ଜଳାଶୟ ଜମିରେ ଶପିଂ ମଲ୍‌ ନିର୍ମାଣ

ଯାଜପୁର ଅଫିସ,୨୭ା୩: ଯାଜପୁର ସହରର ୟୁନିଟ-୮ ଯଯାତିନଗରର ପ୍ଲଟ ନମ୍ବର ୬୬୭, ଖାତା ନମ୍ବର ୬୩୬/୫୦୩ରେ ଥିବା ଏକ ଜଳାଶୟ କିସମ ଜମିକୁ ପୋତି ଶପିଂ ମଲ୍‌ ନିର୍ମାଣ ହେଉଛି। ଏହିମର୍ମରେ ରାଜ୍ୟ ସରକାର ଏବଂ ଜବରଦଖଲକାରୀଙ୍କ ବିରୋଧରେ ସ୍ଥାନୀୟ ବାସିନ୍ଦା ଚନ୍ଦ୍ରଶେଖର ରାୟ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ଅଭିଯୋଗ କରିଛନ୍ତି। ଏନେଇ ଏନ୍‌ଜିଟିରେ ୩୧/୨୦୨୩/ଇଜେଡ୍‌ ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ଏନ୍‌ଜିଟିର ଜଷ୍ଟିସ ବି.ଅମିତ୍‌ ସ୍ଥାଲେକର ଓ ଜୁଡିସିଆଲ ମେମ୍ବର ପ୍ରଫେସର ଏ. ସେନ୍ଥିଲ ୨୨ା୩ା୨୦୨୩ରେ ଉକ୍ତ ମାମଲାର ଶୁଣାଣି କରି ସମସ୍ତ ଜବାବଦାତାଙ୍କୁ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାବାଦ୍‌ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଉକ୍ତ ଜଳାଶୟ କିସମ ଜମିରେ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖିବା ଏବଂ ଯାଜପୁର ଜିଲାପାଳ ଏହାର ଅନୁପାଳନ କରିବାକୁ ଶୁଣାଣିରେ ଦର୍ଶାଯାଇଛି।
ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ଯାଜପୁର ଜିଲାରେ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ପୋଖରୀ ଥିଲା ବୋଲି ଜନଶ୍ରୁତି ରହିଛି। କିନ୍ତୁ ଏବେ ୨,୩୮୯ଟି ପୋଖରୀ ରହିଥିବା ସରକାରୀ ଭାବେ କୁହାଯାଇଛି। ସେଥିମଧ୍ୟରୁ କୋରେଇ ବ୍ଲକରେ ସର୍ବାଧିକ ୮୨୮ଟି ରହିଥିବାବେଳେ ବଡ଼ଚଣା ବ୍ଲକରେ ୧୯୯, ବରୀରେ ୫୧, ବିଞ୍ଝାରପୁରରେ ୧୨୫, ଦାନଗଦିରେ ୨୦୫, ଦଶରଥପୁରରେ ୨୨୩, ଧର୍ମଶାଳାରେ ୨୦୫, ଯାଜପୁର ବ୍ଲକରେ ୧୨୧, ରସୁଲପୁରରେ ୧୮୭, ସୁକିନ୍ଦାରେ ୧୪୫ ଏବଂ ବ୍ୟାସନଗର ଓ ଯାଜପୁର ମ୍ୟୁନିସିପାଲିଟି ଅଞ୍ଚଳରେ ୧୦୦ ପୋଖରୀ ରହିଛି। ହେଲେ ଦ୍ରୁତ ଶିଳ୍ପାୟନ ସହ ସହରୀକରଣ ସହରର ଭୂଗୋଳକୁ ବଦଳାଇ ଦେଇଛି। ବର୍ଷାଜଳର ସଂରକ୍ଷଣ ସହ ସହର ବସତିକୁ ଅତିବୃଷ୍ଟିର କ୍ଷୟକ୍ଷତିରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଶହ ଶହ ବର୍ଷର ଯୋଜନାବଦ୍ଧ ଭାବରେ କରାଯାଇଥିବା ବନ୍ଧ, ପୋଖରୀଗୁଡ଼ିକ ହଜି ଯାଉଛି। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ଜଳାଶୟଗୁଡ଼ିକୁ ସଂରକ୍ଷଣ ଓ ପ୍ରଦୂଷଣମୁକ୍ତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ନିର୍ଦ୍ଦେଶ ହେଉଛି। ହେଲେ ପ୍ରଶାସନିକସ୍ତରରେ ଆନ୍ତରିକତାର ଅଭାବ ଯୋଗୁ ସରକାରଙ୍କ ଏହି ଉଦ୍ଦେଶ୍ୟ ସଫଳ ହୋଇପାରୁନାହିଁି। କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ପୋଖରୀ ପୋତିବାକୁ ଯୋଜନାବଦ୍ଧ ଭାବରେ ଷଡ଼ଯନ୍ତ୍ର କରୁଛନ୍ତି। ଏଥିରେ ମୋଟା ଅଙ୍କର ହାତଗୁଞ୍ଜା ନେଇ ସରକାରୀ ଅଧିକାରୀ ସହଯୋଗ କରୁଥିବା ମଧ୍ୟ ଅଭିଯୋଗ ହେଉଛି। ଏହି କ୍ରମରେ ଯାଜପୁର ସହରର ଉକ୍ତ ପୋଖରୀ ପୋତାଯିବାକୁ ନେଇ ମାମଲା ଏନ୍‌ଜିଟିରେ ପହଞ୍ଚତ୍ଛି। ଅଭିଯୋଗ ଅନୁସାରେ ରେଭିନ୍ୟୁ ରେକର୍ଡରେ ଏହି ଜମି ଜଳାଶୟ କିସମ। ଏଥିପାଇଁ ୧୨ା୪ା୨୦୨୧ ଏବଂ ୧୨ା୫ା୨୦୨୧ରେ ଯାଜପୁର ସ୍ପେଶାଲ ପ୍ଲାନିଂ ଅଥରିଟି ଓ ଯାଜପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ଉକ୍ତ ଜଳାଶୟ କିସମ ଜମିରେ ନିର୍ମାଣ ବନ୍ଦ କରିବାକୁ ଜବରଦଖଲକାରୀଙ୍କୁ ନୋଟିସ ଦେଇଥିଲେ। କିନ୍ତୁ ଉକ୍ତ ନୋଟିସର ପ୍ରାୟ ୨ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିବାବେଳେ ସରକାରୀସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଏଭଳି ସ୍ଥିତିରେ ଜବରଦଖଲକାରୀ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇଛନ୍ତି। ଅଧିକାରୀଙ୍କ ଉକ୍ତ ନିର୍ଦ୍ଦେଶନାମା କେବଳ ବଳ କଷିବାକୁ ପ୍ରଜୁଯ୍ୟ ଥିଲା ବୋଲି ସନ୍ଦେହ କରାଯାଇଛି। ତେଣୁ ଏହି ସମ୍ବେଦନଶୀଳ ମାମଲାକୁ ଏନ୍‌ଜିଟି ଗ୍ରହଣ କରି ସମ୍ପୃକ୍ତ ଅଧିକାରୀ, ଜବରଦଖଲକାରୀ ଏବଂ ରାଜ୍ୟ ସରକାରଙ୍କ ନୋଟିସ ଜାରି ହୋଇଛି। ଜିଲାରେ ଏଭଳି ଶତାଧିକ ଜଳାଶୟ କିସମ ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଥିବାବେଳେ ସରକାରୀ ଅଧିକାରୀ ନୀରବଦ୍ରଷ୍ଟା ସାଜିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ଚାଷୀନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ବିଭିନ୍ନ ମହଲରେ ନିନ୍ଦା

ବରଗଡ଼,୯।୧୨(ପ୍ରେମାନନ୍ଦ ଖମାରୀ): ସଂଯୁକ୍ତ କୃଷକ ସଂଗଠନର ଜଣେ ଆଗଧାଡ଼ିର ଚାଷୀନେତା ସୁରେଶ ନେକାଣ୍ଟିଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଲାପାଣି ଛକରେ...

ନର୍ମାଲ ଡେଲିଭରୀ ଚାହୁଁଥିଲେ ଆପଣାନ୍ତୁ…. ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଟିପ୍ସ

ଭୁବନେଶ୍ୱର,୯।୧୨: ଆଜିକାଲି ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍‌କୁ ଯାଆନ୍ତୁ ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ...

ଅଭିନବ ଉପାୟରେ ହୋମ ଯଜ୍ଞ କରି ଦାବି ଜଣାଇଲେ ଛାତ୍ରୀଛାତ୍ର, କହିଲେ ସରକାରଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ…

ବଲାଙ୍ଗୀର, ୯।୧୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରୁ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଦାବି...

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ…

ଭୁବନେଶ୍ୱର,୮।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କର ପେନସନ ମଧ୍ୟ ବୃଦ୍ଧି ହେବ। ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା,...

ଜାପାନ ଭୂକମ୍ପରେ ୩୩ ଆହତ, ପ୍ରଧାନମନ୍ତ୍ରୀ ଗଠନ କଲେ ଏମରଜେନ୍ସି ଟାସ୍କ ଫୋର୍ସ

ଟୋକିଓ,୯।୧୨: ସୋମବାର ରାତିରେ ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ ହେବା ପରେ ଲୋକମାନେ ଏବେ ବି ଭୟଭୀତ ଅଛନ୍ତି। ଭୂମିକମ୍ପ ପରେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ...

ସବୁଜ ଆମୋନିଆ ପ୍ଲାଣ୍ଟ ନିର୍ମାଣ ସ୍ଥାନ ଦେଖିଲା ଜିଲା ପ୍ରଶାସନ

ମହାକାଳପଡ଼ା, ୯ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ସ୍ବାଧୀନତା ପରେ ଛୁଞ୍ଚତ୍ କାରଖାନାଟିଏ ନାହିଁ। ୨୪ବର୍ଷ ଶାସନ ବିଜେଡି ଅମଳରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବା ପୂର୍ବରୁ...

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କଲେ ଶାହିଦ ଆଫ୍ରିଦି, ରୋହିତ ଏବଂ ବିରାଟଙ୍କ ବିଷୟରେ କହିଲେ ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ନୂଆଦିଲ୍ଲୀ,୯।୧୨: ପୂର୍ବତନ ପାକିସ୍ତାନୀ ଅଧିନାୟକ ଶାହିଦ ଆଫ୍ରିଦି ପୁଣି ଥରେ ଭାରତୀୟ କ୍ରିକେଟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଏଥର ସେ ଟିମ ଇଣ୍ଡିଆର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri