ଶ୍ରୀରାମ ନବମୀ ମହୋତ୍ସବ ନେଇ ତୁଟିଲାନି ବିବାଦ, ହାତ ଟେକିଦେଲେ …

କୋକସରା,୪ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରିଚଞ୍ଚରାଠାରେ ଥିବା ମଧୁ ମାଧବ ତୀର୍ଥକ୍ଷେତ୍ରରେ ୧୯୭୨ ମସିହାରୁ ଗୁଡହାଣ୍ଡି ଡୋକରୀଚଞ୍ଚରା ଉନ୍ନୟନ ସମିତି ଗଠନ ହୋଇଥିଲା। ଏଥିରେ କୋକସରା, ଜୟପାଟଣା ଓ ଜୁନାଗଡ ବ୍ଲକର ୩୦ରୁ ଊଦ୍ଧର୍‌ବ ଗାଁର ଶତାଧିକ ସଦସ୍ୟ ରହି ପ୍ରତିବର୍ଷ ଶ୍ରୀରାମ ନବମୀ ମହୋତ୍ସବ ସହିତ ବିଭିନ୍ନ ପର୍ବପର୍ବାଣୀ ପାଳନ କରିଆସୁଛନ୍ତି। ଧର୍ମଗଡ ଫରେଷ୍ଟ ରେଞ୍ଜ ଅଧୀନରେ ଥିବା ସାହାଜଖୋଲ ଜଙ୍ଗଲ ମଧ୍ୟରେ ଏହି ପର୍ଯ୍ୟଟନସ୍ଥଳୀ ରହିଥିବାରୁ ଜଙ୍ଗଲ ବିଭାଗ ଏହାର ବିଭିନ୍ନ ପ୍ରକାର ଉନ୍ନୟନ କାର୍ଯ୍ୟ ସମ୍ପାଦନ କରୁଛି। ହେଲେ ଜଙ୍ଗଲ ବିଭାଗୀୟ ଅଧିକାରୀ ଉନ୍ନୟନ ସମିତିର ବିନା ପରାମର୍ଶରେ ମନଇଚ୍ଛା କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହୋଇଆସୁଛି। ଜଙ୍ଗଲ ବିଭାଗ ଓ ଉନ୍ନୟନ ସମିତି ମଧ୍ୟରେ ଏହାକୁ ନେଇ ବିବାଦ ଲାଗି ରହିଛି। ଡୋକରୀଚଞ୍ଚରା ପରିଚାଳନା ଦାୟିତ୍ୱରେ ଥିବା ଉନ୍ନୟନ ସମିତି ଓ ଡୁଡୁକାଠେଙ୍ଗା ପଞ୍ଚାୟତବାସୀଙ୍କ ମଧ୍ୟରେ ପରିଚାଳନାକୁ ନେଇ ବିଗତ ଦୁଇବର୍ଷ ହେଲା ବିବାଦ ଉପୁଜିଥିଲା। କ୍ରମାଗତ ଭାବେ ଅସନ୍ତୋଷ ବୃଦ୍ଧି ପାଇବା ସହ ଦୁଇ ପକ୍ଷ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଥିଲା। ତେବେ ଚଳିତ ବର୍ଷ ଶ୍ରୀରାମ ନବମୀ ମହୋତ୍ସବ ପାଳନ ପୂର୍ବରୁ ଉନ୍ନୟନ ସମିତିକୁ ବହିଷ୍କାର ଦାବିରେ ଡୁଡୁକାଠେଙ୍ଗା ପଞ୍ଚାୟତବାସୀ ବୁଧବାର ଡୋକରିଚଞ୍ଚରାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ହୋହଲ୍ଲା କରି ପୁରାତନ କମିଟିକୁ ବହିଷ୍କାର ଦାବି କରିଥିଲେ। ଏ ନେଇ ଉନ୍ନୟନ କମିଟି ପକ୍ଷରୁ ଆମପାଣି ଥାନାରେ ଅଭିଯୋଗ ପରେ ଥାନା ପକ୍ଷରୁ ଜିଲା ପ୍ରଶାସନକୁ ଅବଗତ କରାଇଥିଲେ। ଗୁରୁବାର ଧର୍ମଗଡ଼ ଉପଜିଲାପାଳ ଧିମାନ ଚକମାଙ୍କ ନେତୃତ୍ୱରେ ଆମପାଣି ଥାନାରେ ଦୁଇପକ୍ଷର କର୍ମକର୍ତ୍ତାଙ୍କୁ ନେଇ ଏକ ଶାନ୍ତି କମିଟି ବୈଠକ ନେଇ ଆଲୋଚନା ହୋଇଥିଲା। ହେଲେ ଇକୋ ଟୁରିଜମ ଗ୍ରୁପ୍‌ ସଦସ୍ୟମାନେ କୌଣସି ମତେ ରାଜି ହୋଇ ନ ଥିଲେ। ଆଲୋଚନା ବିଫଳ ହେବାରୁ ପ୍ରଶାସନିକ ଅଧିକାରୀମାନେ ବିଳମ୍ବିତ ରାତିରେ ଫେରି ଯାଇଛନ୍ତି। ତେବେ ଶ୍ରୀରାମ ନବମୀ ମହୋତ୍ସବକୁ ମାତ୍ର ୨ ଦିନ ରହିଥିବା ବେଳେ ପୁରାତନ କମିଟି ପକ୍ଷରୁ ସଭାପତି ଭଦ୍ରେଶ୍ୱର ପାତ୍ରଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ଶୁକ୍ରବାର ଉପଜିଲାପାଳ ଧିମାନ ଚକମାଙ୍କ କାର୍ଯ୍ୟାଳୟରେ ପହଞ୍ଚି ଚଳିତ ବର୍ଷ ଶ୍ରୀରାମ ନବମୀ ମହୋତ୍ସବକୁ ପ୍ରଶାସନର ଦାୟିତ୍ୱରେ ନିର୍ବାହ କରିବାକୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ଇକୋ ଟୁରିଜମ ଗ୍ରୁପ ପକ୍ଷରୁ ଶ୍ରୀରାମ ନବମୀ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି। ଆଗକୁ ପ୍ରଶାସନ କି ପଦକ୍ଷେପ ଗ୍ରହଣ କରି ଏହାର ସମାଧାନ କରୁଛି ତାହାକୁ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri