ଗ୍ରାହକଙ୍କ ଚାହିଦା ସର୍ବୋଚ୍ଚ ପ୍ରାଥମିକତା

ଅନେକ ବାଧାବିଘ୍ନ ଅତିକ୍ରମ କରି ୯୦ ଦଶକରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ଆରମ୍ଭ କରିଥିଲେ ‘ଗ୍ରୀନ୍‌ ଚିଲିଜ୍‌’। ଦୃଢ଼ ଇଚ୍ଛାଶକ୍ତି ତଥା ଅକ୍ଳାନ୍ତ ପରିଶ୍ରମ ବଳରେ ସେହି ଅନୁଷ୍ଠାନ ଆଜି ଏକ ଲୋକପ୍ରିୟ ଫୁଡ୍‌କୋର୍ଟ ଓ ଗ୍ରୀନ୍‌ ଚିଲିଜ୍‌ ଗ୍ରୁପ୍‌ରେ ପରିଗଣିତ ହୋଇଛି। ଉକ୍ତ ଫୁଡ୍‌ ଚେନ୍‌ର ପ୍ରତିଷ୍ଠାତା ଏମ୍‌. କେଶବ ରାଓ ନିଜ ସଂଘର୍ଷମୟ ଯାତ୍ରାର ଅନୁଭୂତି ଧରିତ୍ରୀ ସହ ବାଣ୍ଟିଛନ୍ତି।

ଗ୍ରୀନ୍‌ ଚିଲିଜ୍‌ର ଯାତ୍ରା କିପରି ଆରମ୍ଭ ହୋଇଥିଲା?
କମ୍‌ ବୟସରେ ପାଠପଢ଼ା ଛାଡ଼ି ପରିବାର ପ୍ରତିପୋଷଣ ପାଇଁ ସହର ସହର ବୁଲି କାମ ଖୋଜୁଥିଲି। ରାସ୍ତାକଡ଼ର ଠେଲା ଓ ଫୁଡ୍‌ କାଉଣ୍ଟରଗୁଡ଼ିକରୁ ଖାଦ୍ୟ ଖାଇ ଜୀବନ ଅତିବାହିତ କରୁଥାଏ। ଏହା ମଧ୍ୟରେ ମନରେ ଅନେକ ସ୍ବପ୍ନ ଧରି ଭୁବନେଶ୍ୱରକୁ ଫେରି ବେପାର କରିବାକୁ ଇଚ୍ଛା ହେଲା। ତା’ ପରେ ଆରମ୍ଭ ହୋଇଥିଲା ଏକ ନୂତନ ଅଧ୍ୟାୟ। ୧୯୯୯ ଜୁଲାଇରେ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକରେ ବିଏମ୍‌ସି ଓ ଓପଲଫେଡ୍‌ ସହାୟତାରେ ଏକ ବୁଥ୍‌ରେ ଆରମ୍ଭ କରିଥିଲି ଫାଷ୍ଟଫୁଡ୍‌ ବ୍ୟବସାୟ। କିଛିଦିନ ପରେ ମହାବାତ୍ୟା ମୋ ଦୋକାନ ଘରକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଲା। ହେଲେ ମୁଁ ହାର ନ ମାନି ପୁଣି ବ୍ୟବସାୟ ଆରମ୍ଭ କରିଥିଲି। ଗତ ୨୩ ବର୍ଷର ବ୍ୟବସାୟ ମଧ୍ୟରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ଭରସାରେ ଆଗେଇ ଚାଲିଛି। ବର୍ତ୍ତମାନ ଗ୍ରୀନ୍‌ ଚିଲିଜ୍‌ ଏକ ଗ୍ରୁପ୍‌ରେ ପରିଣତ ହେବା ସହ ସାରା ଦେଶରେ ସ୍ବତନ୍ତ୍ର ଫାଷ୍ଟଫୁଡ୍‌ ୟୁନିଟ୍‌ର ସୁନାମ ପାଇଛି।
ଗ୍ରୀନ୍‌ ଚିଲିଜ୍‌ର ସଫଳତା ପଛର ରହସ୍ୟ କ’ଣ?
ସଫଳତା ଦିନକରେ ମିଳେନାହିଁ। ୫ ବର୍ଷର ପରିଶ୍ରମ ଓ ଗୁଣାତ୍ମକ ଖାଦ୍ୟ ସାଙ୍ଗକୁ ଲୋକସମ୍ପର୍କ ଯୋଗୁ ଏହା ସମ୍ଭବ ହୋଇଛି। ସେହିଭଳି ଗ୍ରାହକଙ୍କ ଚାହିଦା ପୂରଣ ଓ ବୃତ୍ତିକୁ ବ୍ରତ ବୋଲି ଭାବିବା ସହ ସାଧୁତାକୁ ମଧ୍ୟ ଗୁରୁତ୍ୱ ଦେଇଆସିଛି। ଫଳରେ ଉଭୟ ଗ୍ରାହକ ଓ କର୍ମଚାରୀଙ୍କ ପ୍ରିୟପାତ୍ର ହେବା ସହିତ ସଫଳତାର ସ୍ବାଦ ଚାଖିବା ଆରମ୍ଭ କରିଥିଲି।
ଆପଣଙ୍କ ଆଗାମୀ ଯୋଜନା କ’ଣ ରହିଛି?
ବିନା ଯୋଜନାରେ ବ୍ୟବସାୟ କରିବା କଷ୍ଟକର। ଗତ ୨ ବର୍ଷରେ କୋଭିଡ୍‌ ମହାମାରୀର ପ୍ରଭାବ ଖାଦ୍ୟ ବ୍ୟବସାୟୀଙ୍କ ଉପରେ ଅନେକ ମାତ୍ରାରେ ପଡ଼ିଛି। ବ୍ୟବସାୟ ବନ୍ଦ ରହିଥିଲେ ମଧ୍ୟ କର୍ମଚାରୀ ଓ ପରିବାର ପ୍ରତିପୋଷଣ ଦାୟିତ୍ୱ ଥିଲା। ଏହାରି ମଧ୍ୟରେ କିଛି ପରିମାଣରେ କାରବାରରେ ସୁଧାର ଆସିଛି। ସମୟ ଠିକ୍‌ ରହିଲେ ଭୁବନେଶ୍ୱରବାସୀ ଗ୍ରୀନ୍‌ ଚିଲିଜ୍‌ ପକ୍ଷରୁ ଆଉ ଏକ ନୂଆ ପ୍ଲାଟ୍‌ଫର୍ମ ‘ଗୋଲ୍ଡେନ ଚିଲି’ରୁ ସୁଷମ ଓ ସ୍ବାଦିଷ୍ଟ ଖାଦ୍ୟର ମଜା ଉଠାଇପାରିବେ। ଉଭୟ ଗ୍ରୀନ୍‌ ଚିଲିଜ୍‌ ଏବଂ ଗୋଲ୍ଡେନ ସହ ଏହାର କ୍ୟାଟରିଙ୍ଗ ସୁବିଧା ଓ ସେବା ମଧ୍ୟ ଦେଶବାସୀଙ୍କୁ ଯୋଗାଇବା ଯୋଜନା ରହିଛି।
ଗ୍ରୀନ୍‌ ଚିଲିଜ୍‌ର ବୈଶିଷ୍ଟ୍ୟ କ’ଣ?
ଗ୍ରୀନ୍‌ ଚିଲିଜ୍‌ର ଅନେକ ବୈଶିଷ୍ଟ୍ୟ ରହିଛି, ସେଥିମଧ୍ୟରୁ ଭିନ୍ନ ଭିନ୍ନ ରାଜ୍ୟର ସଂଜ୍ଞା ବହନ କରୁଥିବା ବିରିୟାନି ଏବଂ ରୋଲ୍‌ର ଚାହିଦା ବେଶ୍‌ ଭଲ ରହିଛି। ସବୁ ବ୍ୟବସାୟରେ ମୁଖ୍ୟ ହେଉଛନ୍ତି ଗ୍ରାହକ। କିନ୍ତୁ ଗ୍ରୀନ୍‌ ଚିଲିଜ୍‌ରେ କୌଣସି ବର୍ଗ କିମ୍ବା ସ୍ବତନ୍ତ୍ର ଗ୍ରାହକ ନ ଥାନ୍ତି। ଏହାର ସ୍ବାଦ ଓ ଚାହିଦା ଯୋଗୁ ସବୁ ବର୍ଗର ଲୋକ ଗ୍ରୀନ୍‌ ଚିଲିର ପ୍ରମୁଖ ଗ୍ରାହକ ବୋଲି ଧରିଥାଉ। ଗ୍ରାହକ ଈଶ୍ୱର ହୋଇଥିବାରୁ କାହାକୁ ଆମେ ସ୍ବତନ୍ତ୍ର ବୋଲି ଭାବି ନ ଥାଉ।
ବର୍ତ୍ତମାନ ଖାଦ୍ୟ ବ୍ୟବସାୟରେ କାହାର ଟ୍ରେଣ୍ଡ ଭଲ ରହୁଛି?
ଫାଷ୍ଟଫୁଡ୍‌ ଖାଦ୍ୟର ମଜା ଉଠାଇବାକୁ ହେଲେ ପରିବାର ଓ ବନ୍ଧୁମାନଙ୍କ ସହ ଏକତ୍ର ବସି ଖୋଲା ଆକାଶ ତଳେ ଖାଇବାର ଆନନ୍ଦ ନିଆରା। ହେଲେ କୋଭିଡ୍‌ ପରଠାରୁ ଏହାର ଚାହିଦା ଧୀରେ ଧୀରେ ହ୍ରାସ ପାଉଛି। କେତେଜଣ ଗ୍ରାହକ ବର୍ତ୍ତମାନ ମଧ୍ୟ ଖୋଲା ଆକାଶ ତଳେ ବସି ଖାଉଛନ୍ତି। ହେଲେ ଅଧିକାଂଶ ଗ୍ରାହକ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମାଧ୍ୟମରେ ପାର୍ସଲକୁ ପସନ୍ଦ କରୁଛନ୍ତି। କୋଭିଡ୍‌ ଭୟ ଯୋଗୁ ପାର୍ସଲର ଟ୍ରେଣ୍ଡ ବଢ଼ିଯାଇଛି। ଖାଦ୍ୟ ଡେଲିଭରି ସୁବିଧା ଓ ସେବା ଆସିବା ଦିନଠାରୁ ପାର୍ସଲ ଚାହିଦା ମଧ୍ୟ ବଢ଼ିଛି।
ଅବସର ବେଳେ କିପରି ସମୟ ଅତିବାହିତ କରିଥାନ୍ତି?
ବ୍ୟସ୍ତତା ମଧ୍ୟରେ ଅବସର ପାଇଁ ଆବଶ୍ୟକ ସମୟ ନ ଥାଏ। ହେଲେ ଘର, ପରିବାର ଓ ବନ୍ଧୁଜନଙ୍କ ସହ ଦେଖା ସାକ୍ଷାତ୍‌ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ଯୋଗଦେବାକୁ ସମୟ ବାହାର କରିବାକୁ ପଡ଼େ। ଅବସର ବେଳେ ଯୁଆଡ଼େ ଗଲେ ବି ପିଲା ଓ ପରିବାର ସର୍ବୋପରି ମୋ ମା’ଙ୍କ ପାଖରେ ଅଧିକ ସମୟ କାଟିବାକୁ ମୋତେ ଭଲ ଲାଗେ।
ଯୁବ ବ୍ୟବସାୟୀଙ୍କୁ କି ପରାମର୍ଶ ଦେବେ?
ବ୍ୟବସାୟ ପାଇଁ ମନ ବଳାଉଥିବା ଯୁବ ବ୍ୟବସାୟୀଙ୍କୁ ଏତିକି କହିବି ବିଶ୍ୱାସଭାଜନ ଓ ଲୋକସମ୍ପର୍କକୁ ଗୁରୁତ୍ୱ ଦେବା ସହିତ କର୍ମଚାରୀ ଓ ବ୍ୟବସାୟରେ ସାଧୁତା ବଜାୟ ରଖିଲେ ସଫଳତା ଆପେ ଆପେ ମିଳିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri