ଜାତୀୟ ରାଜପଥରେ ଜଳିଗଲା ବିସ୍କୁଟ୍‌ ବୋଝେଇ କଣ୍ଟେନର୍‌

ଭଦ୍ରକ ଅଫିସ, ୧୬ା୮- ଭଦ୍ରକ ଜାତୀୟ ରାଜପଥ ସାହାପୁର ଛକ ନିକଟରେ ରବିବାର ସନ୍ଧ୍ୟାରେ ଏକ ବିସ୍କୁଟ ବୋଝେଇ କଣ୍ଟେନର ଜଳିଯାଇଛି।
ସୂଚନା ମୁତାବକ, କଣ୍ଟେନର୍‌ (ନଂ ଓଡି ୦୭ କ୍ୟୁ ୬୨୧୧) ହାଇଦ୍ରାବାଦରୁ କଲିକତା ଅଭିମୁଖେ ଯାଉଥିଲା। ହଠାତ୍‌ ସାହାପୁର ନିକଟରେ ଇଞ୍ଜିନ ଭିତରୁ ଏକ ସାଉଣ୍ଡ ବାହାରି ନିଆଁ ବାହାରୁଥିବା ଡ୍ରାଇଭର ଓ ହେଲ୍‌ପର୍‌ ଜାଣିପାରି ଗାଡ଼ିରୁ ଡେଇଁ ପଡ଼ିଥିଲେ। ଫଳରେ ରାସ୍ତା ମଝିରେ ଗାଡ଼ିଟି ଜଳିବାକୁ ଲାଗିଥିଲା। ଭଦ୍ରକ ଅଗ୍ନିଶମ ବିଭାଗ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲା।