ବିବାଦରେ ଉଚ୍ଛେଦ ପ୍ରକ୍ରିୟା ଶେଷ

ସମ୍ବଲପୁର,୧୧ା୪(ବ୍ୟୁରୋ): ସମ୍ବଲପୁର ସମଲେଇ ମନ୍ଦିର ପାରିପାର୍ଶ୍ୱିକ ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ସମଲେଇ ଯୋଜନା ହାତକୁ ନେଇଛନ୍ତି। ଏହି ଯୋଜନାରେ ସମଲେଇ ମନ୍ଦିର ପାର୍ଶ୍ୱରେ ଥିବା ଘୁନ୍‌ଘୁଟିପଡ଼ା, କମଳିବଜାର ଆଦି ପଡ଼ାର ୧୯୦ରୁ ଊର୍ଦ୍ଧ୍ୱ ପରିବାର ବିସ୍ଥାପିତ ହୋଇଛନ୍ତି। ଜମି ଅଧିଗ୍ରହଣ କରିବା ଏସ୍‌ଏମ୍‌ସି (ସମ୍ବଲପୁର ମହାନଗର ନିଗମ) ପାଇଁ କାଠିକର ପାଠ ହୋଇଥିଲା। ହେଲେ ପ୍ରାୟ ଦେଢ଼ବର୍ଷ ପରେ ସୋମବାର ଉଚ୍ଛେଦ ପ୍ରକ୍ରିୟା ଶେଷ ହୋଇଛି। ଅଧିକୃତ ଜମିକୁ ଠିକା ସଂସ୍ଥାକୁ ହସ୍ତାନ୍ତର କରାଯାଇଥିବା ଏସ୍‌ଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଏବେ ମଧ୍ୟ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ପରିବାର କ୍ଷତିପୂରଣ ପାଇନାହାନ୍ତି। ଏଥିପାଇଁ ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ସମଲେଇ ଯୋଜନା ଉଚ୍ଛେଦ ପ୍ରକ୍ରିୟା ୨୦୨୧ ଏପ୍ରିଲରୁ ଆରମ୍ଭ ହୋଇଥିଲା। ସେ ସମୟରେ ବିଭିନ୍ନ ପଡ଼ାର ବିସ୍ଥାପିତ ପରିବାର ଏହାକୁ ବିରୋଧକରି ଜିଲାପାଳଙ୍କ ଅଫିସ ଘେରାଉ ସହ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ। ପ୍ରଶାସନ ବାରମ୍ବାର ଆଲୋଚନାକରି କେତେକ ପରିବାରକୁ ବୁଝାଇବାରେ ସଫଳ ହୋଇଥିଲା। ହେଲେ କେତେକ ପରିବାରକୁ ବଳପୂର୍ବକ ପୋଲିସ ଲଗାଇ ବିସ୍ଥାପିତ କରି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଶେଷରେ ଏହି କାର୍ଯ୍ୟ ଶେଷ ହୋଇଛି। ଏବେ ଠିକାସଂସ୍ଥା ଧାର୍ଯ୍ୟ ସମୟ ଭିତରେ କାମ ସମ୍ପୂର୍ଣ୍ଣ କରିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ୨୦୨୧ ଫେବୃୟାରୀ ୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ସମଲେଇ ମନ୍ଦିର ଗସ୍ତକରି ଏହି ଯୋଜନା ଘୋଷଣା କରିଥିଲେ। କିଛିଦିନ ପରେ ପ୍ରକଳ୍ପ ପାଇଁ ୨୦୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହୋଇ ନ ଥିଲେ ମଧ୍ୟ ଠିକାସଂସ୍ଥା ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛି। ଏହି ଯୋଜନାରେ ମନ୍ଦିର ପାର୍ଶ୍ୱରେ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ସୁବିଧା, ପ୍ରବେଶ ଦ୍ୱାର, ରିଭର ପଏଣ୍ଟ ଉନ୍ନତି, ୱାଚ୍‌ଟାୱାର, ପାର୍କ, ଭୋଗଘର, ମଣ୍ଡପ ଆଦି ଅତ୍ୟାଧୁନିକ ଢାଞ୍ଚାରେ ନିର୍ମାଣ ହେବ। ଏନ୍‌ଫୋର୍ସମେଣ୍ଟ ଅଧିକାରୀ ଶୁଭଙ୍କର ମହାନ୍ତି କହିଛନ୍ତି, ଉଚ୍ଛେଦ ତାଲିକାରେ ଥିବା ସମସ୍ତ ଘର ଭାଙ୍ଗି ଦିଆଯାଇଛି। ଜମି ହସ୍ତାନ୍ତର ହୋଇଥିବାରୁ ଏବେ କମ୍ପାନୀ ସୁବିଧାରେ କାମ କରିପାରିବ। କ୍ଷତିପୂରଣ ପାଇଁ ଯାହା ବିବାଦୀୟ ରହିଛି ଭୂଅର୍ଜନ ବିଭାଗ ଶୀଘ୍ର ସମାଧାନ କରିଦେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିହାର ନିର୍ବାଚନ ହାରିବା ପରେ CWCର ପ୍ରଥମ ବୈଠକ, ଦିଲ୍ଲୀରେ ମନ୍ଥନ

ନୂଆଦିଲ୍ଲୀ,୨୭।୧୨: ଶନିବାର (ଡିସେମ୍ବର ୨୭) ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକ କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା...

ଭାଜପାକୁ ବଡ଼ ଝଟକା, ମମତାଙ୍କୁ ନେଇ ଟଲିଉଡ ଅଭିନେତ୍ରୀ କହିଲେ…

କୋଲକାତା,୨୭।୧୨: ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟକା ଲାଗିଛି। ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ପୂର୍ବତନ ଭାଜପା ନେତ୍ରୀ ପର୍ଣ୍ଣୋ...

ମକର ସଂକ୍ରାନ୍ତି ପୂର୍ବରୁ ଏହି ୩ ରାଶିର ଚମକିବ ଭାଗ୍ୟ, ଘଟିବାକୁ ଯାଉଛି…

୨୦୨୬ରେ, ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ, ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ମକର...

ନୂଆବର୍ଷରୁ ଏମାନଙ୍କୁ ମିଳିବନି ରାସନ! ଡିସେମ୍ୱର ୩୧ ସୁଦ୍ଧା କରି ନିଅନ୍ତୁ ଏହି କାମ

ନୂଆଦିଲ୍ଲୀ,୨୭।୧୨: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସୂଚନା। ସମସ୍ତ ରାସନ କାର୍ଡ ହିତାଧିକାରୀଙ୍କୁ ଡିସେମ୍ୱର 31 ପୂର୍ୱରୁ ଏହି ଜରୁରୀ କାର୍ଯ୍ୟ ସମାପ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri