ଶୌଚ ପାଇଁ ଗ୍ରାହକ, ବ୍ୟବସାୟୀ ହଟହଟା

ଭୁବନେଶ୍ୱର, ୨୬।୨(ବ୍ୟୁରୋ): ସ୍ବଚ୍ଛ ସର୍ବେକ୍ଷଣରେ ସଫଳତା ପାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନାନା ଯୋଜନା କରାଯାଉଛି। କିନ୍ତୁ ରାଜଧାନୀବାସୀଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ କରୁଥିବା ୟୁନିଟ୍‌-୧ ହାଟରେ ପ୍ରତିଦିନ ହଜାର ହଜାର ଲୋକ ଚଳପ୍ରଚଳ କରୁଥିଲେ ମଧ୍ୟ ଏଠାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ରହିଛି। ବିଏମ୍‌ସି ବ୍ୟବସାୟୀଙ୍କଠାରୁ ବିଭିନ୍ନ ଟ୍ୟାକ୍ସ ନେଉଥିଲେ ମଧ୍ୟ ଶୌଚାଳୟ ଭଳି ମୌଳିକ ସୁବିଧା କରୁ ନ ଥିବାରୁ ବ୍ୟବସାୟୀ ଓ ଗ୍ରାହକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ମହିଳାମାନେ ଏଥିପାଇଁ ବେଶି ସମସ୍ୟାରେ ପଡ଼ିଥା’ନ୍ତି। ହାଟ ଭିତରେ ଥିବା ଶୌଚାଳୟ କେଉଁଠି ଅଳିଆ ଆବର୍ଜନା ଭର୍ତ୍ତି ହୋଇଛି ତ ଆଉ ଶୌଚାଳୟର ପାଣି ଟ୍ୟାପ୍‌ ବନ୍ଦ ହୋଇପଡ଼ିଛି। ପୁଣି ଶୌଚାଳୟ ଭିତରେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ମିଳୁଛି। ଶୌଚାଚୟ ସ୍ଥିତି ଏମିତି ଯେ, ସେଠାରେ ପରିସ୍ରା କରିବା ତ ଦୂରର କଥା ଭିତରକୁ ଗଲେ ବି ସଂକ୍ରମଣ ଭୟ ସୃଷ୍ଟି ହେଉଛି। ରାଜଧାନୀର ସବୁଠାରୁ ପୁରୁଣା ଓ ବୃହତ୍‌ ହାଟରେ ଲୋକଙ୍କ ସୁବିଧା ପାଇଁ କରାଯାଇଥିବା ୟୁରିନାଲ ରକ୍ଷଣାବେକ୍ଷଣା ଅଭାବରୁ ପରିତ୍ୟକ୍ତ ହୋଇ ପଡ଼ିଛି। ପ୍ରଶାସନ କେବଳ ବ୍ଳିଚିଂ ପକାଇ କାମ ସାରିଦେଉଛନ୍ତି। ଏହି ମାର୍କେଟରେ ପ୍ରାୟ ଭିତର ବାହାର ମିଶି ୩୦୦୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀ ଦୈନିକ ପସରା ଖୋଲି ବସୁଛନ୍ତି। ପ୍ରତ୍ୟେକ ଦିନ ହଜାର ହଜାର ଲୋକ ମାର୍କେଟକୁ ଆସୁଛନ୍ତି। ମାତ୍ର ଶୌଚାଳୟ ସମସ୍ୟା କାରଣରୁ ମହିଳାମାନେ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ପୁରୁଷମାନେ ବାହାରେ ଯେଉଁଠି ଖାଲି ଜାଗା ପାଇଲେ ସେଠାରେ ପରିସ୍ରା କରୁଛନ୍ତି। ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟର କବାଟ ନ ଥିବାବେଳେ ଅଖା ଝୁଲାଇ ବ୍ୟବହାର କରାଯାଉଛି। ପରିବା ହାଟ ମଧ୍ୟରେ ଗୋଟିଏ ସରକାରୀ ଦେୟମୁକ୍ତ ଶୌଚାଳୟ ଥିବାବେଳେ ଏହା ଏତେ ସଂଖ୍ୟକ ବ୍ୟସାୟୀ ଓ ଗ୍ରାହକଙ୍କ ପର୍ଯ୍ୟାପ୍ତ ହେଉନାହିଁ। ଫଳରେ ପରିବେଶ ଦୂଷିତ ହେବା ସହ ରାସ୍ତାରେ ମଧ୍ୟ ଯିବା ଆସିବା କରି ହେଉନି ଗନ୍ଧରେ ନାକ ଫାଟି ପଡ଼ୁଛି। ତେବେ ବାଇକ ଷ୍ଟାଣ୍ଡ୍‌ ନିକଟରେ ଏକ ଖୋଲା ୟୁରିନାଲ ନିର୍ମାଣ କରାଯାଇଛି। ତେଣୁ ଲୋକେ ବାହାରେ ପରିସ୍ରା କରୁଛନ୍ତି। ଫଳରେ ଏକ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଉକ୍ତ ବାଟଦେଇ ଯିବା ଆସିବା କରିବା ସମ୍ଭବ ହେଉନାହିଁ। ତେବେ ଲୋକମାନେ ବ୍ୟବହାର କରୁଥିବା ଶୌଚାଳୟକୁ ପରିଷ୍କାର ରଖିବା ଦିଗରେ ମଧ୍ୟ ସଚେତନ ରହୁନାହାନ୍ତି। ପ୍ରଶାସନ ଉପରେ ଦୋଷ ଲଦି ଦେଇ ଏପରି ଅସ୍ବାସ୍ଥ୍ୟକାର ପରିବେଶ ସୃଷ୍ଟିର ମାଧ୍ୟମ ସାଜିଛନ୍ତି।

ସବୁଦିନ ହଜାର ହଜାର ଲୋକ ଯିବାଆସିବା କରୁଛନ୍ତି। ଏଣେତେଣ ପରିସ୍ରା କରି ଯାଉଛନ୍ତି। ସେମାନେ ପଳାଉଛନ୍ତି, କିନ୍ତୁ ଯେଉଁ ପରିବେଶ ସୃଷ୍ଟି କରିଯାଉଛନ୍ତି, ଏଠାକୁ ପ୍ରତିଦିନ ବ୍ୟବସାୟୀଙ୍କ ପାଇଁ ହାନିକାରକ। ପ୍ରଶାସନ ନିଦାବିଷ୍ଣୁ, ଲୋକମାନେ ମଧ୍ୟ ସଚେତନ ହେଉନାହାନ୍ତି। ହଇରାଣ ଆମେମାନେ ହେଉଛୁ।
-ବିକ୍ରମ ମହାପାତ୍ର, ବ୍ୟବସାୟୀ

ବିଏମ୍‌ସି ପକ୍ଷରୁ ଅଧିକ ସଂଖ୍ୟକ ଶୌଚାଳୟ କରାଯିବ ବୋଲି କୁହାଯାଉଛି। କିନ୍ତୁ ବର୍ତ୍ତମାନ ବ୍ୟବସାୟୀ ତଥା ଗ୍ରାହକ ବହୁତ ହଇରାଣ ହେଉଛନ୍ତି। ୧ ନଂ. ହାଟ ବ୍ୟବସାୟୀ ସଂଘ ପକ୍ଷରୁ ଚାଉଳ ଦୋକାନ ଲାଇନ୍‌ ଏବଂ ସାଇକେଲ ଷ୍ଟାଣ୍ଡରେ ଥିବା ଶୌଚାଳୟ ପର୍ଯ୍ୟାପ୍ତ ନୁହେଁ। ମହିଳାମାନେ ଖୁବ୍‌ ହନ୍ତସନ୍ତ ହେଉଛନ୍ତି। ସଂଘ ପକ୍ଷରୁ କରାଯାଇଥିବା ଶୌଚାଳୟର ପରିମଳ ରକ୍ଷା ଦିଗରେ ମଧ୍ୟ ବିଏମ୍‌ସି ପଦକ୍ଷେପ ନେଉନାହିଁ। ଏତେ ଲୋକଙ୍କ ପାଇଁ ଅଧିକ ସଂଖ୍ୟକ ଶୌଚଳାୟର ଆବଶ୍ୟକତା ରହିଛି। ଏଣେତେଣେ ପରିସ୍ରା କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି। ନିୟମିତ ସଫେଇ ସହ ରକ୍ଷଣାବେକ୍ଷଣା ଦିଗରେ ଧ୍ୟାନ ଦିଆଯିବା ଉଚିତ୍‌।
-ଗୟାଧର ସ୍ବାଇଁ, ସଭାପତି, ୟୁନିଟ୍‌-୧ ହାଟ ବ୍ୟବସାୟୀ ସଂଘ

ମହିଳାମାନଙ୍କ କୌଣସି ବ୍ୟବସ୍ଥା ଥିବା ପରି ମନେ ହେଉନାହିଁ। କୌଣସି ଜରୁରୀ ସମୟରେ ମଧ୍ୟ ମହିଳାମାନେ ଶୌଚାଳୟ ସୁବିଧା ପାଇପାରୁନାହାନ୍ତି। ଦୀର୍ଘ ସମୟ ଧରି ଏଠାରେ କିଣାକିଣି କରୁଥିଲେ ମଧ୍ୟ ଶୌଚାଳୟର ବନ୍ଦୋବସ୍ତ ନଥିତ୍ବାରୁ ବହୁତ୍‌ ମହିଳା ସମସ୍ୟାରେ ପଡ଼ୁଛନ୍ତି।
-ବନସ୍ମିତା ମହାପାତ୍ର, ଗ୍ରାହକ


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର, ବିରାଟଙ୍କ ଟେଷ୍ଟ ସନ୍ନ୍ୟାସ ପଛରେ ଥିଲା ଏହି ବ୍ୟକ୍ତିଙ୍କ ହାତ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍‌ପ୍ରେମୀଙ୍କ ମନରେ ରହିଛି…

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

କେଶୁରାରେ ସିରିଜ୍‌ ଦୁର୍ଘଟଣା ନୁହେଁ, ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ, ଫିଲ୍ମ ଷ୍ଟାଇଲ୍‌ରେ…

ଭୁବନେଶ୍ୱର,୧୨ା୧୦: ରାଜଧାନୀର କେଶୁରା ଅଞ୍ଚଳରେ ଘଟିଥିବା ସିରିଜ ଦୁର୍ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍‌। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ପ୍ରଥମେ ଏହାକୁ ସିରିଜ୍‌ ଦୁର୍ଘଟଣା…

କାହିଁକି ବିରୋଧୀ ଦଳକୁ ଭେଟିବାକୁ ମନା କଲେ CJI ସୂର୍ଯ୍ୟ କାନ୍ତ? ଏହି ୫ କାରଣ ମାଧ୍ୟମରେ ବୁଝନ୍ତୁ ସମ୍ପୂର୍ଣ୍ଣ ଘଟଣାକୁ

ନୂଆଦିଲ୍ଲୀ,୧୨।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ବିରୋଧୀ ଦଳର ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟାନ୍ୟ କଂଗ୍ରେସ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?