ଶୌଚ ପାଇଁ ଗ୍ରାହକ, ବ୍ୟବସାୟୀ ହଟହଟା

ଭୁବନେଶ୍ୱର, ୨୬।୨(ବ୍ୟୁରୋ): ସ୍ବଚ୍ଛ ସର୍ବେକ୍ଷଣରେ ସଫଳତା ପାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନାନା ଯୋଜନା କରାଯାଉଛି। କିନ୍ତୁ ରାଜଧାନୀବାସୀଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ କରୁଥିବା ୟୁନିଟ୍‌-୧ ହାଟରେ ପ୍ରତିଦିନ ହଜାର ହଜାର ଲୋକ ଚଳପ୍ରଚଳ କରୁଥିଲେ ମଧ୍ୟ ଏଠାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ରହିଛି। ବିଏମ୍‌ସି ବ୍ୟବସାୟୀଙ୍କଠାରୁ ବିଭିନ୍ନ ଟ୍ୟାକ୍ସ ନେଉଥିଲେ ମଧ୍ୟ ଶୌଚାଳୟ ଭଳି ମୌଳିକ ସୁବିଧା କରୁ ନ ଥିବାରୁ ବ୍ୟବସାୟୀ ଓ ଗ୍ରାହକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ମହିଳାମାନେ ଏଥିପାଇଁ ବେଶି ସମସ୍ୟାରେ ପଡ଼ିଥା’ନ୍ତି। ହାଟ ଭିତରେ ଥିବା ଶୌଚାଳୟ କେଉଁଠି ଅଳିଆ ଆବର୍ଜନା ଭର୍ତ୍ତି ହୋଇଛି ତ ଆଉ ଶୌଚାଳୟର ପାଣି ଟ୍ୟାପ୍‌ ବନ୍ଦ ହୋଇପଡ଼ିଛି। ପୁଣି ଶୌଚାଳୟ ଭିତରେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ମିଳୁଛି। ଶୌଚାଚୟ ସ୍ଥିତି ଏମିତି ଯେ, ସେଠାରେ ପରିସ୍ରା କରିବା ତ ଦୂରର କଥା ଭିତରକୁ ଗଲେ ବି ସଂକ୍ରମଣ ଭୟ ସୃଷ୍ଟି ହେଉଛି। ରାଜଧାନୀର ସବୁଠାରୁ ପୁରୁଣା ଓ ବୃହତ୍‌ ହାଟରେ ଲୋକଙ୍କ ସୁବିଧା ପାଇଁ କରାଯାଇଥିବା ୟୁରିନାଲ ରକ୍ଷଣାବେକ୍ଷଣା ଅଭାବରୁ ପରିତ୍ୟକ୍ତ ହୋଇ ପଡ଼ିଛି। ପ୍ରଶାସନ କେବଳ ବ୍ଳିଚିଂ ପକାଇ କାମ ସାରିଦେଉଛନ୍ତି। ଏହି ମାର୍କେଟରେ ପ୍ରାୟ ଭିତର ବାହାର ମିଶି ୩୦୦୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀ ଦୈନିକ ପସରା ଖୋଲି ବସୁଛନ୍ତି। ପ୍ରତ୍ୟେକ ଦିନ ହଜାର ହଜାର ଲୋକ ମାର୍କେଟକୁ ଆସୁଛନ୍ତି। ମାତ୍ର ଶୌଚାଳୟ ସମସ୍ୟା କାରଣରୁ ମହିଳାମାନେ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ପୁରୁଷମାନେ ବାହାରେ ଯେଉଁଠି ଖାଲି ଜାଗା ପାଇଲେ ସେଠାରେ ପରିସ୍ରା କରୁଛନ୍ତି। ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟର କବାଟ ନ ଥିବାବେଳେ ଅଖା ଝୁଲାଇ ବ୍ୟବହାର କରାଯାଉଛି। ପରିବା ହାଟ ମଧ୍ୟରେ ଗୋଟିଏ ସରକାରୀ ଦେୟମୁକ୍ତ ଶୌଚାଳୟ ଥିବାବେଳେ ଏହା ଏତେ ସଂଖ୍ୟକ ବ୍ୟସାୟୀ ଓ ଗ୍ରାହକଙ୍କ ପର୍ଯ୍ୟାପ୍ତ ହେଉନାହିଁ। ଫଳରେ ପରିବେଶ ଦୂଷିତ ହେବା ସହ ରାସ୍ତାରେ ମଧ୍ୟ ଯିବା ଆସିବା କରି ହେଉନି ଗନ୍ଧରେ ନାକ ଫାଟି ପଡ଼ୁଛି। ତେବେ ବାଇକ ଷ୍ଟାଣ୍ଡ୍‌ ନିକଟରେ ଏକ ଖୋଲା ୟୁରିନାଲ ନିର୍ମାଣ କରାଯାଇଛି। ତେଣୁ ଲୋକେ ବାହାରେ ପରିସ୍ରା କରୁଛନ୍ତି। ଫଳରେ ଏକ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଉକ୍ତ ବାଟଦେଇ ଯିବା ଆସିବା କରିବା ସମ୍ଭବ ହେଉନାହିଁ। ତେବେ ଲୋକମାନେ ବ୍ୟବହାର କରୁଥିବା ଶୌଚାଳୟକୁ ପରିଷ୍କାର ରଖିବା ଦିଗରେ ମଧ୍ୟ ସଚେତନ ରହୁନାହାନ୍ତି। ପ୍ରଶାସନ ଉପରେ ଦୋଷ ଲଦି ଦେଇ ଏପରି ଅସ୍ବାସ୍ଥ୍ୟକାର ପରିବେଶ ସୃଷ୍ଟିର ମାଧ୍ୟମ ସାଜିଛନ୍ତି।

ସବୁଦିନ ହଜାର ହଜାର ଲୋକ ଯିବାଆସିବା କରୁଛନ୍ତି। ଏଣେତେଣ ପରିସ୍ରା କରି ଯାଉଛନ୍ତି। ସେମାନେ ପଳାଉଛନ୍ତି, କିନ୍ତୁ ଯେଉଁ ପରିବେଶ ସୃଷ୍ଟି କରିଯାଉଛନ୍ତି, ଏଠାକୁ ପ୍ରତିଦିନ ବ୍ୟବସାୟୀଙ୍କ ପାଇଁ ହାନିକାରକ। ପ୍ରଶାସନ ନିଦାବିଷ୍ଣୁ, ଲୋକମାନେ ମଧ୍ୟ ସଚେତନ ହେଉନାହାନ୍ତି। ହଇରାଣ ଆମେମାନେ ହେଉଛୁ।
-ବିକ୍ରମ ମହାପାତ୍ର, ବ୍ୟବସାୟୀ

ବିଏମ୍‌ସି ପକ୍ଷରୁ ଅଧିକ ସଂଖ୍ୟକ ଶୌଚାଳୟ କରାଯିବ ବୋଲି କୁହାଯାଉଛି। କିନ୍ତୁ ବର୍ତ୍ତମାନ ବ୍ୟବସାୟୀ ତଥା ଗ୍ରାହକ ବହୁତ ହଇରାଣ ହେଉଛନ୍ତି। ୧ ନଂ. ହାଟ ବ୍ୟବସାୟୀ ସଂଘ ପକ୍ଷରୁ ଚାଉଳ ଦୋକାନ ଲାଇନ୍‌ ଏବଂ ସାଇକେଲ ଷ୍ଟାଣ୍ଡରେ ଥିବା ଶୌଚାଳୟ ପର୍ଯ୍ୟାପ୍ତ ନୁହେଁ। ମହିଳାମାନେ ଖୁବ୍‌ ହନ୍ତସନ୍ତ ହେଉଛନ୍ତି। ସଂଘ ପକ୍ଷରୁ କରାଯାଇଥିବା ଶୌଚାଳୟର ପରିମଳ ରକ୍ଷା ଦିଗରେ ମଧ୍ୟ ବିଏମ୍‌ସି ପଦକ୍ଷେପ ନେଉନାହିଁ। ଏତେ ଲୋକଙ୍କ ପାଇଁ ଅଧିକ ସଂଖ୍ୟକ ଶୌଚଳାୟର ଆବଶ୍ୟକତା ରହିଛି। ଏଣେତେଣେ ପରିସ୍ରା କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି। ନିୟମିତ ସଫେଇ ସହ ରକ୍ଷଣାବେକ୍ଷଣା ଦିଗରେ ଧ୍ୟାନ ଦିଆଯିବା ଉଚିତ୍‌।
-ଗୟାଧର ସ୍ବାଇଁ, ସଭାପତି, ୟୁନିଟ୍‌-୧ ହାଟ ବ୍ୟବସାୟୀ ସଂଘ

ମହିଳାମାନଙ୍କ କୌଣସି ବ୍ୟବସ୍ଥା ଥିବା ପରି ମନେ ହେଉନାହିଁ। କୌଣସି ଜରୁରୀ ସମୟରେ ମଧ୍ୟ ମହିଳାମାନେ ଶୌଚାଳୟ ସୁବିଧା ପାଇପାରୁନାହାନ୍ତି। ଦୀର୍ଘ ସମୟ ଧରି ଏଠାରେ କିଣାକିଣି କରୁଥିଲେ ମଧ୍ୟ ଶୌଚାଳୟର ବନ୍ଦୋବସ୍ତ ନଥିତ୍ବାରୁ ବହୁତ୍‌ ମହିଳା ସମସ୍ୟାରେ ପଡ଼ୁଛନ୍ତି।
-ବନସ୍ମିତା ମହାପାତ୍ର, ଗ୍ରାହକ


Enter your email to get our daily news in your inbox.

All Right Reserved By Dharitri.Com

ଏକତରଫା ପ୍ରେମର ଭୟଙ୍କର ପରିଣତି, ସ୍ତ୍ରୀଙ୍କୁ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ କଲେ ସ୍ୱାମୀ

ଭୁବନେଶ୍ୱର,୫।୫: ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା। ପ୍ରେମରେ ବିଫଳ ହେବାରୁ, ଗାଡ଼ି ଚଢାଇ ହତ୍ୟା ଯୋଜନା କଲା ଅଭିଯୁକ୍ତ। ସ୍ତ୍ରୀକୁ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ...

ଘରେ ମରାମତି କରୁଥିବା ବେଳେ ଅଘଟଣ: ପୁଅଙ୍କୁ ବିଦ୍ୟୁତ୍‌ ଆଘାତରୁ ବଞ୍ଚାଇବାକୁ ଯାଇ ବାପା ମୃତ, ମା’ ଗୁରୁତର

ଯାଜପୁର,୫।୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ରୋଡ଼ ଥାନା ବେଙ୍ଗପାଟିଆ ଗ୍ରାମରେ ରବିବାର ଅଘଟଣ ଘଟିଛି। ବିଦ୍ୟୁତ୍‌ ଆଘାତରେ ବାପ ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’...

ପାଣ୍ଡିଆନଙ୍କ ବ୍ରହ୍ମପୁର ସମ୍ପର୍କ, କହିଲେ ଝିଅ ପାଇଛି ଏହିଠୁ…

ଭୁବନେଶ୍ୱର,୫।୫: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନ ୪ଟି ଜିଲାର ୩ ଲୋକ ସଭା ଆସନରେ ମାରାଥନ ପ୍ରଚାର କରିଛନ୍ତି।...

ଘରୁ ମତଦାନ କରିବେ ବରିଷ୍ଠ ମତଦାତା

ଭୁବନେଶ୍ୱର,୫ା୫(ଅନିଲ ଦାସ): ପ୍ରତିଟି ଭୋଟ ମୂଲ୍ୟବାନ। ଭାରତୀୟ ଗଣତନ୍ତ୍ରକୁ ପରିପୁଷ୍ଟ କରିବାରେ ପ୍ରତି ଭୋଟରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଯେଉଁ ମତଦାତାମାନେ ମତଦାନ କେନ୍ଦ୍ରକୁ...

‘ସର୍ଭେ ନାମରେ ହିତାଧିକାରୀ ଆଧାରିତ ଯୋଜନା ବନ୍ଦ କର’

ଭୁବନେଶ୍ୱର,୫ା୫(ଅନିଲ ଦାସ): ଚଳିତ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ନିରପେକ୍ଷ ଓ ସ୍ବଚ୍ଛ କରିବା ପାଇଁ ଭାରତ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧିର...

ହାତ ମିଶାଇଲେ ସୌମ୍ୟ-ଅନୁଭବ, ଖଣ୍ଡପଡ଼ାରେ ହେବ ବଡ଼ ଲଢେଇ

ବ୍ରହ୍ମପୁର,୫।୫: ଖଣ୍ଡପଡ଼ାରେ ରୋଚକ ହେଉଛି ବିଧାନସଭା ଲଢେଇ। ହାତ ମିଶାଇଛନ୍ତି ବିଜେଡିରୁ ନିଲମ୍ବିତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ।...

କୁକୁଡ଼ାଫାର୍ମ ଗନ୍ଧରେ ଅତିଷ୍ଠ ବସ୍ତିବାସିନ୍ଦା

ରାଉରକେଲା,୫ା୫(ବିପ୍ଲବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଓ୍ବାର୍ଡ ନଂ. ୪ରେ ଥିବା ପ୍ରଧାନପାଲି ବସ୍ତି ନିକଟରେ କୁକୁଡ଼ାଫାର୍ମ ରହିଛି। ଫଳରେ ବସ୍ତି ପରିବେଶ ପ୍ରଦୂଷିତ ହେଉଥିବା...

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,୫।୫ (ସନାତନ ରାଉତ)ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri