Posted inଜାତୀୟ

ତିନି ଦଶକ ପର୍ଯ୍ୟନ୍ତ ମାଫିଆ ଥିବା ଅତିକଙ୍କୁ ଗୋଟିଏ ଥର ବି ହୋଇନି ସଜ୍ଜା

ଲକ୍ଷ୍ନୌ,୨୭ ।୩: ଉତ୍ତର ପ୍ରଦେଶ ପୋଲିସ ମାଫିଆ ଅତିକ ଅହମ୍ମଦଙ୍କୁ ସାବରମତି ଜେଲରୁ ଉତ୍ତର ପ୍ରଦେଶ ନିଆ ଯାଉଛି । ସୋମବାର ସକାଳ ସୁଦ୍ଧା ଅତିକଙ୍କ କାଫିଲା ଏମପି-ୟୁପି ବର୍ଡରରେ ପହଞ୍ଚି ଯାଇଛି । ରାତି ସାଢେ ୩ଟାରେ କୋଟାର ପେଟ୍ରୋଲ ପମ୍ପରେ କାଫିଲା କିଛି ସମୟ ପାଇଁ ଅଟକି ଯାଇଥିଲା । ଅତିକଙ୍କ କାଫିଲା ମଧ୍ୟ ପ୍ରଦେଶର ଶିବପୁରୀରୁ ପ୍ରାୟ ୧୧୦ କିଲୋମିଟର ଦୂରରେ ରହିଛି । ଏହା ରାଜସ୍ଥାନର ବାରାରେ ରହିଛି ।

ଜେଲରୁ ବାହାରିବା ପରେ ଅତିକ ଅହମ୍ମଦ ତାଙ୍କୁ ହତ୍ୟା କରାଯିବାର ଯୋଜନା କରାଯାଉଥିବା ଆଶଙ୍କା କରି ଭୟଭିତ ହୋଇଛନ୍ତି । ଅତିକଙ୍କୁ ଯେତେବେଳେ ଜେଲରୁ ବାହାରକୁ ପୋଲିସ ଭ୍ୟାନରେ ନିଆଯାଇଥିଲା, ସେତେବେଳେ ସେଠାରେ ଥିବା ମିଡିଆକୁ ସେ କହିଥିଲେ, ‘ହତ୍ୟା, ହତ୍ୟା’ । ହେଲେ ଖବରଦାତାମାନେ ପ୍ରଶ୍ନ କରିଥିଲେ କି ସେ ତ ପୋଲିସ ଭ୍ୟାନରେ ଯାଉଛନ୍ତି ପୋଲିସର କଷ୍ଟଡିରେ ତାଙ୍କୁ ଭୟ କାହିଁକି ଲାଗୁଛି । ହେଲେ ଅତିକ କହିଥିଲେ ମୋତେ ଏମାନଙ୍କ ପ୍ରୋଗ୍ରାମ ଜଣା । ଏମାନେ ମୋତେ ହତ୍ୟା କରିବାକୁ ଚାହୁଛନ୍ତି ।
ସୂଚନାଯୋଗ୍ୟ, ଅତିକ ୨୦୧୯ରୁ ଜେଲରେ ବନ୍ଦ ରହିଛନ୍ତି । ଯଦି ମାଫିଆ ଅତିକ ଅହମ୍ମଦଙ୍କୁ ଦୋଷୀ ସାବ୍ୟସ୍ତ କରାଯାଏ ତେବେ ଏହା ତାଙ୍କର ପ୍ରଥମ ସଜା ହେବ । କାରଣ ୩ ଦଶକ ପର୍ଯ୍ୟନ୍ତ ମାଫିଆ ଥିବା ଅତିକଙ୍କୁ କେବେ ସଜା ଶୁଣାଯାଇନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ରାଇକିଆ ଥାନାରେ ନିଶାମୁକ୍ତ ଅଭିଯାନ, ଏହି ଶପଥ ନେଲେ ଛାତ୍ରୀଛାତ୍ର

ରାଇକିଆ,୧।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନାରେ ବୁଧବାର ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଏ.ସ୍ୱର୍ଣ୍ଣଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ନୂତନ ବ୍ଲକ ଶିକ୍ଷା ଅଧିକାରିଣୀ ଭାବେ ଯୋଗଦେଲେ ମଧୁସ୍ମିତା:ଏକ ନମ୍ବର ଶିକ୍ଷା ବ୍ଲକ କରିବା ଲକ୍ଷ୍ୟ

କର୍ଲାମୁଣ୍ଡା:୧/୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ନୂତନ ଭାବେ ବୁଧବାର ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ଯୋଗ ଦେଇଛନ୍ତି। କାର୍ଯ୍ୟାଳୟରେ ଯୋଗଦେବା…

ଗଜପତି ପୋଲିସକୁ ବଡ଼ ସଫଳତା: ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ, ୬ ନାବାଳିକା…

ଗଜପତି,୧।୭(ଗିରିଧାରୀ ପରିଛା): ଗଜପତି ପୋଲିସ ଏକ ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ କରି ୬ ଜଣ ନାବାଳିକାଙ୍କ ସମେତ ୭ ଜଣ ପୀଡ଼ିତାଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିଛି।…

ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ରୋଗୀସେବା ବନ୍ଦ, ହନ୍ତସନ୍ତ ହେଉଛନ୍ତି ରୋଗୀ

ବଞ୍ଚୋ,୧।୭(ପ୍ରଦୋଷ ବିଶ୍ୱାଳ ): ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ (ଓମ୍‌ସା)ର ୮ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଜାତୀୟ ଡାକ୍ତର ଦିବସ ଅବସରରୁ ବୁଧବାର…

ଆଜି ଭାରତ-ଇଂଲଣ୍ଡ ମ୍ୟାଚ୍‌: ବୈଭବଙ୍କ ଉପରେ ଇଂଲଣ୍ଡ ଅଧିନାୟକ ବଡ଼ ବୟାନ, ଦେଲେ

ଚେଷ୍ଟର ଲେ ଷ୍ଟ୍ରିଟ,୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ T20 ସିରିଜର ପ୍ରଥମ ମ୍ୟାଚ୍‌ ଜୁଲାଇ ୧ ତାରିଖ ଅର୍ଥାତ୍‌ ଆଜି ଖେଳାଯିବ। ଖେଳ ପୂର୍ବରୁ, ଇଂଲଣ୍ଡ…

ଗଣଶିକ୍ଷା ବିଭାଗର ବଡ଼ ଘୋଷଣା, ଛାତ୍ରୀଛାତ୍ରଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି

ଭୁବନେଶ୍ୱର,୧।୭: ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି । ଚଳିତ ବର୍ଷରେ ହିଁ ନୂଆ ବହି ଯୋଗାଇ ଦେବେ ସରକାର । ଯଥା  ସମ୍ଭବ ଛାତ୍ରୀଛାତ୍ରଙ୍କୁ ବହି…

ଆଜିଠୁ ଶସ୍ତା ହେଲା ୫ କେଜିଆ ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ ଆପଣଙ୍କ ସହରର ନୂଆ ଦର!

ନୂଆଦିଲ୍ଲୀ,୧।୭: ମହଙ୍ଗା ମାଡ଼ ମଧ୍ୟରେ ଏବେ ଏଲପିଜି (LPG) ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ସହିତ ‘ଛୋଟ ଗ୍ୟାସ୍ ସିଲିଣ୍ଡର’ ମଧ୍ୟ…

ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ: ଓମସାର କାର୍ଯ୍ୟବନ୍ଦ ଆନ୍ଦୋଳନ

ବାରିପଦା, ୧।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ  …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri