Posted inଖେଳ

କୁସ୍ତି ମହାସଂଘ ଗଠନର ଦିନକ ନପୁରୁଣୁ ବିବାଦ

ନୂଆଦିଲ୍ଲୀ, ୨୩ା୧୨: ନୂଆ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ଗଠନ ହେବାର ଦିନକ ପରେ ସେଥିରେ ବିବାଦଦେଖାଦେଇଛି। ଜାତୀୟ ଜୁନିୟର ପ୍ରତିଯୋଗିତାକୁ ସ୍ଥଗିତ ରଖିବା ଲାଗି ଏହି କ୍ରୀଡ଼ା ପରିଷଦର ଜେନେରାଲ ସେକ୍ରେଟାରୀ ପ୍ରେମଚାନ୍ଦ ଲୋଚାବ ଦାବି କରିଛନ୍ତି। ପ୍ରତିଯୋଗିତାର ଦିନ ଧାର୍ଯ୍ୟ କରିବା ବେଳେ ସଭାପତି ନିୟମାବଳୀର ଅନୁସରଣ କରୁନାହାନ୍ତି।

୧୫ବର୍ଷରୁ କମ୍‌ ଓ ୨୦ ବର୍ଷରୁ କମ୍‌ ଜାତୀୟ ପ୍ରତିଯୋଗିତା ଡିସେମ୍ବର ୨୮ରୁ ୩୦ ଉତ୍ତରପ୍ରଦେଶର ଗୋଣ୍ଡାଠାରେ ହେବ ବୋଲି ନବଗଠିତ କୁସ୍ତି ମହାସଂଘର ସଭାପତି ସଞ୍ଜୟ ସିଂ ଘୋଷଣା କରିଥିଲେ। ବିଭିନ୍ନ ପଦବୀ ପାଇଁ ନିର୍ବାଚନ ହେବାର କିଛି ଘଣ୍ଟା ପରେ ଏକ ବୈଠକରେ ନବ ନିର୍ବାଚିତ ସଦସ୍ୟମାନେ ଏହି ନିଷ୍ପତ୍ତି ନେଇଛନ୍ତି। ବିପକ୍ଷ ଅନୀତା ଶେଓରାନ ଗୋଷ୍ଠୀ ତରଫରୁ ନିର୍ବାଚନ ଜିତିଥିବା ଆରଏସପିବି (ରେଲଓ୍ବେ ସ୍ପୋଟର୍‌ସ ପ୍ରମୋଶନ ବୋର୍ଡ)ର ପୂର୍ବତନ ସମ୍ପାଦକ ଲୋଚାବ ଏହି ବୈଠକରେ ଯୋଗ ଦେଇ ନ ଥିଲେ। ସମସ୍ତ ନିଷ୍ପତ୍ତି ଡବ୍ଲ୍ୟୁଏଫ୍‌ଆଇ ସେକ୍ରେଟାରୀ ଜେନେରାଲଙ୍କ ଜରିଆରେ ହେବା ଉଚିତ ବୋଲି ସେ କହିଛନ୍ତି। ଜବାବରେ ସଞ୍ଜୟ ସିଂ ତାଙ୍କ ନିଷ୍ପତ୍ତି ଯଥାର୍ଥ ବୋଲି କହିଛନ୍ତି।

ଜୁନିୟର କୁସ୍ତିଯୋଦ୍ଧାଙ୍କ ହିତ ଓ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହା କରାଯାଇଥିବା ସେ କହିଛନ୍ତି। ଡବ୍ଲ୍ୟୁଏଫ୍‌ଆଇ ସମ୍ବିଧାନର ବାଇ-ଲ’ ଅନୁସାରେ ସେ ନିଷ୍ପତ୍ତି ନେଇଛନ୍ତି। ସେକ୍ରେଟାରୀ ଜେନେରାଲ ତାହା ଗ୍ରହଣ କରିବାକୁ ବାଧ୍ୟ ବୋଲି ସେ କହିଛନ୍ତି। ଲୋଚାବ ଶୁକ୍ରବାର ଏହି ପ୍ରସଙ୍ଗରେ ସଞ୍ଜୟ ସିଂକ ନିକଟକୁ ଏକ ଚିଠିି ଲେଖିଥିଲେ। ଜାତୀୟ ଜୁନିୟର ପ୍ରତିଯୋଗିତା କାର୍ଯ୍ୟସୂଚୀରେ ପରିବର୍ତ୍ତନକୁ ନେଇ କିଛି ରାଜ୍ୟ ଆପତ୍ତି ଉଠାଇଛନ୍ତି। ଡବ୍ଲ୍ୟୁଏଫ୍‌ଆଇର ସମ୍ବିଧାନ ଅନୁସାରେ ୨୧ ତାରିଖରେ ନୂଆ କାର୍ଯ୍ୟନିର୍ବାହୀ ପରିଷଦ ଗଠନ ପରେ କାର୍ଯ୍ୟନିର୍ବାହୀ କମିଟିର ବୈଠକ ବସି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

ବ୍ରେକ୍ ଫେଲ୍ ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ୨ ଡ୍ରାଇଭରଙ୍କ ମୃତ୍ୟୁ

ସୁନ୍ଦରଗଡ଼: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି...

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri