ସଚେତନ ହେବାର ବେଳ

ସାଲ୍‌ଭୋଜ ଜିଜେକ୍‌

ନିକଟରେ କାନାଡାର ମନସ୍ତତ୍ତ୍ୱବିତ୍‌ ତଥା ମିଡିଆ ଫିକ୍ସର ଜୋର୍ଡାନ ପିଟରସନ ‘ରୁଷିଆ ବନାମ ୟୁକ୍ରେନ କିମ୍ବା ପାଶ୍ଚାତ୍ୟରେ ଗୃହଯୁଦ୍ଧ’ ଶୀର୍ଷକ ଏକ ଭିଡିଓରେ ୟୁରୋପରେ ଚାଲିଥିବା ଯୁଦ୍ଧ ସହ ଉଦାରବାଦୀ ମୁଖ୍ୟସ୍ରୋତ ଏବଂ ଉତ୍ତର ଆମେରିକା ଓ ୟୁରୋପର ନୂତନ ଲୋକପ୍ରିୟ ଦକ୍ଷିଣପନ୍ଥୀ ସଂଘର୍ଷର ସମ୍ପର୍କ ଥିବା ସ୍ବୀକାର କରିଥିଲେ। ଯଦିଓ ପିଟରଶନ ଉତ୍ତେଜନାପୂର୍ଣ୍ଣ ଯୁଦ୍ଧ ଲାଗି ଭ୍ଲାଡିମିର ପୁଟିିନ୍‌ଙ୍କୁ ଦୋଷାରୋପ କରିଛନ୍ତି, ତଥାପି ତାଙ୍କ ଦୃଷ୍ଟିକୋଣ ଧୀରେ ଧୀରେ ରୁଷିଆର ସିଦ୍ଧାନ୍ତଗତ ସୁରକ୍ଷା ଆଡକୁ ଏକ ପ୍ରକାର ପରିବର୍ତ୍ତନ ହୋଇଛି। ଦୋସ୍ତୋଭିସ୍କିଙ୍କ ଲେଖାଗୁଡ଼ିକର ଦୃଷ୍ଟାନ୍ତ ଦେଇ ସେ କହିଛନ୍ତି ଯେ, ପାଶ୍ଚାତ୍ୟ ୟୁରୋପୀୟ ସୁଖବାଦୀ ବ୍ୟକ୍ତିବାଦ ରୁଷୀୟ ଆଧ୍ୟାମତ୍ିକତା ତୁଳନାରେ ସାମଗ୍ରିକ ଭାବେ ବହୁତ ନିକୃଷ୍ଟ। ସେ ଆଧୁନିକବାଦ ପୂର୍ବ ସମୟକୁ ମାକ୍ସବାଦର ପରିବର୍ତ୍ତିତ ରୂପ ଭାବେ ବର୍ଣ୍ଣନା କରିଛନ୍ତି, ଯାହା ଖ୍ରୀଷ୍ଟିଆନ ସଭ୍ୟତାର ଭିତ୍ତିଭୂମିକୁ ନଷ୍ଟ କରିବାକୁ ଚାହଁୁଛି। ଏ ଦୃଷ୍ଟିରୁ ବିଚାର କଲେ, ୟୁକ୍ରେନରେ ଚାଲିଥିବା ଯୁଦ୍ଧ ହେଉଛି ପାରମ୍ପରିକ ଖ୍ରୀଷ୍ଟିଆନ ମୂଲ୍ୟବୋଧ ଏବଂ କମ୍ୟୁନିଷ୍ଟ ଅଧପତନର ଏକ ନୂଆ ରୂପ ମଧ୍ୟରେ ପ୍ରତିଯୋଗିତା। ଯେଉଁମାନେ ହଙ୍ଗେରୀର ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନଙ୍କୁ କିମ୍ବା ୬ ଜାନୁୟାରୀ ୨୦୨୧ରେ ଆମେରିକା କ୍ୟାପିଟଲରେ ଜବରଦସ୍ତ ପ୍ରବେଶ କରିବା ଘଟଣାକୁ ଜାଣିଥିବେ ସେମାନେ ଏହି କଥାକୁ ଭଲ ଭାବେ ବୁଝିପାରିବେ। ଏହି ଘଟଣାକୁ ଲକ୍ଷ୍ୟ କରି ସେହି ଦିନ ସିଏନଏନ୍‌ର ଜନ୍‌ ବ୍ଲାକେ କହିଥିଲେ , ଆମେରିକା ବୃଦ୍ଧିପାଇଥିବା ଏକ ଶ୍ୱେତ ଖ୍ରୀଷ୍ଟିଆନ ଜାତୀୟତାବାଦୀ ଆନ୍ଦୋଳନକୁ ସାମ୍ନା କରୁଛି। ଏହି ଆନ୍ଦୋଳନ କୃଷ୍ଣକାୟ ଲୋକ ଓ ଅଣ ଶ୍ୱେତାଙ୍ଗ ପ୍ରବାସୀମାନଙ୍କ ପ୍ରତି ହେଉଥିବା ଲିଙ୍ଗଭେଦ ଏବଂ ଶତ୍ରୁତାକୁ ଲୁଚାଇବା ଲାଗି ଖ୍ରୀଷ୍ଟିଆନ ଶବ୍ଦ ବ୍ୟବହାର କରୁଛି। ଏହା ଶ୍ୱେତ ଖ୍ରୀଷ୍ଟିଆନ ଆମେରିକା ସୃଷ୍ଟି କରିବା ସନ୍ଧାନରେ ରହିଛି। ବିଶ୍ୱସ୍ତରରେ ଉକ୍ତ ଦୃଷ୍ଟିକୋଣ ଏବେ ଧାର୍ମିକ ମୁଖ୍ୟ ସ୍ରୋତରେ ଏତେ ଅଧିକ ପ୍ରବେଶ କରିଛି ଯେ, ବାସ୍ତବରେ ଏହାର ବିଚାରଧାରାକୁ ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରୁଥିବା ଯେ କେହିି ଖ୍ରୀଷ୍ଟିଆନ ଧର୍ମଯାଜକ ସେମାନଙ୍କ କ୍ୟାରିୟରକୁ ବିପଦରେ ପକାଉଛନ୍ତି।
ମୁଖ୍ୟକଥା ହେଉଛି ପିଟରଶନଙ୍କର କମ୍ୟୁନିଷ୍ଟ ବିରୋଧୀ ଭାବ ଏକ ବ୍ୟାପକ ଢାଞ୍ଚାକୁ ସୂଚିତ କରିଛି। ଆମେରିକାରେ ରିପବ୍ଲିକାନ ପାର୍ଟିର ବହୁ ସାଂସଦ ୟୁକ୍ରେନ୍‌କୁ ସମର୍ଥନ କରିବାକୁ ମନା କରିଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥନରେ ଓହିଓରୁ ରିପବ୍ଲିକାନ ପ୍ରାର୍ଥୀ ହୋଇଥିବା ଜେ.ଡି. ଭ୍ୟାନ୍‌ସେ ପ୍ରକାଶ କରିଛନ୍ତି ଯେ ନିଜ ଦେଶର ସମସ୍ୟାକୁ ଅଣଦେଖା କରି ଯୁଦ୍ଧରେ ଆମେରିକାର ଅନେକ ବିଲିୟନ ଡଲାର ସଂସାଧନ ଉପଯୋଗ କରିବା ଏକ ରଣନୀତିକ ବୋକାମି। ଫ୍ଲୋରିଡାରୁ ପ୍ରତିନିଧିତ୍ୱ କରୁଥିବା ହାଉସ ଅଫ ରିପ୍ରେଜେଣ୍ଟେଟିଭର ରିପବ୍ଲିକାନ ସଦସ୍ୟ ମ୍ୟାଟ୍‌ ଗେଟ୍‌ଜେ କହିଛନ୍ତି ଯେ,ଚଳିତ ବର୍ଷ ନଭେମ୍ବରେ ଯଦି ତାଙ୍କ ପାର୍ଟି ଜିତେ ତେବେ ୟୁକ୍ରେନକୁ ସମର୍ଥନ ଦେବ ନାହିଁ। ରୁଷିଆର ଯୁଦ୍ଧ ଏବଂ ଆମେରିକାରେ ଦକ୍ଷିଣପନ୍ଥୀ ସମାନ ପ୍ରକାର ଅଭିଯାନର ସୈନ୍ୟ। ଯଦିଓ ବାମବାଦକୁ ପ୍ରତିରୋଧ କରିବାକୁ ପିଟରସନ ଦାବି କରିଛନ୍ତି, ତଥାପି ସେ ବୈଶ୍ୱକ ପୁଞ୍ଜିବାଦର ପ୍ରମୁଖ ପରିଣାମକୁ ଆକ୍ରମଣ କରିଛନ୍ତି। ୧୫୦ ରୁ ଅଧିକ ବର୍ଷ ପୂର୍ବେ କମ୍ୟୁନିଷ୍ଟ ମାନିଫାଷ୍ଟୋର ପ୍ରଥମ ଅଧ୍ୟାୟରେ ମାର୍କ୍ସ ଓ ଏଞ୍ଜେଲ୍ସ ଉଲ୍ଲେଖ କରିଥିଲେ ଯେ, ପୁଞ୍ଜିପତି ବର୍ଗ ଯେତେବେଳେ କ୍ଷମତା ପାଇଛି ସେତେବେଳେ ସବୁ ସଂଘୀୟ, ପୁରୁଷପ୍ରାଧାନ୍ୟତା, ସୁଖଦ ଓ ଶାନ୍ତିପୂର୍ଣ୍ଣ ସମ୍ପର୍କକୁ ନଷ୍ଟ କରିଦେଇଛି। ସମସ୍ତ ସ୍ଥାୟୀ ତଥା ଦୃଢ ସମ୍ପର୍କ ସମେତ ସେମାନଙ୍କ ପୁରାତନ ଓ ପୂର୍ବଧାରଣାର ସିଦ୍ଧାନ୍ତ ଏବଂ ମତଗୁଡ଼ିକୁ ମାଟିରେ ମିଶାଇଦିଏ। ଯାହା ବି ନୂଆକରି ଗଢି ଉଠେ ଅପ୍ରଚଳିତ ହୋଇଯାଏ। ଏହି ଅନୁଭବକୁ ବାମପନ୍ଥୀ ସଂସ୍କୃତିର ସିଦ୍ଧାନ୍ତକାରୀ ସତର୍କତାର ସହ ଅଣଦେଖା କରିଛନ୍ତି, ଯେଉଁମାନେ ସେମାନଙ୍କ ପୁରୁଷପ୍ରାଧାନ୍ୟ ବିଚାରଧାରାର ବିଶ୍ଳେଷଣ ବା ମୂଲ୍ୟାଙ୍କନ ଓ ତାହାର ଅଭ୍ୟାସ ଉପରେ ଧ୍ୟାନ ଦେଉଛନ୍ତି। ତଥାପି ବ୍ୟକ୍ତିବାଦ ଏହାକୁ ଧୂଳିସାତ କରିଦେଇଥିବାବେଳେ ପୁରୁଷପ୍ରାଧାନ୍ୟ ସାମାଜିକ ବ୍ୟବସ୍ଥା ଶୀର୍ଷରେ ପହଞ୍ଚିଛି। ଅବଶ୍ୟ ବାମପନ୍ଥୀମାନେ ଉଗ୍ର କାନ୍ତିକାରୀ ବୋଲି ଯୁକ୍ତି କରୁଛନ୍ତି। ଏବେ ପ୍ରାକ୍‌ ଆଧୁନିକ ସାମାଜିକ ସମ୍ପର୍କ ଏବଂ ଢାଞ୍ଚାକୁ ନଷ୍ଟ କରିବା ଦ୍ୱାରା ତାହା ମାର୍କ୍ସ ଚିନ୍ତା କରିଥିତ୍ବା ବ୍ୟବସ୍ଥାଠାରୁ ବହୁ ଦୂରକୁ ଚାଲିଯାଇଛି।
ପିଟରସନଙ୍କ ଦୃଷ୍ଟିରେ ବିକଶିତ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଗୃହଯୁଦ୍ଧ ହେଉଛି ବିଶ୍ୱର ଏକା ଗୋଷ୍ଠୀର ପୁଞ୍ଜିବାଦୀ ବ୍ୟବସ୍ଥାର ଦୁଇ ସଂସ୍କରଣ ମଧ୍ୟରେ ଏକ ସଂଘର୍ଷ। ଏହା ଅସଂଯମ ଉଦାର ବ୍ୟକ୍ତିବାଦ ବନାମ ନବ ଫାସୀବାଦୀ ରୂଢିବାଦ ମଧ୍ୟରେ ଏକ ଲଢେଇ। ଏହି ସଂଘର୍ଷ ପୁଞ୍ଜିବାଦୀ ଗତିଶୀଳତା ସହ ପାରମ୍ପରିକ ମୂଲ୍ୟ ଓ ପଦାନୁକ୍ରମକୁ ଏକାଠି କରିବାକୁ ଚାହଁୁଛି। ଏଠାରେ ଦୁଇ ବିରୋଧାଭାସ ରହିଛି। ସାମାଜିକ ସମସ୍ୟା ଉପରେ ପାଶ୍ଚାତ୍ୟ ରାଜନୈତିକ ସଚେତନତା ଶ୍ରେଣୀ ସଂଘର୍ଷକୁ ଦୂର କରୁଛି ବୋଲି ପ୍ରତିପାଦିତ କରୁଛି। ଏକ ଉଦାର ଆଭିଜାତ୍ୟ ବର୍ଗ ସୃଷ୍ଟି କରି ବିପଦରେ ଥିବା ଜାତିଗତ ଏବଂ ଲିଙ୍ଗଗତ ଭେଦଭାବର ଶିକାର ହେଉଥିବା ସଂଖ୍ୟାଲଘୁଙ୍କୁ ରକ୍ଷା କରୁଛି ବୋଲି ଦାବି କରୁଛି। ବାସ୍ତବରେ ତାହାର ରାଜନୈତିକ ଓ ଆର୍ଥିକ କ୍ଷମତାଧାରୀ ସଦସ୍ୟମାନଙ୍କ ଦୃଷ୍ଟି ହଟାଇବାକୁ ଏଭଳି କରୁଛି। ଠିକ୍‌ ଏହି ସମୟରେ ଏଭଳି ଯୁକ୍ତି ଦକ୍ଷିଣପନ୍ଥୀ ଲୋକପ୍ରିୟ ନେତାମାନଙ୍କୁ କର୍ପୋରେଟ ଏବଂ ଅଭିଜାତ୍ୟ ବର୍ଗଙ୍କ ବିରୋଧରେ ଥିବା ଅସଲ ଲୋକଙ୍କ ରକ୍ଷକ ଭାବେ ଦର୍ଶାଇବାକୁ ସୁଯୋଗ ଦେଇଛି। ଏପରି କି ସେମାନେ ମଧ୍ୟ ଆର୍ଥିକ ଓ ରାଜନୀତିର କମାଣ୍ଡିଂ ସ୍ତରରେ ପଦବୀ ଦଖଲ କରୁଛନ୍ତି। ଶେଷରେ ଉଭୟ ପକ୍ଷ ସମ୍ପୂର୍ଣ୍ଣ ଭାବେ ସଲାସୁତୁରା ହୋଇ ଏକ ବ୍ୟବସ୍ଥାକୁ ନଷ୍ଟ କରିବା ଲାଗି ଲଢେଇ କରୁଛନ୍ତି। ଶୋଷିତଙ୍କ ପାଇଁ କୌଣସି ପକ୍ଷ ଠିଆ ହେଉନାହାନ୍ତି କି ଶ୍ରମିକ ଶ୍ରେଣୀର ଏକତା ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହାର ଅର୍ଥ ନୁହେଁ ଯେ,ବାମ ଓ ଦକ୍ଷିଣ ପନ୍ଥୀ ଅଦରକାରୀ ହୋଇଯାଇଛନ୍ତି, ବରଂ ଏକ ରାଜନୈତିକ ଇଞ୍ଜିନ ଭାବେ ଯୁଦ୍ଧ ସଂସ୍କୃତି ଏକ ଶ୍ରେଣୀ ସଂଘର୍ଷକୁ ସୂଚିତ କରିଛି।
ଏଭଳି ସ୍ଥିତି ୟୁରୋପକୁ କେଉଁଠି ପହଞ୍ଚିଇଛି, ସେ ସମ୍ପର୍କରେ ଗାର୍ଡିଆନ ଖବର କାଗଜର ସ୍ତମ୍ଭକାର ସିମନ୍‌ ତିସ୍‌ଦାଲ ଠିକ୍‌ ଛବି ସାମ୍ନାକୁ ଆଣିଛନ୍ତି। ୟୁରୋପକୁ ବୁଡ଼ାଇବା ପୁଟିନଙ୍କ ଲକ୍ଷ୍ୟ ବୋଲି ସେ ଉଲ୍ଲେଖ କରିଛନ୍ତି। ଶକ୍ତି, ଖାଦ୍ୟ, ଶରଣାର୍ଥୀ, ସୂଚନାକୁ ଅସ୍ତ୍ରକରି ରୁଷିଆର ନେତା ଆର୍ଥିକ ଓ ରାଜନୈତିକ ଯନ୍ତ୍ରଣା ବଢାଉଛନ୍ତି। ସଭିଙ୍କ ପାଇଁ ଏକ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିଛନ୍ତି। ପେନସନ ଭୋଗୀଙ୍କୁ ପ୍ରାପ୍ୟ ନ ଦେବା, ପିଲାଙ୍କୁ ଭୋକିଲା ରଖିବା, ସୁପରମାର୍କେଟ ଖାଲି କରିବା, ମୂଲ୍ୟ ଆଶାତୀତ ଭାବେ ବଢାଇବା, ମଜୁରିର ଅବମୂଲ୍ୟାୟନ, ଆନ୍ଦୋଳନ ଓ ରାସ୍ତା ଅବରୋଧ ଶ୍ରୀଲଙ୍କା ଭଳି ସ୍ଥିତିକୁ ସୂଚାଉଛି। ସମ୍ପୂର୍ଣ୍ଣ ପତନ ରୋକିବାକୁ ହେଲେ ସଶସ୍ତ୍ରବଳ ଦ୍ୱାରା ପ୍ରଶାସନକୁ ପୁନର୍ବାର ସକ୍ରିିୟ କରିବା ସହ ଅନ୍ୟ ଦେଶଗୁଡ଼ିକ ସହ ସମନ୍ବୟ ରକ୍ଷା କରି ଶକ୍ତି, ଖାଦ୍ୟ ବଣ୍ଟନକୁ ସଞ୍ଚାଳନ କରିବାକୁ ପଡ଼ିବ। ୟୁରୋପ ମଧ୍ୟ ଅନ୍ୟର କଲ୍ୟାଣ ପାଇଁ ଆଭିଜାତ୍ୟ ଜୀବନକୁ ପଛରେ ପକାଇବାବୁ ହେବ।
ସେ ସତ କହୁଛନ୍ତି। ୟୁରୋପ ଏବେ ବିପଦରେ। ଏହା ସକ୍ରିୟ ହେବା ଦରକାର। କେବଳ ସାମରିକ କ୍ଷେତ୍ରରେ ନୁହେଁ ବରଂ ସାମାଜିକ ଓ ଆଥିର୍ର୍କ କ୍ଷେତ୍ରରେ ସକ୍ରିୟତା ପ୍ରକାଶ କରିବା ଦରକାର। ଆମେ ସଙ୍କଟରୁ ଶିକ୍ଷା କରିବା ଉଚିତ ଓ ଏହାକୁ ବ୍ୟବହାର କରି ଆମ ଜୀବନର ପଥ ବଦଳାଇବା ଆବଶ୍ୟକ। ଏବକାର ସ୍ଥିିତି ଉପରେ ଏବେ ସଚେତନ ହେବାର ବେଳ ଆସିଛି। ଏକ ମୂଲ୍ୟବୋଧକୁ ସ୍ବୀକାର କରିବା ଯାହା ଆମକୁ ଆଗାମୀ ଦଶନ୍ଧିଗୁଡ଼ିକରେ ଆସୁଥିତ୍ବା ଏକ ପରିସଂସ୍ଥାଗତ ବିନାଶରୁ ମଧ୍ୟ ରକ୍ଷା କରିପାରିବ । ଏହା ଆମ ପାଇଁ ଏକ ମାତ୍ର ସୁଯୋଗ ବୋଲି ବିଚାର କରିବାକୁ ହେବ।
ପ୍ରଫେସର ଅଫ୍‌ ଫିଲୋଶଫି,
ୟୁରୋପିଆନ ଗ୍ରାଜୁଏଟ୍‌ ସ୍କୁଲ


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri