ଧିମେଇଛି ପାଣିଟାଙ୍କି ନିର୍ମାଣ କାର୍ଯ୍ୟ

ରସୁଲପୁର,୧୫ା୧(ରଂଜିତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ୨୮ ପଞ୍ଚାୟତରେ ୨୪ ଉଚ୍ଚ କ୍ଷମତା ସମ୍ପନ୍ନ ପାଣିଟାଙ୍କି ନିର୍ମାଣ ଚାଲିଛି। ନିର୍ମାଣ ଦାୟିତ୍ୱ ଠିକାସଂସ୍ଥା କେଇସି ଉପରେ ନ୍ୟସ୍ତ କରାଯାଇଛି। ହେଲେ ମୂଳ ଠିକାସଂସ୍ଥାର ଖାମଖିଆଲି ମନୋଭାବ ଯୋଗୁ ନିର୍ମାଣ କାର୍ଯ୍ୟ ଧିମେଇଛି। ଫଳରେ ଠିକ୍‌ ସମୟରେ କାମ ସରିବ ନାହିଁ ବୋଲି କୁହାଯାଉଛି। ଏଥିସହିତ କାର୍ଯ୍ୟ ନିମ୍ନମାନର ଓ ବିବାଦୀୟ ଜମି ଉପରେ କରାଯାଉଛି ବୋଲି ବିଭିନ୍ନ ସମୟରେ ଆସୁଥିବା ଅଭିଯୋଗରୁ ଜଣାଯାଇଛି।
ଏଠାରେ ଠିକାସଂସ୍ଥା ନିର୍ମାଣ କାର୍ଯ୍ୟକୁ ନିଜେ ନ କରି ଅନ୍ୟ ଏଜେନ୍ସି ଉପରେ ନ୍ୟସ୍ତ କରି ଦେଇଥିବାରୁ ନିର୍ମାଣର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଠିକାସଂସ୍ଥା ପାଣିଟାଙ୍କି ନିର୍ମାଣ ଦାୟିତ୍ୱ ଛୋଟ ଠିକାଦାର(ପେଟି ଠିକାଦାର)ଙ୍କ ହାତକୁ ଟେକି ଦେଇଥିବାରୁ ସମସ୍ୟା ଉପୁଜୁଛି। ଏହିଭଳି ଘଟଣା ବ୍ଲକର ଭୋଟକା ଓ ନରସିଂହପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ଏହି ଦୁଇଟି ସ୍ଥାନରେ ପାଣିଟାଙ୍କି ନିର୍ମାଣ ଦାୟିତ୍ୱରେ ବାହାର ରାଜ୍ୟର ଠିକାଦାର ଅନିଲ ଠାକୁରଙ୍କ ଉପରେ ନ୍ୟସ୍ତ କରାଯାଇଥିଲା। ହେଲେ ସମ୍ପୃକ୍ତ ଠିକାଦାର ଅଧାରୁ କାମ ଛାଡ଼ି ଚାଲିଯାଇଥିବା ଜଣାଯାଇଛି। ତେଣୁ ଉକ୍ତ ସଂସ୍ଥା ପକ୍ଷରୁ ନିୟୋଜିତ ଶ୍ରମିକ, ସପ୍ଲାୟର, ଘରଭଡ଼ା ଭଳି କେତେକଙ୍କର ବକେୟା ଟଙ୍କା ପୈଠ କରାଯାଇ ନାହିଁ ବୋଲି ଅଭିଯୋଗ ହେଉଛି। କାମର ବିଲ ମିଳିଲେ ବକେୟା ପାଉଣ ଦେବେ ବୋଲି ଠିକାଦାର କହିଥିଲେ। ହେଲେ ତାହା ହୋଇ ପାରୁନାହିଁ। ଅନ୍ୟପକ୍ଷରେ ପୁରୁଣା ଏଜେନ୍ସି ଚାଲିଯିବା ପରେ ପୁଣି ଆଉ ଏକ ନୂଆ ଏଜେନ୍ସି ଖୋଜୁଛି ଠିକାସଂସ୍ଥା କେଇସି। ସ୍ଥାନୀୟ ଅଞ୍ଚଳର ଜଣେ ଠିକାଦାରଙ୍କ ଉପରେ ଅଧାଗଡ଼ା ନିର୍ମାଣ କାର୍ଯ୍ୟକୁ ନ୍ୟସ୍ତ କରିବାକୁ ଚିନ୍ତା କରୁଛି ଠିକାସଂସ୍ଥା। କିନ୍ତୁ ନିର୍ମାଣ ସ୍ଥଳରେ ନିୟୋଜିତ ହୋଇଥିବା ଶ୍ରମିକ, ସୁରକ୍ଷାକର୍ମଚାରୀ, ସୁପରଭାଇଜରଙ୍କ ଦରମା, ସପ୍ଲାୟରଙ୍କ ପାଉଣା, ଠିକାସଂସ୍ଥା ପକ୍ଷରୁ ନିଆଯାଇଥିବା ଘରଗୁଡିକର ଭଡ଼ା ଆଦି ଲକ୍ଷାଧିକ ବକେୟା ଅର୍ଥରାଶି ଏଯାଏ ପୈଠ ହୋଇପାରି ନ ଥିବାରୁ ନୂଆ ଏଜେନ୍ସି ନିଯୁକ୍ତି ହୋଇପାରୁନାହିଁ। ଅପରପକ୍ଷରେ ପୁରୁଣା ଠିକାଦାରଙ୍କ ଠାରୁ ପାଉଣା ପାଇ ନ ଥିବା କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ ସହଯୋଗ ମିଳୁନାହିଁ। ସେମାନଙ୍କ ବକେୟା ପାଉଣା ପୈଠ ନ କରି ନୂଆ ଏଜେନ୍ସି ନିଯୁକ୍ତି କରାଗଲେ କର୍ମଚାରୀ ନିର୍ମାଣ କାର୍ଯ୍ୟ କରାଇବାରେ ବାଧକ ସାଜିବା ପାଇଁ ଯୋଜାନା କରୁଥିବା ଜଣାଯାଇଛି। ଏହିଭଳି ବିବାଦ ଯୋଗୁ କେଇସି ପକ୍ଷରୁ ଏକ ନୂଆ ଏଜେନ୍ସି ଯୋଗାଡ କରାଯାଇଥିଲେ ବି ତା’କୁ କାର୍ଯ୍ୟରେ ନିୟୋଜିତ କରାଯାଇ ପାରୁନାହିଁ।
ଏ ସମ୍ପର୍କରେ ପୁରୁଣା ଠିକାସଂସ୍ଥାର ସୁପରଭାଇଜର ଓ ସୁରକ୍ଷାକର୍ମଚାରୀଙ୍କୁ ପଚାରିବାରୁ ସେମାନେ କହିଛନ୍ତି, ୫ମାସର ଦରମା ମିଳିନାହିଁ। ଏ ନେଇ କେଇସି କମ୍ପାନୀକୁ ଲିଖିତ ଭାବରେ ଜଣାଇଛନ୍ତି। ଉକ୍ତ ମାମଲାକୁ ଫଇସଲା କରିବାକୁ ସେମାନେ କମ୍ପାନୀର କୁଆଖିଆ କାର୍ଯ୍ୟାଳୟକୁ ବାରମ୍ବାର ଦୌଡୁଛନ୍ତି। ହେଲେ ସମାଧାନର ବାଟ ବାହାରୁନାହିଁ। କମ୍ପାନୀ ସେମାନଙ୍କ ବକେୟା ଟଙ୍କା ନ ଦେଇ କାମ ଆରମ୍ଭ କଲେ ଏହାକୁ କର୍ମଚାରୀ ବିରୋଧ କରିବେ ବୋଲି ମତ ରଖିଛନ୍ତି। ଏ ନେଇ କେଇସି କମ୍ପାନୀର ପ୍ରକଳ୍ପ ପରିଚାଳକ ଅରବିନ୍ଦ କୁମାରଙ୍କୁ ପଚାରିବାରୁ କାମକୁ ନେଇ ସ୍ଥାନୀୟ ଅଞ୍ଚଳରେ ସମସ୍ୟା ରହିଥିବା ଅଭିଯୋଗକୁ ସ୍ବୀକାର କରିଛନ୍ତି। ତେଣୁ ଉକ୍ତ ସମସ୍ୟାକୁ ତୁରନ୍ତ ସମାଧାନ କରାଯାଇ ପୁଣି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରକାଶ କରିଛନ୍ତି। ଏବେ ଦେଖିବାକୁ ଅପେକ୍ଷା କେବେ ଏହାର ସମାଧାନ କରାଯାଇ କାର୍ଯ୍ୟ ଆରମ୍ଭ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri