ହର୍ବାଲ୍‌ ଜୁସ୍‌ ପାଇଁ ବଢ଼ୁଛି ଗ୍ରାହକଙ୍କ ଆଦର

ଖୋର୍ଦ୍ଧା,୨୮ା୯(ପ୍ରଭାତ ପାଣିଗ୍ରାହୀ)ଦୈନିକ ଜୀବନଚର୍ଯ୍ୟା ଏବଂ ଖାଦ୍ୟପେୟରେ ଅସନ୍ତୁଳନ କାରଣରୁ ମନୁଷ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ମଧୁମେୟ, ରକ୍ତଚାପ, ଅଧକପାଳି, କୋଷ୍ଠକାଠିନ୍ୟ, ଅଜୀର୍ଣ୍ଣ ପରି ଅନେକ ରୋଗରେ ଆକ୍ରାନ୍ତ ହୋଇ ଛଟପଟ ହେଉଛନ୍ତି। ଏହାର ନିରାକରଣ ପାଇଁ ପ୍ରାକୃତିକ ଉପରେ ସବୁଜ ତଟକାପତ୍ର, ପରିବା ଖାଦ୍ୟ ଗ୍ରହଣ ସହ ଜଡ଼ିବୁଟି, ଔଷଧୀୟ ଉପରେ ନିର୍ଭର କରୁଛନ୍ତି। ଏଥିରୁ ମୁକ୍ତି ପାଇଁ ଖୋର୍ଦ୍ଧା ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ନିକଟରେ ଖୋଲିଛି ପୃଷ୍ଟି ହର୍ବାଲ ଜୁସ୍‌ କେନ୍ଦ୍ର। ସ୍ଥାନୀୟ ଶ୍ରୀବିହାର ଅଞ୍ଚଳର ରଞ୍ଜନ କୁମାର ପୃଷ୍ଟି ଗତ କିଛିଦିନ ହେଲା ଏହି କେନ୍ଦ୍ର ଖୋଲିଛନ୍ତି। ଏଠାରେ ବିଭିନ୍ନ ସବୁଜପତ୍ର, ତଟକା ପରିବା ତାଜା ପାନୀୟ (ଜୁସ୍‌) ମିଳିଥାଏ। ଅଲଗା ଅଲଗା ରୋଗ ପାଇଁ ଭିନ୍ନ ଜଡ଼ିବୁଟି ମିଶାଇ ସେ ପାନୀୟ ପ୍ରସ୍ତୁତ କରିଥାନ୍ତି। ସକାଳ ହେଲେ ପୃଷ୍ଟି ହର୍ବାଲ୍‌ ଜୁସ୍‌ କେନ୍ଦ୍ରରେ ଲୋକଙ୍କ ଭିଡ଼ ଜମୁଛି। ସକାଳୁ ମର୍ନିଂ ୱାକ୍‌ କରି ଫେରିବା ବେଳେ ଏଠାରେ ହର୍ବାଲ ଜୁସ୍‌ ସେବନ କରିଥାନ୍ତି। ଜାମୁପତ୍ର, ନିମ୍ବପତ୍ର, ପୋଦିନା ପତ୍ର, ଗହମ ଘାସ, ତଟକା ସବୁଜ କଲରା, କାକୁଡ଼ି, ଘିକୁଆଁରୀ, ଅଶ୍ୱଗନ୍ଧା, ଗୁଲ୍‌ଚି, ବିଟ୍‌, ଗାଜର, ଲେମ୍ବୁ, ଅଁଳା, ଚିରେଇତା, ହଳଦି, ଅର୍ଜୁନଛେଲି, ଅଦା, ଭୃଷଙ୍ଗପତ୍ର ପ୍ରଭୃତି ବ୍ୟବହାର କରି ରଞ୍ଜନ ଏହି ଜୁସ୍‌ ପ୍ରସ୍ତୁତ କରିଥାନ୍ତି। ରଞ୍ଜନ କୁହନ୍ତି, ପୂର୍ବରୁ ଏଠାରେ ଫଳଜୁସ୍‌ ସେଣ୍ଟର ଖୋଲିଥିଲି। ୨୦୨୦ରେ ଦିଲ୍ଲୀ ବୁଲିବାକୁ ଯାଇଥିବାବେଳେ ବିଭିନ୍ନ ଛକ ସ୍ଥାନରେ ହର୍ବାଲ ଜୁସ୍‌ ସେଣ୍ଟର ଖୋଲିଥିବା ଦେଖି କୌତୂହଳ ଜାତ ହୋଇଥିଲା। ସମସ୍ତ ହର୍ବାଲ ଜୁସ୍‌ ସେଣ୍ଟରରେ ଲୋକଙ୍କ ଭିଡ଼ ରହୁଥିବା ଦେଖି ଜନୈକ ବ୍ୟବସାୟୀଙ୍କୁ ଏ ସମ୍ପର୍କରେ ପଚାରି ବୁଝିଥିଲି। ସହରାଞ୍ଚଳରେ ଲୋକେ କାର୍ଯ୍ୟବ୍ୟସ୍ତତା କାରଣରୁ ଠିକ ସମୟରେ ଖାଦ୍ୟପାନୀୟ ଗ୍ରହଣ କରିପାରୁନାହାନ୍ତି। ପୁଣି ଅଫିସ କାମ ବୋଝ ଯୋଗୁ ମାନସିକ ସ୍ତରରେ ଚାପଗ୍ରସ୍ତ ରହୁଛନ୍ତି। ସକାଳୁ ସକାଳୁ ତଟକା ପନିପରିବା, ଜୁସ ସେବନ କଲେ ମନ ହାଲୁକା ରହିବା ସହ ପେଟଗତ ଯାବତୀୟ ରୋଗରୁ ଉପଶମ ମିଳିଥାଏ। ସେଠାରୁ ପ୍ରେରଣା ପାଇବା ପରେ ମୁଁ ଖୋର୍ଦ୍ଧାରେ ହର୍ବାଲ ଜୁସ କେନ୍ଦ୍ର ଖୋଲିବା ପାଇଁ ମନସ୍ଥ କରିଥିଲି। ତେବେ କୋଭିଡ ମହାମାରୀ କଟକଣା ଯୋଗୁ ୨ବର୍ଷ ଫିକା ପଡ଼ିଲା। ଲକ୍‌ଡାଉନ, ଶଟ୍‌ଡାଉନ ମଧ୍ୟରେ ମୁଁ ସୋସିଆଲ ମିଡିଆରେ ଏହାର ପ୍ରସ୍ତୁତି ଏବଂ ପାଠ୍ୟ ପୁସ୍ତକ ଅଧ୍ୟୟନ କରି ନିଜେ ଘରେ ରହି ପ୍ରଶିକ୍ଷଣ ପାଇଥିଲି। ହର୍ବାଲ ଜୁସ୍‌ ବିକ୍ରି କରୁଥିବା କେତେଜଣ ଲୋକଙ୍କ ସହ ଯୋଗାଯୋଗ କରି ଏ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲି। ଚଳିତ ବର୍ଷ କିଛି ମାସ ହେଲା ଏଠାରେ ହର୍ବାଲ ଜୁସ୍‌ କେନ୍ଦ୍ର ଖୋଲିଛି। ଲୋକଙ୍କ ଚାହିଦା ରହିଛି। ବିଶେଷତଃ ଅଧିକ ସଂଖ୍ୟକ ମଧୁମେହ, ଉଚ୍ଚ ଓ ନିମ୍ନ ରକ୍ତଚାପ ଆକ୍ରାନ୍ତ ଏଠାକୁ ଆସି ଜୁସ୍‌ ପିଉଛନ୍ତି। ଯେଉଁମାନଙ୍କର ଅଜୀର୍ଣ୍ଣ ସମସ୍ୟା ରହୁଛି ସେମାନେ ମଧ୍ୟ ଏଥିପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ଗ୍ଲାସ୍‌ ପିଛା ଦର ୧୦ ଓ ୨୦ ଟଙ୍କା ରହିଛି। ଏ ନେଇ ଆଇନଜୀବୀ ଲୋତକ ବିନ୍ଦୁ ପଟ୍ଟନାୟକ କୁହନ୍ତି, ମୁଁ ମଧୁମେହରେ ପୀଡ଼ିତ। ଏହି କେନ୍ଦ୍ର ସମ୍ପର୍କରେ ଜାଣିବା ପରେ ସପ୍ତାହକୁ ୨ରୁ ୩ଥର ଆସି ହର୍ବାଲ ଜୁସ ସେବନ କରୁଛି। ଫଳରେ ଦିନସାରା ଫୂର୍ତ୍ତି ଅନୁଭବ କରିଥାଏ। ସେହିଭଳି ପାନବରଜର ସତ୍ୟ ନାରାୟଣ ବିଶୋଇ କୁହନ୍ତି, ମୋର ଯଦିଓ କୌଣସି ରୋଗ ନାହିଁ ତଥାପି ଏଠାରେ କଲରା, ନିମ୍ବପତ୍ର, ଗାଜର ଜୁସ ପିଇଥାଏ। ଟିକିଏ କଡ଼ା ଲାଗିଲେ ମଧ୍ୟ ଶରୀର ପାଇଁ ଉତ୍ତମ। ସେହିଭଳି ଯୁବ ସାମାଜିକ କର୍ମୀ ଅବ୍ୟକ୍ତ ହରିହର ଖାଡଙ୍ଗା କୁହନ୍ତି ରାସାୟନିକ ସାରଦିଆ ଖାଦ୍ୟ ଗ୍ରହଣ ଯୋଗୁ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି ହେବା ସହ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରିଥାଏ। ଏଣୁ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହର୍ବାଲ ଜୁସ୍‌ ଶରୀରକୁ ସନ୍ତୁଳନ ରଖିବାରେ ସହାୟକ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri