କଣ୍ଟେଇମୁଣ୍ଡି ବାଇଗଣ ପାଇପାରେ ଜିଆଇ ଟ୍ୟାଗ୍‌ ମାନ୍ୟତା

ନୟାଗଡ଼ ଅଫିସ,୮।୧୨: ନୟାଗଡ଼ର ସ୍ବତନ୍ତ୍ର କିସମର କଣ୍ଟାଯୁକ୍ତ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିପାରେ ଭୌଗୋଳିକ ସଙ୍କେତ ବା ଜିଓ ଗ୍ରାଫିକାଲ୍‌ ଇଣ୍ଡିକେସନ(ଜିଆଇ) ଟ୍ୟାଗ ମାନ୍ୟତା। ଭୁବନେଶ୍ୱରର ଏସ୍‌ଏସ୍‌ଟି ରିସର୍ଚ୍ଚ ସେଣ୍ଟରରେ ମଙ୍ଗଳବାର ଜିଆଇ ଟ୍ୟାଗ ମାନ୍ୟତା ଦେବା ନେଇ ବୈଠକ ହୋଇଥିଲା। ଅନ୍‌ଲାଇନରେ ଜିଆଇ ଟ୍ୟାଗ୍‌ ମାନ୍ୟତା ବିଭାଗର ୪ଜଣ ଅଧିକାରୀ ଉପସ୍ଥିତ ଥିବାବେଳେ ଓ ଭୁବନେଶ୍ୱରକୁ ୫ଜଣ ଅଧିକାରୀ ଆସିଥିଲେ। ଏଠାକୁ ନୟାଗଡ଼ ଜିଲା ପରି ବିଭିନ୍ନ ଜିଲାର କୃଷି ସମ୍ବଦ୍ଧୀୟ ଉପକରଣକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ନେଇ ଦାବି ଉଠିଥିଲା। ନୟାଗଡ଼ ଜିଲାରୁ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଅନିଲ କୁମାର ସ୍ବାଇଁଙ୍କ ସମେତ କେତେଜଣ ଅଧିକାରୀ ଓ କଣ୍ଟେଇମୁଣ୍ଡି ବାଇଗଣ କରୁଥିବା ୨ ଚାଷୀ ଯାଇଥିଲେ। ଆମ ଜିଲା ତରଫରୁ କଣ୍ଟେଇମୁଣ୍ଡି ବାଇଗଣ ଉପରେ ସମ୍ପର୍ଣ୍ଣ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଜିଆଇ ଟ୍ୟାଗ କର୍ତ୍ତୃପକ୍ଷ କଣ୍ଟେଇମୁଣ୍ଟି ବାଇଗଣ ଉପରେ ଆଉ କିଛି ତଥ୍ୟ ମାଗିଥିବା ଜଣାପଡିଛି।

ପ୍ରକାଶଯେ, ଖଣ୍ଡପଡା ବ୍ଳକର କଣ୍ଟିଲୋ ମହାନଦୀ କୂଳେ କୂଳେ କଣ୍ଟେଇମୁଣ୍ଡି ବାଇଗଣ କାହିଁ କେଉଁ କାଳରୁ ଚାଷ ହୋଇ ଆସୁଛି। ଏହା ସ୍ବାଦିଷ୍ଟ ଥିବାରୁ ବିକ୍ରି ବଢ଼ି ଚାଲିଛି। ପରେ ବଡବାଣପୁର, ପଦ୍ମାବତୀ ଓ ଏହାର ଆଖପାଖ ଅଞ୍ଚଳ ସମେତ ନୟାଗଡ ଜିଲାର ବିଭିନ୍ନ ଗଁାରେ ଏହି ଚାଷ ବଢ଼ିଛି। ଏନେଇ ନୟାଗଡ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଅନିଲ କୁମାର ସ୍ବାଇଁ କୁହନ୍ତି କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ଦେବା ପାଇଁ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ୩ ବର୍ଷ ତଳେ ପ୍ରୟାସ ଆରମ୍ଭ ହୋଇଥିଲା। ଏନେଇ ତତ୍‌ କାଳୀନ ଜିଲାପାଳ ପୋମା ଟୁଡୁଙ୍କ ସହ ଆଲୋଚନା କରାଯାଇଥିଲା। ଜିଲାପାଳଙ୍କ ସବୁଜ ସଙ୍କେତ ମିଳିବା ପରେ ଏକ ବୈଠକ କରାଯାଇ ଏଥିରେ ସହମତି ପ୍ରକାଶ ପାଇଥିଲା। ଏପରିକି ଆବଶ୍ୟକୀୟ ଡକ୍ୟୁମେଣ୍ଟସ୍‌ ପ୍ରସ୍ତୁତ କରାଯାଇ ଓଡିଶା ୟୁନିଭରସିଟି ଅଫ୍‌ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି)କୁ ଦିଆଯାଇଥିଲା। ଓୟୁଏଟି ପକ୍ଷରୁ ଆବଶ୍ୟକ କାଗଜାତ ଜିଆଇ ଟ୍ୟାଗ କାର୍ଯ୍ୟାଳୟ ଚେନ୍ନାଇକୁ ପଠାଇଥିଲେ। ଏନେଇ ଭୁବନେଶ୍ୱରରରେ ମଙ୍ଗଳବାର ସମୀକ୍ଷା ହୋଇଛି ବୋଲି କହିଛନ୍ତି। ଏବେ ପୁଣି କଣ୍ଟେଇମୁଣ୍ଡି ବାଇଗଣ ଉପରେ ଡୁକ୍ୟମେଣ୍ଟାରୀ ଓ ଆନାଲେଶିସ କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri