ଧରିତ୍ରୀ ପ୍ରଭାବ: ହଟିଲା ସୁନ୍ଦରଗଡ଼ ଲୋଗୋ

କେନ୍ଦୁଝର,୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଡିଏମ୍‌ଏଫ୍‌ (ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ) ଅର୍ଥରେ କିଣାଯାଇଥିବା ମୋବାଇଲ ମେଡିକାଲ ୟୁନିଟ୍‌ (ଆମ୍ବୁଲାନ୍ସ) ଗାଡ଼ି କାର୍ଯ୍ୟକ୍ଷମ ନ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ପଡ଼ି ରହିଛି। ଏଥିସହ ଉକ୍ତ ଆମ୍ବୁଲାନ୍ସରେ ସୁନ୍ଦରଗଡ଼ ଡିଏମ୍‌ଏଫ୍‌ ଲୋଗୋ ଲଗାଯାଇଥିଲା। ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ପୁରୁଣା ଲୋଗୋକୁ ହଟାଯାଇ କେନ୍ଦୁଝର ଡିଏମ୍‌ଏଫ୍‌ର ଲୋଗୋ ଲଗାଯାଇଥିବା ଦେଖାଯାଇଛି। ଲୋଗୋ ପରିବର୍ତ୍ତନ ହୋଇଥିଲେ ହେଁ ଗାଡ଼ି ଲୋକାର୍ପଣ କେବେ ହେବ ସୂଚନା ଦିଆଯାଇ ନ ଥିବାରୁ ଅନିଶ୍ଚିତତା ଦେଖାଯାଇଛି।
ପ୍ରକାଶ ଯେ, ଦୀର୍ଘ ପ୍ରାୟ ୯ ମାସ ହେବ କେନ୍ଦୁଝର ଜିଲାର ୧୩ ବ୍ଲକ୍‌ ପାଇଁ ୧୩ ମୋବାଇଲ ଆମ୍ବୁଲାନ୍ସ ୟୁନିଟ୍‌ ଗାଡ଼ି ଡିଏମ୍‌ଏଫ୍‌ ପକ୍ଷରୁ କିଣାଯାଇଥିଲା। ଆମ୍ବୁଲାନ୍ସ ବ୍ଲକ୍‌ସ୍ତରରେ ରହିବ ଏବଂ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଭିନ୍ନ ଗ୍ରାମାଞ୍ଚଳକୁ ଗସ୍ତ କରିବ। ଏଥିପାଇଁ ପ୍ରତ୍ୟେକ ଗାଡ଼ିରେ ଚିକିତ୍ସା ସରଞ୍ଜାମ, ଜଣେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ରହିବା ବ୍ୟବସ୍ଥା କରାଯାଇଥିଲା। ମାତ୍ର ତାହା ବ୍ୟବହାର ନ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପଡ଼ିରହିଛି। ବିଭିନ୍ନ ବ୍ଲକ୍‌ର ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ପହଞ୍ଚାଇବାକୁ କିଣାଯାଇଥିଲେ ହେଁ ପକାଇ ରଖାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ପ୍ରଶାସନ ପକ୍ଷରୁ ଗାଡ଼ିରେ ଲାଗିଥିବା ସୁନ୍ଦରଗଡ ଡିଏମ୍‌ଏଫ୍‌ ଲୋଗୋକୁ ହଟାଇ କେନ୍ଦୁଝର ଡିଏମ୍‌ଏଫ୍‌ ଲୋଗୋ ଲଗାଇ ଦେଇଥିଲେ ହେଁ ଗାଡ଼ି କେବେ ଲୋକାର୍ପଣ ହେବ ତାହାକୁ ନେଇ ଠିକ୍‌ ସୂଚନା ମିଳିନାହିଁ। ଫଳରେ ଗାଡ଼ିଗୁଡ଼ିକର ଫ୍ରି ସର୍ଭିସିଂ ସମୟ ସରିଯାଉଥିବାରୁ ନ ଚାଲିଲେ ବ୍ୟାପକ କ୍ଷତିହେବା ଆଶଙ୍କା ରହିଛି। ଆବଶ୍ୟକତା ନ ଥିଲେ କାହିଁକି ବ୍ୟୟ ବହୁଳ ଖର୍ଚ୍ଚ କରାଗଲା। ତୁରନ୍ତ ବ୍ୟବହାର କରାଯାଇ ନ ଥିବା ଏବଂ ଟ୍ରଷ୍ଟ ବୋର୍ଡ ଅନୁମୋଦନରେ ଓ ଟେଣ୍ଡର କରି କିଣାଯାଇଛି କି ନାହିଁ ସେସବୁର ତଦନ୍ତ ଜିଲାପାଳ କରିବାକୁ ଦାବି ହେଉଛି।  ଏଥିସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କଠାରୁ କ୍ଷତିପୂରଣ ଆଦାୟ କରିବାକୁ ଦାବିକରି ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସାମାଜିକ କର୍ମୀ ଲିଖିତ ଅଭିଯୋଗ (ରେଫରେନ୍ସ ନମ୍ବର ସିଏମ୍‌ଓ ୨୦୨୪୭୨୫୨୪୩) କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

SRCଙ୍କ କଡ଼ା ନିର୍ଦ୍ଦେଶ, ବନ୍ୟା ପ୍ରଭାବିତ ଏହି ୪ ଜିଲାକୁ ମିଳିବ ଚାଉଳ…

ଭୁବନେଶ୍ବର ୨୦।୮: ପ୍ରବଳ ବର୍ଷା ଓ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ…

କାର୍‌ରେ ଟଙ୍କା ନେଇ ଆସୁଥିବା ବେଳେ ବାଟରେ ମାଡିବସିଲା ଭିଜିଲାନ୍ସ

ସୁନ୍ଦରଗଡ଼,୨୦।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲାଠିକଟା ତହସିଲଦାର ମୁରଲୀଧର ଉର୍ମଳ ଗୁରୁବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ତହସିଲଦାର ମୁରଲୀଧର ଲାଠିକଟା ଅଫିସରୁ ରାଉରକେଲା ଆସିବା ବାଟରେ…

ସ୍ବାସ୍ଥ୍ୟକେନ୍ଦ୍ରର ପାଚେରୀ ନିର୍ମାଣ କାର୍ଯ୍ୟରେ ଅନିୟମିତତା

କର୍ଲାମୁଣ୍ଡା;୨୦।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ କୋଟି ଅର୍ଥ…

କଂଗ୍ରେସ ଉପରେ ବର୍ଷିଲେ ଧର୍ମେନ୍ଦ୍ର, ତୁଷ୍ଟୀକରଣ ରାଜନୀତିକୁ ନେଇ….

ନୂଆଦିଲ୍ଲୀ,୨୦ା୮: କଂଗ୍ରେସ ମୁଖ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ‘ବନ୍ଦେ ମାତରମ୍’ ଗାନକୁ ନେଇ ଦେଖାଦେଇଥିବା ବିବାଦ ଏବେ ତୀବ୍ର ହୋଇଛି । ଏହାକୁ ନେଇ କଂଗ୍ରେସକୁ…

ସାତକୋଶିଆ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା; ଅଟୋକୁ ଧକ୍କା ଦେଲା ଥାର୍, ୧୦…

ଆନନ୍ଦପୁର,୨୦।୮((ସୁଶାନ୍ତ କୁମାର ସାହୁ ): ଆନନ୍ଦପୁର ସାତକୋଶିଆ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଥାର୍ ଗାଡିର ଜୋରଦାର ଧକ୍କାରେ ଅଟୋ ଚୁରମାର ହୋଇଯାଇଛି। ଘଟଣାରେ…

ରାଜ୍ୟ ସରକାର ବଢାଇଲେ ପେନଶନ ଲିମିଟ୍‌, ଜାଣନ୍ତୁ କାହାକୁ ମିଳିବ ଲାଭ…

ନୂଆଦିଲ୍ଲୀ,୨୦ା୮: ସରକାରୀ କର୍ମଚାରୀମାନଙ୍କୁ ଅବସର ପରେ ପେନ୍‌ସନ୍ ସୁବିଧା ମିଳିଥାଏ। ପ୍ରତ୍ୟେକ ରାଜ୍ୟ ସରକାର ନିଜ ରାଜ୍ୟର ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ରେ ସମୟ ସମୟରେ ବୃଦ୍ଧି କିମ୍ବା ସଂଶୋଧନ…

‘ଯୁବବର୍ଗ ୧୮ ବର୍ଷରେ ଭୋଟ୍‌ ଦେବା ଅଧିକାର ହେଉଛି ରାଜୀବଙ୍କ ଅବଦାନ’

କେନ୍ଦୁଝର,୨୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଧୁନିକ ଭାରତର ନିର୍ମାତା, ଯୁବ ମାନସର ପ୍ରତୀକ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କର ୮୦ ତମ ଜନ୍ମଜୟନ୍ତୀ ସ୍ଥାନୀୟ…

ପୋଖରୀରେ ଗାଧୋଉଥିଲେ ଯୁବକ, ୨ ରାଉଣ୍ଡ ଗୁଳି ଚଳାଇ ଲୁଟିନେଲେ ବାଇକ

ନୟାଗଡ, ୨୦।୮(ଲୋକନାଥ ମିଶ୍ର): ନୟାଗଡ ଜିଲା ଚାନ୍ଦପୁର ଥାନା କୁସୂପଲାରେ ୨ରାଉଣ୍ଡ ଗୁଳି ଚାଳନା ହୋଇଛି । ପୋଖରୀରେ ଗାଧୋଉ ଥିବା ବେଳେ ଗୁରୁବାର ଅପରାହ୍ନ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri