ଖରସ୍ରୋତାର ଦୁର୍ବଳ ନଦୀବନ୍ଧ ହାଣି ଗୋଡ଼ା ନିର୍ମାଣ

ଯାଜପୁର ସଦର,୨୨।୩(ଡି.ଏନ.ଏ.): ଯାଜପୁର ବ୍ଲକ ଅନ୍ତର୍ଗତ ଶ୍ୟାମଦାସପୁର ପଞ୍ଚାୟତର କଳସପୁର ବାଲିଘାଟକୁ ସଂଯୋଗ କରୁଥିବା ରାସ୍ତା ଖରସ୍ରୋତା ନଦୀବନ୍ଧକୁ ଲାଗିଛି। ତେଣୁ ଉକ୍ତ ଘାଟରୁ ବାଲି ପରିବହନ ପାଇଁ ଖରସ୍ରୋତାର ଦୁର୍ବଳ ନଦୀବନ୍ଧକୁ ହାଣି ଗୋଡ଼ା ନିର୍ମାଣ କରାଯାଇଛି। ଫଳରେ ଖରସ୍ରୋତା ନଦୀବନ୍ଧ ସୁରକ୍ଷାକୁ ନେଇ ମାଧପୁର, କଳସପୁର ଓ ଭୁବନପୁର ଆଦି ଗ୍ରାମର ଜନସାଧାରଣଙ୍କ ମନରେ ଆଶଙ୍କା ସୃଷ୍ଟି ହେଉଛି। ଉକ୍ତ ନଦୀବନ୍ଧର ସୁରକ୍ଷା ପ୍ରତି ଧ୍ୟାନ ଦିଆ ନ ଯାଇ ବନ୍ଧକୁ ହାଣି ବାଲି ବୋଝେଇ ଟ୍ରକ, ହାଇୱା ଓଭର ଲୋଡ କରି ଯାତାୟାତ କରୁଛି। ଦୁର୍ବଳ ନଦୀବନ୍ଧକୁ କାଟି ଗୋଡ଼ା କିଏ କରୁଛି ତାହା ଜଳସମ୍ପଦ ବିଭାଗ ଜାଣି ନ ଥିବା କହୁଛି। ୨୦ନଂ. ଜାତୀୟ ରାଜପଥର ରାଜଘାଟଠାରୁ ତନ୍ତିଘାଇ ପର୍ଯ୍ୟନ୍ତ ଏହି ଖରସ୍ରୋତା ନଦୀବନ୍ଧ ଯାଇଛି। ବନ୍ଧ କଡ଼ରେ ମାଧପୁର, କଳସପୁର, ଭୁବନପୁର, ହାସୀନପୁର ଆଦି ଗ୍ରାମ ଅବସ୍ଥିତ। ବିଗତ ବର୍ଷରେ ଅନେକ ଥର ବନ୍ଧଭାଙ୍ଗି ବହୁ ଧନଜୀବନ ନଷ୍ଟ କରିଥିବା ନଜର ରହିଛି। ଅନେକ ସ୍ଥାନରେ ଘୋଳିଆ ପଡ଼ିବାର ମଧ୍ୟ ଦେଖାଦେଇଛି। ମାତ୍ର ଦୁର୍ବଳ ନଦୀବନ୍ଧ ଉପରେ କଳସପୁର ବାଲିଘାଟରୁ ଭାରିଯାନ ଚଳାଚଳ ଯୋଗୁ ବନ୍ଧର ସୁରକ୍ଷା ପ୍ରତି ବିପଦ ଦେଖାଦେଇଛି। ଦୁର୍ବଳ ନଦୀବନ୍ଧକୁ ହାଣି ଗୋଡ଼ା କରିବା ଦ୍ୱାରା ନଦୀରେ ପାଣି ହେଲେ ଘାଇ ସୃଷ୍ଟି ହେବା ସମ୍ଭାବନା ରହିଛି। ଜଳ ସମ୍ପଦ ଅଗୋଚରରେ ନଦୀବନ୍ଧ କାଟି ଗୋଡ଼ା ନିର୍ମାଣ କାହା ନିର୍ଦ୍ଦେଶରେ ହୋଇଛି ବୋଲି ସାଧରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏହାଛଡ଼ା ଓଭର ଲୋଡ୍‌ ବାଲିଗାଡ଼ି ଚଳାଚଳ କରୁଥିବାରୁ ଅନ୍ୟ ୨ ଚକିଆ, ୩ ଚକିଆ, ୪ ଚକିଆ ଗାଡ଼ି ଏହି ବନ୍ଧରେ ଯିବାଆସିବା ସମ୍ଭବ ହେଉନାହଁି। ବାଲିମାଫିଆ ନିଜ ଇଚ୍ଛାରେ ଗାଡ଼ି ଚଳାଉଛନ୍ତି। ବାଲିଘାଟ ନିକଟରେ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ରହିଛି। ଫଳରେ ଅଭିଭାବକ ପିଲାଙ୍କୁ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି ଛାଡ଼ିବାକୁ ଭୟ କରୁଛନ୍ତି। ବାଲି ବୋଝେଇ ଗାଡ଼ି ଚଳାଚଳ ଯୋଗୁ ବିଦ୍ୟାଳୟରେ ପାଠପଢ଼ା ବ୍ୟାଘାତ ହେଉଛି। ବିଦ୍ୟାଳୟ ଛାତ୍ରୀଛାତ୍ର ଖେଳଛୁଟିରେ ପଡ଼ିଆ କିମ୍ବା ରାସ୍ତାକୁ ମଧ୍ୟ ଆସିପାରୁନାହାନ୍ତି। ଏଭଳି ପରସ୍ଥିତିରେ ଜିଲା ପ୍ରଶାସନ କିପରି କଳସପୁର ବାଲିଘାଟ ନିଲାମ କଲା ତାହା ବଡ଼ ପ୍ରଶ୍ନବାଚୀ ହୋଇଛି। ନଦୀରେ ସାମାନ୍ୟ ବନ୍ୟା ଆସିଲେ ଗୋଡ଼ା ହୋଇଥିବା ସ୍ଥାନରେ ନିଶ୍ଚୟ ଘାଇ ହେବ ଜାଣି ମଧ୍ୟ ମାଫିଆ ନିର୍ଭୟରେ ବାଲି ପରିବହନ କରୁଛନ୍ତି। ତେଣୁ ଏ ଦିଗରେ ଜଳ ସମ୍ପଦ ବିଭାଗ ଓ ତହସିଲ ପ୍ରଶାସନ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଉତ୍କଳ ଦିବସରେ ଓଡିଆରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଆଗାମୀ ଦିନରେ…

ନୂଆଦିଲ୍ଲୀ,୧।୪: ଆଜି ଉତ୍କଳ ଦିବସ। ଚାରିଆଡ଼େ ଉତ୍ସାହର ମାହୋଲ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଯୁଦ୍ଧ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ଇସ୍ରାଏଲ, ନେତାନ୍ୟାହୁ କରିବେ ଏମିତି କାମ, ଇରାନ କାବା

ନୂଆଦିଲ୍ଲୀ,୧।୪: ଇରାନ ବିରୁଦ୍ଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ନୂତନ ଏବଂ ପ୍ରମୁଖ ରଣନୈତିକ ପଦକ୍ଷେପର ସଙ୍କେତ ଦେଇଛନ୍ତି। ନେତାନ୍ୟାହୁ କହିଛନ୍ତି…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ବଢିଲା ପେଟ୍ରୋଲ-ଡିଜେଲ ଦାମ୍‌, ଏଥର ମୁଣ୍ଡରେ ହାତ ଦେବେ ଗ୍ରାହକ

ନୂଆଦିଲ୍ଲୀ,୧।୪: ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ, ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରିରୁ ପ୍ରିମିୟମ ଡିଜେଲ ମୂଲ୍ୟ ପ୍ରାୟ…

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri