Posted inଜାତୀୟ

ଭାଜପା ନେତାଙ୍କ ଅପିଲ୍‌: ହିନ୍ଦୁମାନେ ଅତିକମ୍‌ରେ ୫ ସନ୍ତାନ କରନ୍ତୁ ଜନ୍ମ

ନୂଆଦିଲ୍ଲୀ,୨୭।୧୦: ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନକୁ ନେଇ ବିତର୍କ ତୀବ୍ର ଚାଲିଥିବାବେଳେ ମିରୁଟର ଜଣେ ଭାଜପା ନେତା ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଭାଜପା ନେତା ବିନିତ ଅଗ୍ରୱାଲ ଶାରଦା ହିନ୍ଦୁମାନଙ୍କୁ ଅତି କମରେ ପାଞ୍ଚଟି ସନ୍ତାନ ଜନ୍ମ କରିବାକୁ ଅପିଲ୍‌ କରିଛନ୍ତି। ସେ କହିଛନ୍ତି, ସମୟ ଆସିଛି ଯେ ହିନ୍ଦୁମାନେ ଆମେ ଦୁଇ, ଆମର ଦୁଇ ନୀତି ତ୍ୟାଗ କରି ଆମେ ଦୁଇ, ଆମର ପାଞ୍ଚ ନୀତି ଗ୍ରହଣ କରିବା ଉଚିତ୍‌। ନଚେତ୍‌ ଦେଶରେ ଦ୍ୱିତୀୟ ପାକିସ୍ତାନ ଦାବି ଆରମ୍ଭ ହେବ ଏଥିରେ ସନ୍ଦେହ ନାହିଁ।
ଗୋବର୍ଦ୍ଧନ ପୂଜା ଅବସରରେ ବିନିତ ଖଟୁ ଶ୍ୟାମ ଜୀ ମନ୍ଦିରରେ ପହଞ୍ଚିଥିଲେ। ଏହି ଅବସରରେ ସେ କହିଥିଲେ, ଯଦି ହିନ୍ଦୁତ୍ୱ ଅଛି ତେବେ ସମସ୍ତ ସମାଜ ଅଛି, ଯଦି ହିନ୍ଦୁତ୍ୱ ନାହିଁ ତେବେ ସମାଜ ନାହିଁ। ହିନ୍ଦୁମାନେ ବର୍ତ୍ତମାନ ଜାଗ୍ରତ ହୁଅନ୍ତୁ। ମୁଁ ହିନ୍ଦୁମାନଙ୍କୁ ଆହ୍ବାନ କରୁଛି ଅତି କମରେ ପାଞ୍ଚ ଜଣ ସନ୍ତାନ ଜନ୍ମ କରନ୍ତୁ। ସେମାନଙ୍କ ମଧ୍ୟରେ ଜଣେ ପିଲାକୁ ରାଜନୈତିକ ଜ୍ଞାନ ଦେବା, ଆଉ ଜଣକୁ ଭଉଣୀ ଏବଂ ଝିଅମାନଙ୍କ ସମ୍ମାନ ପାଇଁ ଲୁହା କିଣିବା ଶିଖାନ୍ତୁ, ଜଣେ ପିଲାକୁ ଆଇଏଏସ, ପିସିଏସ, ଡାକ୍ତର, ଇଞ୍ଜିନିୟର। ଆଉ ଜଣଙ୍କୁ ବ୍ୟବସାୟ କରିବାକୁ ଏବଂ ଆଉ ଜଣେ ପିଲାକୁ ସେନାକୁ ପଠାଇବାକୁ ଶିଖାନ୍ତୁ।
ସୂଚନାଯୋଗ୍ୟ, ଭାଜପା ନେତା ବିନିତ ହେଉଛନ୍ତି ଉତ୍ତରପ୍ରଦେଶ ଭାଜପା ବିଜନେସ ସେଲର ରାଜ୍ୟ ସଂଯୋଜକ। ସେ ତାଙ୍କ ମନ୍ତବ୍ୟ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ଏହାପୂର୍ବରୁ ସେ ଗୋଟିଏ ସେକେଣ୍ଡରେ ୩୬ ଥର ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ଜପ କରିଥିଲେ ଏବଂ ଗୋଟିଏ ନିଶ୍ୱାସରେ ୫୦ ଥର କମଲ କମଲ କହି ଚର୍ଚ୍ଚାକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri