାନ୍ସ ସେଲ୍‌ର ଆସିଷ୍ଟାଣ୍ଟ ଆଇଜି ଆଲୋକ କୁମାର ଓଡ଼ିଶା ସରକାରଙ୍କୁ ଚିଠିରେ ଦର୍ଶାଇଲେ, ୨୦୨୫ ଅକ୍ଟୋବର ୫ ଏବଂ ୬ ତାରିଖରେ ହେବାକୁ ଥିବା ଏସ୍‌ଆଇ ପରୀକ୍ଷାର ପରିଚାଳନା ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ(ଓପିଆର୍‌ବି) କରୁଥିଲା। ସେତେବେଳେ ସୁଶାନ୍ତ କୁମାର ନାଥ ଓପିଆର୍‌ବି ଅଧ୍ୟକ୍ଷ ଥିଲେ। ଏସ୍‌ଆଇ ପରୀକ୍ଷା ଅନ୍ତର୍ଗତ ସମସ୍ତ ବିଷୟ ଯଥା ପରୀକ୍ଷା ପରିଚାଳନା କରୁଥିବା ଏଜେନ୍ସି, ଓପିଆର୍‌ବି ଏବଂ ଅନ୍ୟ ସବୁ ଦିଗ ବର୍ତ୍ତମାନ ସିବିଆଇର ତଦନ୍ତ ପରିସରଭୁକ୍ତ ଅଛି।

ଦୁର୍ନୀତି ନିବାରଣ ଆଇନ(ପିସି ଆକ୍ଟ)ର ୧୭(ଏ) ଅନୁଯାୟୀ ପରୀକ୍ଷା କରିବାକୁ ଦାୟିତ୍ୱ ପାଇଥିବା ସଂସ୍ଥା ଆଇଟିଆଇ ଲିମିଟେଡ୍‌ ଅଧିକାରୀଙ୍କୁ ଜେରା କରିବା ପାଇଁ ଅନୁମତି ଲୋଡାଯାଇଛି। ଏନେଇ ଅନୁମତି ପାଇବା ପରେ ସୁଶାନ୍ତ କୁମାର ନାଥଙ୍କୁ ଜେରା କରିବାର ଆବଶ୍ୟକତା ପଡ଼ିପାରେ। ଯୋଗ୍ୟ ଅଧିକାରୀଙ୍କ ଅନୁମତି ପରେ ଏହି ପ୍ରକ୍ରିୟା କରାଯିବ ବୋଲି ସିବିଆଇ ଚିଠିରେ ଦର୍ଶାଇଥିଲା।
ଉଲ୍ଲେଖଯୋଗ୍ୟ, ୨୦୧୮ରେ ହୋଇଥିବା ଦୁର୍ନୀତି ନିବାରଣ ଆଇନ(ପିସି ଆକ୍ଟ) ସଂଶୋଧନର ୧୭(ଏ) ସ୍ପଷ୍ଟ ଭାବେ କହୁଛି ଯେ କୌଣସି ସରକାରୀ ଅଧିକାରୀଙ୍କ ସରକାରୀ କାର୍ଯ୍ୟକୁ ନେଇ ତଦନ୍ତ କରିବାକୁ ହେଲେ ସମ୍ପୃକ୍ତ ରାଜ୍ୟ କିମ୍ବା କେନ୍ଦ୍ରର ଅଧିକାରୀଙ୍କଠାରୁ ଅନୁମତି ଦରକାର। ଏଥିରୁ ବୁଝିବାକୁ ହେବ ଯେ, ଆଇଟିଆଇ ଲିମିଟେଡ ଭଳି ଘରୋଇ ସଂସ୍ଥା ଉପରେ ତଦନ୍ତ କରିବାକୁ ହେଲେ ୧୭(ଏ)ର କୌଣସି ଆବଶ୍ୟକତା ନାହିଁ। ଆଶ୍ଚର୍ଯ୍ୟର ବିଷୟ, ସୁଶାନ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଲାଗି ସିବିଆଇ ଦୁର୍ନୀତି ନିବାରଣ ଆଇନର ୧୭(ଏ) ଅନୁଯାୟୀ ଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କଠାରୁ କୌଣସି ଅନୁମତି ମଧ୍ୟ ଲୋଡିନାହିଁ। ଏସ୍‌ଆଇ ପରୀକ୍ଷାରେ ହୋଇଥିବା ଜାଲିଆତି ଘଟଣାରେ ରାଜ୍ୟ ସରକାର ୨୦୨୫ ସେପ୍ଟେମ୍ବର ୩୦ ତାରିଖରେ କ୍ରାଇମବ୍ରାଞ୍ଚ ତଦନ୍ତ ଲାଗି ନିର୍ଦ୍ଦେଶ ଦେଲେ। ପରେ ଅକ୍ଟୋବର ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାର ସିବିଆଇ ତଦନ୍ତ ହେବ ବୋଲି ଘୋଷଣା କଲେ। ୩୧ ଅକ୍ଟୋବରରେ ସିବିଆଇକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରାଗଲା। ଏହି ଆପରାଧିକ ଘଟଣାରେ ସୁଶାନ୍ତ ନାଥଙ୍କ ବିରୋଧରେ କୌଣସି ଏତଲା ବା ଚାର୍ଜଶିଟ୍‌ ମଧ୍ୟ କରାଯାଇନାହିଁ।

ମାତ୍ର ସିବିଆଇକୁ ତଦନ୍ତ ଦାୟିତ୍ୱ ଦେବାର ପ୍ରାୟ ୧୦ ମାସ ପରେ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ଘଟଣାର ତଦନ୍ତ କେତେବାଟ ଗଲା ବୋଲି ଚିଠି କରାଯିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ସାଧାରଣତଃ ରାଜ୍ୟ ସରକାର ତଦନ୍ତର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ସିବିଆଇକୁ ଚିଠି ଲେଖି ପଚାରିବା କଥାନୁହେଁ। ମାତ୍ର ସିବିଆଇ ଦେଇଥିବା ଚିଠିକୁ ଦେଖାଇ ଗତ ଅଗଷ୍ଟ ୫ ତାରିଖରେ, ଡିଜିପି ଚୟନ ଲାଗି ୟୁପିଏସ୍‌ସିକୁ ଯାଇଥିବା ଆଇପିଏସ୍‌ ଅଫିସରମାନଙ୍କ ତାଲିକା ମଧ୍ୟରୁ ଓଡ଼ିଶା ସରକାର ସୁଶାନ୍ତ କୁମାର ନାଥଙ୍କ ସ୍ବଚ୍ଛତା ପ୍ରମାଣପତ୍ର ପ୍ରତ୍ୟାହାର କରିନେଇଛନ୍ତି। ସରକାରଙ୍କ ଏଭଳି ଆଭିମୁଖ୍ୟକୁ ହିଁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହେବାପରେ ନୂଆ ଡିଜିପି ଚୟନ ପ୍ରସଙ୍ଗ ଅଧାରେ ଅଟକିଯାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧ ସେପ୍ଟେମ୍ବରରୁ କେଉଁ ରାଶିଙ୍କୁ ମିଳିବ ଭାଗ୍ୟର ସାଥ୍‌, କାହା ଉପରେ ପଡିବ ସଙ୍କଟ: ଦେଖିନିଅନ୍ତୁ ୧୨ ରାଶିର…

ସେପ୍ଟେମ୍ବର ମାସର ପ୍ରଥମ ଦିନ ଅର୍ଥାତ୍‌ ୧ ସେପ୍ଟେମ୍ବର ୨୦୨୬ ଅନେକ ରାଶିଙ୍କ ପାଇଁ ନୂଆ ଆଶା, ସଫଳତା ଓ ଖୁସି ନେଇ ଆସିପାରେ। ଗ୍ରହ-ନକ୍ଷତ୍ରଙ୍କ ଚଳନର…

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ପାଲଟିଛି ବସଷ୍ଟାଣ୍ଡ୍‌: ବସ୍‌ ହର୍ନରେ ଅସ୍ତବ୍ୟସ୍ତ ରୋଗୀ

ଦାରିଙ୍ଗବାଡି,୧।୯(ଅରୁଣ ସାହୁ):କନ୍ଧମାଳ ଜିଲାର ବୃହତ ବ୍ଲକ ଭାବେ ଜଣାଶୁଣା ଦାରିଙ୍ଗବାଡିରେ ଏବେ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଯାତ୍ରୀବାହୀ ବସର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ତେବେ…

ଚାଇନା ଗଣମାଧ୍ୟମରେ ଦୃଶ୍ୟ ହେଉନି ନେପାଳ ବନ୍ୟା! ଜିନ ପିଙ୍ଗଙ୍କ ଏକଛତ୍ରବାଦୀ ଶାସନକୁ ନେଇ ହେଉଛି ଆଲୋଚନା, କ’ଣ ରହିଛି ଏହା ପଛର କାରଣ ଜାଣନ୍ତୁ

ବେଜିଂ,୧।୯: ୨୬ ଅଗଷ୍ଟ, ୨୦୨୬ରେ ନେପାଳ-ତିବ୍ଦତ ସୀମାରେ ଘଟିଥିବା ଭୟଙ୍କର ବନ୍ୟା ଏବଂ ମାଟି ଧସିବା କେବଳ ବ୍ୟାପକ କ୍ଷୟକ୍ଷତି ଘଟାଇ ନଥିଲା ବରଂ ଚାଇନାର ସୂଚନା…

ଜିଲା ମୁଖ୍ୟାଳୟ ଚାଲ ଅଭିଯାନ: ସାମିଲ ହେଲେ ଶତାଧିକ ଡ୍ରାଇଭର

ଦାରିଙ୍ଗବାଡି, ୧।୯ (ଅରୁଣ ସାହୁ):ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ମଙ୍ଗଳବାର ଫୁଲବାଣୀ ଠାରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ ପାଇଁ ଶତାଧିକ ଡ୍ରାଇଭର ଦାରିଙ୍ଗବାଡିରୁ ଫୁଲବାଣୀକୁ ଗସ୍ତ…

ତେଲ ବଜାରରେ ବଡ଼ ହଲଚଲ: ସେପ୍ଟେମ୍ବର ୧ରେ ପେଟ୍ରୋଲ-ଡିଜେଲ ଦରରେ…

ନୂଆଦିଲ୍ଲୀ, ୧।୯: ଦିନର ଆରମ୍ଭ ଏବେ କେବଳ ସୂର୍ଯ୍ୟଙ୍କ କିରଣ ସହ ନୁହେଁ, ପେଟ୍ରୋଲ-ଡିଜେଲର ନୂଆ ଦର ସହ ମଧ୍ୟ ହେଉଛି। ଇନ୍ଧନ ଦର ସିଧାସଳଖ ଭାବେ…

ଗୁରୁ-ଶନିଙ୍କ ନବପଞ୍ଚମ ଯୋଗ: ପହିଲାରୁ ଖୋଲିଲା ୫ ରାଶିଙ୍କ ଭାଗ୍ୟ, ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁ ଓ ଶନି ଗ୍ରହଙ୍କ ମଧ୍ୟରେ ଏକ ଶୁଭ ଯୋଗ ସୃଷ୍ଟି ହୋଇଛି। ଗୁରୁ ଓ ଶନି ୧୨୦ ଡିଗ୍ରୀରେ ଅବସ୍ଥିତ ହୋଇ…

ସାବଧାନ! ଆଜିଠୁ ବଦଳିଲା ୭ ବଡ଼ ନିୟମ: କ’ଣ ମହଙ୍ଗା, କ’ଣ ହେଲା ଶସ୍ତା, ଜାଣନ୍ତୁ…

ନୂଆଦିଲ୍ଲୀ, ୧।୯: ସେପ୍ଟେମ୍ବର ୧ ତାରିଖରୁ କେବଳ କ୍ୟାଲେଣ୍ଡରର ପୃଷ୍ଠା ବଦଳିନାହିଁ, ବରଂ ସାଧାରଣ ଲୋକଙ୍କ ଦୈନନ୍ଦିନ ଖର୍ଚ୍ଚ ସହ ଜଡ଼ିତ ଅନେକ ନିୟମ ଓ ଦରରେ…

ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ, ପୁଣି ବନ୍ଦ ହେଲା ୪ ସ୍ଲୁଇସ୍ ଗେଟ୍

​ସମ୍ବଲପୁର,୧।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଫଳରେ ମଙ୍ଗଳବାର ସକାଳେ ପୁଣି ୪ଟି ସ୍ଲୁଇସ୍ ଗେଟ୍ କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri