ଲୁଣାବାଲିରେ ଚାଲିଛି ନିର୍ମାଣ କାର୍ଯ୍ୟ

କୁଜଙ୍ଗ, ୯ା୧୨ (ଡି.ଏନ୍‌.ଏ.):ଜଗତ୍‌ସିଂହପୁର ଜିଲାର କୁଜଙ୍ଗ ବ୍ଲକ ପକ୍ଷରୁ ଯେତେସବୁ କଂକ୍ରିଟ୍‌ ରାସ୍ତାଘାଟ ଓ ପକ୍କା ଗୃହ ନିର୍ମାଣ ଚାଲିଛି, ସେସବୁ ଲୁଣାବାଲିରେ ହେଉଥିବା ଅଭିଯୋଗ ହେଉଛି। ଏହାକୁ ସାଧାରଣ ଲୋକ ଜାଣିବା କଷ୍ଟକର। ପାରାଦୀପଠାରୁ ୪୮ କିମି ଦୂର ପର୍ଯ୍ୟନ୍ତ ମହାନଦୀରେ ସମୁଦ୍ର ଜୁଆର ପାଣି ପଶୁଥିବାରୁ ନଦୀବାଲି ଲବଣାକ୍ତ ରହୁଛି। ତେଣୁ ପାରାଦୀପ ବନ୍ଦର ତା’ର ସମସ୍ତ ନିର୍ମାଣ କାର୍ଯ୍ୟ ମହାନଦୀର ତାରପୁରଠାରୁ କଟକ ପର୍ଯ୍ୟନ୍ତ ଓ ଜଗତ୍‌ସିଂହପୁରର ଦେବୀ ନଦୀ ବାଲି ବ୍ୟବହାର କରୁଛି। ପୂର୍ତ୍ତ ଓ କୋଠାବାଡ଼ି ନିର୍ମାଣ ବିଭାଗ ଜଗତ୍‌ସିଂହପୁର ଜିଲାର ତାରପୁର ଓ ଅନ୍ୟ ବାଲି ସଇରାତ୍‌ରୁ ବାଲି ଆଣି ବ୍ୟବହାର କରିବାର ନିୟମ କରିଛି। କୁଜଙ୍ଗ ବ୍ଲକ ଅଞ୍ଚଳର ସାଧାରଣ ଲୋକ ନିଜର ଗୃହ ଓ ଅନ୍ୟ ନିର୍ମାଣ କାର୍ଯ୍ୟ ପାଇଁ ତାରପୁରଠାରୁ କଟକ ପର୍ଯ୍ୟନ୍ତ ବାଲି ବ୍ୟବହାର କରୁନାହାନ୍ତି। କାହିଁକିନା ତାରପୁର ପୋଲ ପର୍ଯ୍ୟନ୍ତ ବାଲି ଲବଣାକ୍ତ ରହୁଛି। ମାତ୍ର କୁଜଙ୍ଗ ବ୍ଲକ ପ୍ରଶାସନ ପକ୍ଷରୁ ଯେତେ ସରକାରୀ କାର୍ଯ୍ୟ ହେଉଛି, ପ୍ରାୟତଃ ତହସିଲ ଅନ୍ତର୍ଗତ ବଡ଼ପାଳ ବାଲି ସଇରାତରୁ ଲୁଣା ତଥା ପୋତା ବାଲି ଆଣି ବ୍ୟବହାର କରାଯାଉଛି। ଫଳରେ ନିର୍ମାଣ ହେଉଥିବା ରାସ୍ତାଘାଟ, ଘର ବର୍ଷେ ଦୁଇବର୍ଷ ମଧ୍ୟରେ ନଷ୍ଟ ହୋଇଯାଉଥିବା ଲକ୍ଷ୍ୟ କରାଯାଉଛି।
ସୂଚନାଯୋଗ୍ୟ, ବ୍ଲକର ୮୦% କାମର କାର୍ଯ୍ୟାଦେଶ ବିଭାଗୀୟ ଯନ୍ତ୍ରୀଙ୍କ ନାମରେ ରହୁଛି। ପରୋକ୍ଷରେ ଠିକାଦାରମାନେ ବଡ଼ପାଳ ବାଲିରେ କାମ କରି ପ୍ରଚୁର ମୁନାଫା ଉଠାଉଛନ୍ତି। ଏ ସମ୍ପର୍କରେ ବ୍ଲକ୍‌ ସହକାରୀ ଯନ୍ତ୍ରୀ ସୂର୍ଯ୍ୟନାରାୟଣ ବାରିକଙ୍କୁ ପଚାରିବାରେ ବ୍ଲକ କାର୍ଯ୍ୟାଳୟର ୧୫ କିମି ବ୍ୟାସାର୍ଦ୍ଧ ଭିତରେ ବାଲି ଆଣି କାମ କରିହେବ। କୁଜଙ୍ଗଠାରୁ ତାରପୁର ୩୫ କିମି ଦୂର ହୋଇଥିବା ବେଳେ ସେ ପର୍ଯ୍ୟନ୍ତ ପାରାଦୀପ ବନ୍ଦର ପରୀକ୍ଷା କରି ଦେଖିଛି ଯେ, ଲୁଣା ବାଲି ପଡୁଛି। ମାତ୍ର ବଡ଼ପାଳର ଦୂରତା ବ୍ଲକ କାର୍ଯ୍ୟାଳୟଠାରୁ ୫ କିମି ହୋଇଥିବା ବେଳେ ଯନ୍ତ୍ରୀମାନେ ନିର୍ମାଣ କାର୍ଯ୍ୟରେ ଏହି ବାଲିର ବ୍ୟବହାରକୁ କିଭଳି ଅନୁମତି ଦେଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରେ ଯେଉଁ ବାଲି ସଇରାତ୍‌କୁ ସରକାର ଲିଜ୍‌ ଦେଇଥିବେ, ସେଠାରୁ ବାଲି ଆସିପାରିବ। ମାତ୍ର ବଡ଼ପାଳ ସଇରାତ୍‌ ବାଲି ଲୁଣା ହୋଇଥିବାରୁ ତାହା ବ୍ୟବହାର ହେବା କଥା ନୁହେଁ। କିନ୍ତୁ କୁଜଙ୍ଗ ବ୍ଲକ ପକ୍ଷରୁ ନିର୍ମାଣ କାର୍ଯ୍ୟରେ ବଡ଼ପାଳ ବାଲିର ବହୁଳ ବ୍ୟବହାର ସମ୍ପର୍କରେ କହିଥିଲେ ଯେ, ତାଙ୍କ ନିକଟକୁ ଜିଲାନାସୀରୁ ଗୋଟିଏ ଅଭିଯୋଗ ଆସିଥିଲା, ସେ କାମକୁ ବନ୍ଦ କରି ଦିଆଯାଇଛି। ଆଉ କେଉଁଠୁ ଅଭିଯୋଗ ଆସିନାହିଁ ବା ବାଲିର ବ୍ୟବହାର ସମ୍ପର୍କରେ ଯନ୍ତ୍ରୀମାନଙ୍କ ସହ କଥା ହେଲା ପରେ ପ୍ରକୃତ ଘଟଣା କ’ଣ ସେ କହିବେ ବୋଲି କହିଛନ୍ତି। ବାସ୍ତବରେ କୁଜଙ୍ଗ ବ୍ଲକରେ ଲୁଣାବାଲି ବ୍ୟବହାର ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟତା ଜଣାପଡିବ ବୋଲି ମାଟି ସୁରକ୍ଷା ମଞ୍ଚର ସଂଯୋଜକ ହୃଷୀକେଶ ନାଥ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri