ଲଗାଣ ବର୍ଷା: କାଲି ଏସବୁ ଜିଲାରେ ସ୍କୁଲ, କଲେଜ-ଅଙ୍ଗନବାଡ଼ି ବନ୍ଦ, ସତର୍କ ରହିବାକୁ…

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଜିଲାର ଜିଲାପାଳମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଲଗାଣ ବର୍ଷା ଯୋଗୁ ଆସନ୍ତାକାଲି ଯାଜପୁର, କେନ୍ଦୁଝର, ବରଗଡ଼, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲାର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବ।

ଯାଜପୁର ଏବଂ କେନ୍ଦୁଝର ଜିଲାରେ ଲଗାଣ ବର୍ଷାର ପ୍ରଭାବ ଜାରି ରହିଥିବାରୁ ଜିଲ୍ଲାର ସମସ୍ତ ସ୍କୁଲ୍ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଆସନ୍ତାକାଲି ବନ୍ଦ ରହିବ ବୋଲି ସମ୍ପୃକ୍ତ ଜିଲାପାଳମାନେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସମ୍ବଲପୁର ଜିଲାରେ ମଧ୍ୟ ବର୍ଷା ପରିସ୍ଥିତିକୁ ବିଚାରକୁ ନେଇ ଜିଲାର ସମସ୍ତ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆସନ୍ତାକାଲି ବନ୍ଦ ରଖିବାକୁ ଜିଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରଶାସନ ପକ୍ଷରୁ କ୍ଷେତ୍ରସ୍ଥ ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ବେଳେ ବର୍ଷା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Dharitri – Odisha’s No.1 Odia Daily