ରାଜଧାନୀର ଆଉ ୧୨ ଅଞ୍ଚଳ କଣ୍ଟେନ୍‌ମେଣ୍ଟ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜ୍ୟରେ ସଂକ୍ରମଣ ଦୃତ ଗତିରେ ବଢୁଛି । ଏନେଇ ବିଏମ୍‌ସି ପକ୍ଷରୁ ଜୋରଦାର କଟକଣା କରାଯାଉଛି। ତେବେ ରାଜଧାନୀର ଆଉ ୧୨ ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏକାଧିକ କୋଭିଡ ପଜିଟିଭ ବାହାରିବା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଦକ୍ଷିଣ-ପୂର୍ବ ଜୋନର ୬ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ପୁରୁଣା ଭୁବନେଶ୍ୱର ପ୍ଲଟ ନଂ ୧୬୬, ଝାରପଡା ଖୁସି ଆପାର୍ଟମେଣ୍ଟ, ଭୀମଟାଙ୍ଗୀ ଏଚ୍ବି କଲୋନୀ ପ୍ଲଟ ନଂ- ୧୦୭, ୟୁନିଟ-୨ ଅଶୋକନଗର ଆଇଭିଏ -୨୧, ସୁନ୍ଦରପଦା ଆଜାଦ ନଗର ପ୍ଲଟ ନଂ- ୨୫୩୭ ଏବଂ ସହିଦନଗର ପ୍ଲଟ ନଂ -୫୩୧କୁ କଣ୍ଟେନ୍ମେଣ୍ଟ ଜୋନ ଘୋଷଣା କରାଯାଇଛି ।

ସେହିପରି ଦକ୍ଷିଣ-ପଶ୍ଚିମ ଜୋନର କଳିଙ୍ଗ ବିହାର ଏଚଆଇଜି-୪, ଗଣ୍ଡମୁଣ୍ଡା ଗଣେଶ ନଗର ପ୍ଲଟ ନଂ-୬୩ ଏବଂ ଉତ୍ତରର ଜୋନ୍‌ ଜିଜିପି କଲୋନୀର ଶବର ଶାହି, ମଣିତ୍ରିଭୁବନ ଆପାର୍ଟମେଣ୍ଟକୁ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି ସବୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ସବୁ ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ଅତ୍ୟାବଶ୍ୟକୀୟ ଜିନିଷପତ୍ର ଯୋଗାଇଦିଆଯିବ । ଏହା ସହ ସାନିଟାଇଜ କରିବା ସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ହୋମ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।