ହର୍ବାଲ୍‌ ଜୁସ୍‌ ପାଇଁ ବଢ଼ୁଛି ଗ୍ରାହକଙ୍କ ଆଦର

ଖୋର୍ଦ୍ଧା,୨୮ା୯(ପ୍ରଭାତ ପାଣିଗ୍ରାହୀ)ଦୈନିକ ଜୀବନଚର୍ଯ୍ୟା ଏବଂ ଖାଦ୍ୟପେୟରେ ଅସନ୍ତୁଳନ କାରଣରୁ ମନୁଷ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ମଧୁମେୟ, ରକ୍ତଚାପ, ଅଧକପାଳି, କୋଷ୍ଠକାଠିନ୍ୟ, ଅଜୀର୍ଣ୍ଣ ପରି ଅନେକ ରୋଗରେ ଆକ୍ରାନ୍ତ ହୋଇ ଛଟପଟ ହେଉଛନ୍ତି। ଏହାର ନିରାକରଣ ପାଇଁ ପ୍ରାକୃତିକ ଉପରେ ସବୁଜ ତଟକାପତ୍ର, ପରିବା ଖାଦ୍ୟ ଗ୍ରହଣ ସହ ଜଡ଼ିବୁଟି, ଔଷଧୀୟ ଉପରେ ନିର୍ଭର କରୁଛନ୍ତି। ଏଥିରୁ ମୁକ୍ତି ପାଇଁ ଖୋର୍ଦ୍ଧା ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ନିକଟରେ ଖୋଲିଛି ପୃଷ୍ଟି ହର୍ବାଲ ଜୁସ୍‌ କେନ୍ଦ୍ର। ସ୍ଥାନୀୟ ଶ୍ରୀବିହାର ଅଞ୍ଚଳର ରଞ୍ଜନ କୁମାର ପୃଷ୍ଟି ଗତ କିଛିଦିନ ହେଲା ଏହି କେନ୍ଦ୍ର ଖୋଲିଛନ୍ତି। ଏଠାରେ ବିଭିନ୍ନ ସବୁଜପତ୍ର, ତଟକା ପରିବା ତାଜା ପାନୀୟ (ଜୁସ୍‌) ମିଳିଥାଏ। ଅଲଗା ଅଲଗା ରୋଗ ପାଇଁ ଭିନ୍ନ ଜଡ଼ିବୁଟି ମିଶାଇ ସେ ପାନୀୟ ପ୍ରସ୍ତୁତ କରିଥାନ୍ତି। ସକାଳ ହେଲେ ପୃଷ୍ଟି ହର୍ବାଲ୍‌ ଜୁସ୍‌ କେନ୍ଦ୍ରରେ ଲୋକଙ୍କ ଭିଡ଼ ଜମୁଛି। ସକାଳୁ ମର୍ନିଂ ୱାକ୍‌ କରି ଫେରିବା ବେଳେ ଏଠାରେ ହର୍ବାଲ ଜୁସ୍‌ ସେବନ କରିଥାନ୍ତି। ଜାମୁପତ୍ର, ନିମ୍ବପତ୍ର, ପୋଦିନା ପତ୍ର, ଗହମ ଘାସ, ତଟକା ସବୁଜ କଲରା, କାକୁଡ଼ି, ଘିକୁଆଁରୀ, ଅଶ୍ୱଗନ୍ଧା, ଗୁଲ୍‌ଚି, ବିଟ୍‌, ଗାଜର, ଲେମ୍ବୁ, ଅଁଳା, ଚିରେଇତା, ହଳଦି, ଅର୍ଜୁନଛେଲି, ଅଦା, ଭୃଷଙ୍ଗପତ୍ର ପ୍ରଭୃତି ବ୍ୟବହାର କରି ରଞ୍ଜନ ଏହି ଜୁସ୍‌ ପ୍ରସ୍ତୁତ କରିଥାନ୍ତି। ରଞ୍ଜନ କୁହନ୍ତି, ପୂର୍ବରୁ ଏଠାରେ ଫଳଜୁସ୍‌ ସେଣ୍ଟର ଖୋଲିଥିଲି। ୨୦୨୦ରେ ଦିଲ୍ଲୀ ବୁଲିବାକୁ ଯାଇଥିବାବେଳେ ବିଭିନ୍ନ ଛକ ସ୍ଥାନରେ ହର୍ବାଲ ଜୁସ୍‌ ସେଣ୍ଟର ଖୋଲିଥିବା ଦେଖି କୌତୂହଳ ଜାତ ହୋଇଥିଲା। ସମସ୍ତ ହର୍ବାଲ ଜୁସ୍‌ ସେଣ୍ଟରରେ ଲୋକଙ୍କ ଭିଡ଼ ରହୁଥିବା ଦେଖି ଜନୈକ ବ୍ୟବସାୟୀଙ୍କୁ ଏ ସମ୍ପର୍କରେ ପଚାରି ବୁଝିଥିଲି। ସହରାଞ୍ଚଳରେ ଲୋକେ କାର୍ଯ୍ୟବ୍ୟସ୍ତତା କାରଣରୁ ଠିକ ସମୟରେ ଖାଦ୍ୟପାନୀୟ ଗ୍ରହଣ କରିପାରୁନାହାନ୍ତି। ପୁଣି ଅଫିସ କାମ ବୋଝ ଯୋଗୁ ମାନସିକ ସ୍ତରରେ ଚାପଗ୍ରସ୍ତ ରହୁଛନ୍ତି। ସକାଳୁ ସକାଳୁ ତଟକା ପନିପରିବା, ଜୁସ ସେବନ କଲେ ମନ ହାଲୁକା ରହିବା ସହ ପେଟଗତ ଯାବତୀୟ ରୋଗରୁ ଉପଶମ ମିଳିଥାଏ। ସେଠାରୁ ପ୍ରେରଣା ପାଇବା ପରେ ମୁଁ ଖୋର୍ଦ୍ଧାରେ ହର୍ବାଲ ଜୁସ କେନ୍ଦ୍ର ଖୋଲିବା ପାଇଁ ମନସ୍ଥ କରିଥିଲି। ତେବେ କୋଭିଡ ମହାମାରୀ କଟକଣା ଯୋଗୁ ୨ବର୍ଷ ଫିକା ପଡ଼ିଲା। ଲକ୍‌ଡାଉନ, ଶଟ୍‌ଡାଉନ ମଧ୍ୟରେ ମୁଁ ସୋସିଆଲ ମିଡିଆରେ ଏହାର ପ୍ରସ୍ତୁତି ଏବଂ ପାଠ୍ୟ ପୁସ୍ତକ ଅଧ୍ୟୟନ କରି ନିଜେ ଘରେ ରହି ପ୍ରଶିକ୍ଷଣ ପାଇଥିଲି। ହର୍ବାଲ ଜୁସ୍‌ ବିକ୍ରି କରୁଥିବା କେତେଜଣ ଲୋକଙ୍କ ସହ ଯୋଗାଯୋଗ କରି ଏ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲି। ଚଳିତ ବର୍ଷ କିଛି ମାସ ହେଲା ଏଠାରେ ହର୍ବାଲ ଜୁସ୍‌ କେନ୍ଦ୍ର ଖୋଲିଛି। ଲୋକଙ୍କ ଚାହିଦା ରହିଛି। ବିଶେଷତଃ ଅଧିକ ସଂଖ୍ୟକ ମଧୁମେହ, ଉଚ୍ଚ ଓ ନିମ୍ନ ରକ୍ତଚାପ ଆକ୍ରାନ୍ତ ଏଠାକୁ ଆସି ଜୁସ୍‌ ପିଉଛନ୍ତି। ଯେଉଁମାନଙ୍କର ଅଜୀର୍ଣ୍ଣ ସମସ୍ୟା ରହୁଛି ସେମାନେ ମଧ୍ୟ ଏଥିପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ଗ୍ଲାସ୍‌ ପିଛା ଦର ୧୦ ଓ ୨୦ ଟଙ୍କା ରହିଛି। ଏ ନେଇ ଆଇନଜୀବୀ ଲୋତକ ବିନ୍ଦୁ ପଟ୍ଟନାୟକ କୁହନ୍ତି, ମୁଁ ମଧୁମେହରେ ପୀଡ଼ିତ। ଏହି କେନ୍ଦ୍ର ସମ୍ପର୍କରେ ଜାଣିବା ପରେ ସପ୍ତାହକୁ ୨ରୁ ୩ଥର ଆସି ହର୍ବାଲ ଜୁସ ସେବନ କରୁଛି। ଫଳରେ ଦିନସାରା ଫୂର୍ତ୍ତି ଅନୁଭବ କରିଥାଏ। ସେହିଭଳି ପାନବରଜର ସତ୍ୟ ନାରାୟଣ ବିଶୋଇ କୁହନ୍ତି, ମୋର ଯଦିଓ କୌଣସି ରୋଗ ନାହିଁ ତଥାପି ଏଠାରେ କଲରା, ନିମ୍ବପତ୍ର, ଗାଜର ଜୁସ ପିଇଥାଏ। ଟିକିଏ କଡ଼ା ଲାଗିଲେ ମଧ୍ୟ ଶରୀର ପାଇଁ ଉତ୍ତମ। ସେହିଭଳି ଯୁବ ସାମାଜିକ କର୍ମୀ ଅବ୍ୟକ୍ତ ହରିହର ଖାଡଙ୍ଗା କୁହନ୍ତି ରାସାୟନିକ ସାରଦିଆ ଖାଦ୍ୟ ଗ୍ରହଣ ଯୋଗୁ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି ହେବା ସହ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରିଥାଏ। ଏଣୁ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହର୍ବାଲ ଜୁସ୍‌ ଶରୀରକୁ ସନ୍ତୁଳନ ରଖିବାରେ ସହାୟକ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ‘ବେଆଇନ ବିଦେଶୀ’ ତାଲିକାରେ ୮୯ ଭାରତୀୟ

ନୂଆଦିଲ୍ଲୀ,୭ା୨: ବେଆଇନ ବିଦେଶୀ ଅପରାଧୀଙ୍କ ତାଲିକା ଶେୟାର କରିବା ପାଇଁ ଆମେରିକାର ହୋମ୍‌ଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ପକ୍ଷରୁ ‘ଆରେଷ୍ଟେଡ୍‌: ଓ୍ବର୍ଷ୍ଟ ଅଫ୍‌ ଓ୍ବର୍ଷ୍ଟ’ ନାମରେ ଏକ ପବ୍ଲିକ୍‌…

ଚନ୍ଦ୍ରକୁ ଯିବ iPhone: ନାସା କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୭।୨: ଚନ୍ଦ୍ରକୁ ଯାତ୍ରା କରୁଥିବା ମହାକାଶଚାରୀମାନେ ଏବେ ନିଜ ସହିତ iPhone ନେଇପାରିବେ। ଆମେରିକାର ମହାକାଶ ସଂସ୍ଥା ନାସା ଏବେ ମହାକାଶଚାରୀମାନଙ୍କୁ iPhone ଏବଂ ଅନ୍ୟାନ୍ୟ ଆଧୁନିକ…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଢାଞ୍ଚା ପ୍ରକାଶିତ, କୃଷକ, ମତ୍ସ୍ୟଜୀବୀଙ୍କ ପାଇଁ…

ନୂଆଦିଲ୍ଲୀ,୭।୨: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏବେ ଜିନିଷଗୁଡ଼ିକ ସ୍ପଷ୍ଟ ହୋଇଯାଇଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ…

ନାବାଳିକାଙ୍କୁ କୁରକୁରି, ଚକଲେଟ ଦେଖାଇ ଏକ ନିଛାଟିଆ ସ୍ଥାନକୁ ଡାକିନେଲେ ବୃଦ୍ଧ, ତା’ପରେ…

ଖୁଣ୍ଟୁଣୀ,୭l୨(ସଚ୍ଚିଦାନନ୍ଦ ପଣ୍ଡା): ଜଣେ ନାବାଳିକା ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ କରିବା ଅଭିଯୋଗରେ ଖୁଣ୍ଟୁଣୀ ଥାନା ପୋଲିସ ଶୁକ୍ରବାର ରାଧାଦାମୋଦରପୁର (କଣ୍ଟାବନ୍ଧ) ଗ୍ରାମର ଗଗନ ବିହାରୀ…

ଆରମ୍ଭ ହେଲା ପ୍ରେମ ସପ୍ତାହ…ଆଜି ରୋଜ୍‌ ଡେ’

ଭୁବନେଶ୍ୱର,୭/୨ (ସୌମ୍ୟରଞ୍ଜନ ରାଉତ):ଫେବୃଆରୀ ୧୪, ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଓ ପ୍ରେମୀଯୁଗଳଙ୍କ ପାଇଁ ଖାସ୍‌ ଦିନଟିଏ। ଅନ୍ୟମାନଙ୍କ ପାଇଁ ହୁଏତ ଏହି ଦିନଟି ସାଧାରଣ, ହେଲେ ପ୍ରେମୀମାନଙ୍କ…

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri