ବାଲି ବିନା ପଛେଇଛି ନିର୍ମାଣ କାର୍ଯ୍ୟ

ଆନନ୍ଦପୁର,୨୧।୧୧(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅଞ୍ଚଳରେ ବାଲି ମିଳୁ ନ ଥିବାରୁ ନିର୍ମାଣ କାମ ହୋଇ ପାରୁନି। ଆବାସ ହିତାଧିକାରୀମାନେ ବାଲି ବିନା ଘରକାମ କରି ନ ପାରି ହଇରାଣ ହରକତ ହେଉଛନ୍ତି। ଏହି ତହସିଲ ଅଧୀନରେ ଥିବା ୭ଟି ସଇରାତର ଲିଜ୍‌ ପ୍ରକ୍ରିୟା ଦୀର୍ଘ ଦିନ ହେବ ଶେଷ ହୋଇଥିଲେ ମଧ୍ୟ ବାଲି ଉଠି ପାରୁନି। ପରିବେଶ ମଞ୍ଜୁରୀ ମିଳିପାରୁ ନ ଥିବାରୁ ଏହା କାର୍ଯ୍ୟକାରୀ ହୋଇପାରୁନି ବୋଲି ତହସିଲଦାର ତପନ କୁମାର ନାୟକ କହିଛନ୍ତି। ଫଳରେ ସରକାରୀ ଯୋଜନାରେ ହେବାକୁ ଥିବା ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହେବାରେ ଘୋର ପ୍ରତିବନ୍ଧକ ସାଜିଛି। ଅନ୍ୟପଟେ ଏହି ତହସିଲ ଅଞ୍ଚଳର କେତେକ ବ୍ୟକ୍ତି ନିର୍ମାଣ କାମ ଜାରି ରଖିଛନ୍ତି। ଏଥିପାଇଁ ବାଲି କେଉଁଠୁ ଆସୁଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବାଲି ସଇରାତ ବନ୍ଦ ଥିବାରୁ ସରକାରୀ ଆବାସ ଯୋଜନାରେ ସାମିଲ ହୋଇଥିବା ଗରିବ ହିତାଧିକାରୀମାନେ ଆବାସ ଗଢ଼ିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି କେତେକ ହିତାଧିକାରୀ ବାଧ୍ୟ ବାଧ୍ୟକତାରେ ଚଢ଼ା ଦରରେ କିଣିବା ପାଇଁ ଚୋରା ବାଲି ମାଫିଆଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ନିକଟରେ ତହସିଲ ପକ୍ଷରୁ ପଦ୍ମପୁର ସଇରାତରୁ ବାଲି ଚୋରା ଚାଲାଣ ରୋକିବା ପାଇଁ ଟ୍ରେଞ୍ଚ ଖୋଳା ଯାଇଥିଲା। ହେଲେ ମାଫିଆମାନେ ଏହାକୁ ପୋତି ପୁନର୍ବାର ବାଲି ଚାଲାଣ କରିବାରେ ସଫଳ ହେଉଥିବା ଦେଖିବାକୁ ମିଳୁଛି। ଚୋରା ବାଲି ଚାଲାଣ ରୋକିବା ଦିଗରେ ଆବଶ୍ୟକ ସହଯୋଗ ପାଇଁ ସ୍ଥାନୀୟ ପୋଲିସକୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ସହଯୋଗ ମିଳିପାରୁନି ଓ ଚୋରା ଚାଲାଣ ବୃଦ୍ଧି ପାଉଥିବାରୁ ସରକାରଙ୍କ ରାଜସ୍ବ ହାନୀ ଘଟୁଥିବା ତହସିଲ କର୍ତ୍ତୃପକ୍ଷ କହିଛନ୍ତି।
ସୂଚନାଯୋଗ୍ୟ, ଆନନ୍ଦପୁର ତହସିଲ ଅଧୀନରେ ଆନନ୍ଦପୁର, ଅମାରଙ୍ଗ, ଟୁକୁଣା, ପଞ୍ଚୁପଲୀ, ଗୌଡ଼ଡିହା, ବେଲବାହାଳି, ବୁଢ଼ିକୁଦ ଆଦି ବାଲି ସଇରାତ ରହିଛି। ସମ୍ପୃକ୍ତ ସଇରାତ ଗୁଡ଼ିକ ଲିଜ୍‌ କାର୍ଯ୍ୟ ଶେଷ ହୋଇଛି। ହେଲେ ପରିବେଶ ମଞ୍ଜୁରୀ ନ ମିଳିବାରୁ ଏହା କାର୍ଯ୍ୟକାରୀ ହୋଇପାରୁନି। ତହସିଲଦାର ନାୟକ କହିଛନ୍ତି, କାର୍ଯ୍ୟାଳୟ ପକ୍ଷରୁ ପରିବେଶ ମଞ୍ଜୁରୀ ନିମନ୍ତେ ଠିକଣା ସମୟରେ ଆବଶ୍ୟକ କାଗଜପତ୍ର ପ୍ରଦାନ କରାଯାଇଛି। ମାତ୍ର ଅଦ୍ୟାବଧି ପରିବେଶ ମଞ୍ଜୁରୀ ମିଳିପାରିନି।


Enter your email to get our daily news in your inbox.

All Right Reserved By Dharitri.Com

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଭିିତ୍ତିପ୍ରସ୍ତର କରି କହିଲେ…

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।…

ହାତୀ ପାଇଁ ଅଟକିଲା ମାଲବାହୀ ଟ୍ରେନ୍‌: ଲୋକୋପାଇଲଟ….

କେନ୍ଦୁଝର/ଯୋଡ଼ା,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ/ମାନସ ମହାନ୍ତି):କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ବାମେବାରି ନିକଟ ନମିରା ଗ୍ରାମ ନିକଟ ବନ୍ଧୁଆବେଡ଼ାରେ ଗୁରୁବାର ସକାଳ ସମୟରେ ହାତୀ ପାଇଁ…

କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ଜୋରଦାର

କେନ୍ଦୁଝର,୧୩।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲା ଗ୍ରସ୍ତରେ ଆସିବେ। ସଦର ବ୍ଲକ ବଳଭଦ୍ରପୁର ଗ୍ରାମରେ ଆୟୋଜିତ ହେବାକୁ ଥିବା…

କେନ୍ଦୁଝରରେ ଧର୍ମଘଟ: ଏଆଇଟିୟୁସି କର୍ମୀ ବାଇକ୍‌ରେ ବୁଲି ବୁଲି ଦୋକାନ ବଜାର ବନ୍ଦ ପାଇଁ କଲେ ଅନୁରୋଧ

କେନ୍ଦୁଝର,୧୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଫେବୃଆରୀ ୧୨ ତାରିଖ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଡାକରାରେ କେନ୍ଦୁଝର ଜିଲାର ସଦର ମହକୁମା ସମେତ ଖଣି ଅଞ୍ଚଳ ଯୋଡ଼ା, ବଡ଼ବିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri