ସରୁନି ଜାନିବିଲି ବୃହତ୍‌ ଜଳ ପ୍ରକଳ୍ପ ନିର୍ମାଣ

ବ୍ରହ୍ମପୁର,୨୨ା୬ (ନରସିଂହ ସାହୁ)ରେଶମ ସହର ବ୍ରହ୍ମପୁରରେ ଦୀର୍ଘବର୍ଷ ଧରି ଲାଗି ରହିଥିବା ଭୀଷଣ ଜଳ କଷ୍ଟର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଜାନିବିଲି ବୃହତ୍ତର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଲାଗି ପଦକ୍ଷେପ ନେଲେ। ପ୍ରାୟ ୫ ଶହ କୋଟି ଟଙ୍କାର ଏହି ଯୋଜନା ପାଇଁ ୨୦୧୬ ନଭେମ୍ବର ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ମାତ୍ର ୨ ବର୍ଷ ଅର୍ଥାତ୍‌ ୨୦୧୮ ନଭେମ୍ବର ୩୦ରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରିବ ଏବଂ ଧରାକୋଟ ବ୍ଲକର ଜାନିବିଲି ଆନିକଟରୁ ମୋଟା ପାଇପ ଯୋଗ ପାଣି ଆସି କୁକୁଡ଼ାକଣ୍ଡି ବ୍ଲକର ଜଗଦଳପୁର ଠାରେ ବିଶୋଧନ କରାଯାଇ ସହରକୁ ଛଡ଼ାଯିବ। ଫଳରେ ମହାନଗରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ମିଳିବାର ସେ ଆଙ୍କୁଶପୁର ନିକଟରେ ଆୟୋଜିତ ବିଶାଳ ଜନ ସମାବେଶରେ ଘୋଷଣା କରିଥିଲେ। କେବଳ ସେତିକି ନୁହେଁ ଜାନିବିଲି ଠାରୁ ବ୍ରହ୍ମପୁର ମଧ୍ୟରେ ଥିବା ୧୬ ପଞ୍ଚାୟତର ୫୩ ଗ୍ରାମବାସୀଙ୍କୁ ଏହି ସୁବିଧା ଉପଲବ୍ଧ ହେବାର ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆବଶ୍ୟକ ଅନୁଦାନ ମଞ୍ଜୁର ହେଲା। ଏକ ନାମୀଦାବୀ ଘରୋଇ ଉଦ୍ୟୋଗକୁ ନିର୍ମାଣ ଦାୟିତ୍ୱ ଦିଆଗଲା। ସେହି ସଂସ୍ଥା ବିପୁଳ ପରିମାଣର ଲୁହା ପାଇପ ଆଣି ସହର ସାରା ରଖିଲା। ଟାର୍ଗେଟ ୨୦୧୮ ନଭେମ୍ବର ୩୦ ସୁଦ୍ଧା ଏକ ଚତୁର୍ଥାଂଶ କାମ ମଧ୍ୟ ହୋଇନଥିଲା। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମାର୍ଚ୍ଚ ମାସରେ ଦରଖଣ୍ଡିଆ ବା ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ଭୋଟ ରାଜନୀତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିଲା। ଏହାର ଏବେ ସାଢ଼େ ୪ ବର୍ଷ ବିତିଛି ଏବଂ ଆଗାମୀ ନିର୍ବାଚନ ପାଖେଇ ଆସୁଛି। ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ସହରରେ ପାଇପ ବିଛା କାର୍ଯ୍ୟ ଚାଲିଛି। ୫୩ ଗ୍ରାମାଞ୍ଚଳ ତେଣେ ଥାଉ ରେଶମ ନଗରୀବାସୀ ଏଯାବତ୍‌ ୨୪ ଘଣ୍ଟିଆ ପାଣିରୁ ବଞ୍ଚିତ ହୋଇଛନ୍ତି। ଜାନିବିଲି ଯୋଜନା କେବେ ସମ୍ପୂର୍ଣ୍ଣ ହେବ ତାହା ମଧ୍ୟ ଅନିଶ୍ଚିତ ହୋଇଯାଇଛି।
ସମ୍ପୃକ୍ତ ଠିକା ସଂସ୍ଥା ନିର୍ବାଚିତ ଜନ ପ୍ରତିନିଧି ଓ ଅନ୍ୟ ସରକାରୀ ଅଧିକାରୀଙ୍କୁ ଖାତିରି ନ କରି ମନଇଚ୍ଛା କାର୍ଯ୍ୟ କରୁଛି। ପାଇପ ବିଛା ପାଇଁ ମହାନଗରର ଶତାଧିକ ରାସ୍ତା ଖୋଳି କଦର୍ଯ୍ୟ କରିଦେଉଛି। ନିଗମ ପକ୍ଷରୁ ନିର୍ମିତ ନୂଆ ରାସ୍ତା ଖୋଳି ତାଡ଼ି ଦେଇଛି। ଫଳରେ ଯାନବାହନ ଓ ଲୋକଙ୍କ ଯାତାୟତ ବିପଜ୍ଜନକ ହୋଇଯାଇଛି। ଘନଘନ ବିଦ୍ୟୁତ କାଟ ଯୋଗୁ ଷ୍ଟ୍ରିଟ ଲାଇଟ ଲିଭିଯାଉଛି ଏବଂ ଲୋକେ ଅନ୍ଧାରରେ ଯିବା ଆସିବା ବେଳେ ଛୋଟ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଜାନିବିଲି ପ୍ରକଳ୍ପ ଯନ୍ତ୍ରଣାରେ ମହାନଗରବାସୀ ତ୍ରାହି ତ୍ରାହି ଡ଼ାକୁଛନ୍ତି। ଠିକା ସଂସ୍ଥା ମନଇଚ୍ଛା ରାସ୍ତା ଖୋଳି ମାଟି ସଫା କରୁନଥିବାରୁ ତାହା ଡ୍ରେନରେ ପଡ଼ୁଛି ଏବଂ ସାମାନ୍ୟ ବର୍ଷା ହେଲେ ବିଚ ରାସ୍ତାରେ ମଇଳା ପାଣି ଲହଡ଼ି ମାରୁଛି।
ସୂଚନାଯୋଗ୍ୟ ନବୀନ ସରକାରଙ୍କ ୫ମ ପାଳି ଶାସନର ୪ର୍ଥ ବର୍ଷ ଗତ ମେ ୨୯ରେ ପୁରିଥିଲା। ସେହିଦିନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଗଞ୍ଜାମ ଜିଲାର ଗ୍ରାମ୍ୟ ଜଳ ଯୋଗାଣ ନିମନ୍ତେ ୧୫୦୯.୯୧ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ ମଞ୍ଜୁର ହୋଇଛି। ଫଳରେ ୧୨ ବ୍ଲକ ଅନ୍ତର୍ଗତ ୨୨୮ ପଞ୍ଚାୟତର ୭୨୦ ଗ୍ରାମରେ ବସବାସ କରୁଥିବା ୯ ଲକ୍ଷାଧିକ ଲୋକଙ୍କୁ ନିୟମିତ ବିଶୁଦ୍ଧ ପାଣି ଯୋଗାଣ ହେବାର ସରକାରୀ ଭାବେ ଘୋଷଣା କରାଯାଇଛି। ସବୁଠାରୁ ଉଲ୍ଲେଖନୀୟ ଘଟଣା ହୋଇଛି ଜାନିବିଲି ପ୍ରକଳ୍ପ ନିର୍ଦ୍ଦିଷ୍ଟ ସମୟ ଭିତରେ ସମ୍ପୂର୍ଣ୍ଣ କରିବାରେ ବିଫଳ ହୋଇଥିବା ସେହି ଠିକା ସଂସ୍ଥାକୁ ଦେଢ଼ ହଜାର କୋଟିର ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ଦିଆଯାଇଛି। ଏଥିପାଇଁ ସରକାର ଓ ଠିକା ସଂସ୍ଥା ମଧ୍ୟରେ ଚୁକ୍ତିନାମା ମଧ୍ୟ ସ୍ବାକ୍ଷରିତ ହୋଇଯାଇଛି।
ଅପରପକ୍ଷରେ ଜାନିିବଲି ଯୋଜାନ ସମ୍ପୂର୍ଣ୍ଣ କରିବାରେ ଅହେତୁକ ବିଳମ୍ବ କରିଥିବା ଠିକା ସଂସ୍ଥା ବିରୋଧରେ ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ କରାଯାଇନାହିଁ। ଏଭଳି ସ୍ଥିତିରେ ସେହି ଠିକାକୁ କାହିଁକି ଅନୁଗ୍ରହ ପୂର୍ବକ ଏକ ବୃହତ୍ତ ଯୋଜନାର ନିର୍ମାଣ ଦାୟିତ୍ୱ ଦିଆଗଲା ତାହା ରହସ୍ୟଘେରକୁ ଆସିଛି। ଗ୍ରାମାଞ୍ଚଳ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କେବେ ଆରମ୍ଭ ଓ ଶେଷ ହେବ ସେଥିପାଇଁ ଜିଲାର ସଚେତନ ଲୋକେ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri