କଂଗ୍ରେସ ଜିତିଲେ ସମ୍ବିଧାନ ସୁରକ୍ଷିତ ରହିବ: ରାହୁଲ

ରାୟଗଡ଼ା,୪।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ କଂଗ୍ରେସ ସମାବେଶକୁ ଶୁକ୍ରବାର ଭର୍ଚୁଆଲ ମୋଡ୍‌ରେ ସମ୍ବୋଧନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ଜନସଭାରେ ସେ କଂଗ୍ରେସର ୫ ଗ୍ୟାରେଣ୍ଟି କଥା କହିଛନ୍ତି। ଆଗାମୀ ନିର୍ବାଚନରେ କଂଗ୍ରେସ ଜିତିଲେ ସମ୍ବିଧାନ ସୁରକ୍ଷିତ ହେବ ଓ ଲୋକତନ୍ତ୍ରର ବିଜୟ ହେବ ବୋଲି ସେ କହିଛନ୍ତି। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସକୁ ଜିତାଇବାକୁ ଭିଡିଓ ବାର୍ତ୍ତାରେ ଓଡ଼ିଶାବାସୀଙ୍କୁ ରାହୁଲ ଅନୁରୋଧ କରିଛନ୍ତ। ସେ ପୁଣି କହିଛନ୍ତି, ଏଥର ଯଦି କେନ୍ଦ୍ରରେ ଭାଜପା ସରକାର ଆସେ, ତେବେ ସମ୍ବିଧାନ ଓ ଲୋକତନ୍ତ୍ର ଶେଷ କରିବା ପାଇଁ ପଦକ୍ଷେପ ନେବ। ଏହାଦ୍ୱାରା ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆବର୍ଗ ସଂରକ୍ଷଣ ସୁବିଧା ଆଉ ପାଇବେ ନାହିଁ ବୋଲି ରାହୁଲ କହିଛନ୍ତି।
ରାୟଗଡ଼ା ଜେଏସ୍‌କୋ ପଡ଼ିଆରେ କୋରାପୁଟ ଏମ୍‌ପି ତଥା କଂଗ୍ରେସ ଲୋକ ସଭା ପ୍ରାର୍ଥୀ ସପ୍ତଗିରି ଉଲାକାଙ୍କ ନେତୃତ୍ୱରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ରାହୁଲ ଭିଡିଓ ବାର୍ତ୍ତାରେ କଂଗ୍ରେସର ୫ଟି ଗ୍ୟାରେଣ୍ଟିର ମଧ୍ୟ ସୂଚନା ଦେଇଥିଲେ। ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀ ସମାବେଶରେ ଯୋଗଦେବା କାର୍ଯ୍ୟକ୍ରମ ଥିଲା। ତେବେ ରାଏବରେଲିରେ ନାମାଙ୍କନପତ୍ର ଦାଖଲ ପାଇଁ ସେ ରାୟଗଡ଼ା ଆସିପାରି ନ ଥିଲେ। ତେଣୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସେ ଲୋକଙ୍କୁ ସମ୍ବୋଧନ କରିଥିଲେ। କଂଗ୍ରେସ ସର୍ବଦା ଆଦିବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଆସିଛି ଏବଂ ଆଗକୁ ମଧ୍ୟ ଜାରି ରଖିବ ବୋଲି ରାହୁଲ କହିଛନ୍ତି ।
ଭାଜପା ୨୫ ଜଣ ପୁଞ୍ଜିପତିଙ୍କୁ ୧୬ ଲକ୍ଷ କୋଟି ଟଙ୍କା ଟିକସ ଆକାରରେ ଛାଡ଼ କରିଛି। ଦେଶର ଧନ ସେମାନଙ୍କୁ ଦିଆଯାଉଛି। କଂଗ୍ରେସ ବିଜୟୀ ହେଲେ ପ୍ରତ୍ୟେକ ଗରିବ ପରିବାରର ମହିଳାଙ୍କ ଆକାଉଣ୍ଟକୁ ପ୍ରଥମେ ୧ ଲକ୍ଷ ଟଙ୍କା ଲେଖାଏ ଯିବ ବୋଲି ରାହୁଲ କହିଛନ୍ତି। ବେରୋଜଗାର ଯୁବତୀଯୁବକଙ୍କୁ ଚାକିରିର ଅଧିକାର ମିଳିବ। କୃଷକଙ୍କ ଋ଼ଣ ଛାଡ଼ ହେବ। ଶସ୍ୟର ସର୍ବନିମ୍ନ ଦର ବୃଦ୍ଧି ହେବ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି। ସମାବେଶରେ ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ମାଲୁ ଭାଟି ବିକ୍ରମାର୍କା, ଏଆଇସିସି ସାଧାରଣ ସମ୍ପାଦକ ତଥା ରାଜ୍ୟ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ସଭାପତି ଭକ୍ତଚରଣ ଦାସ, ଏମ୍‌ପି ସପ୍ତଗିରି ଉଲାକା, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗ, ଏଆଇସିସି ସମ୍ପାଦକ ଶାହାନବାଜ ଚୌଧୁରୀ, ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗୀ, ପ୍ରସାଦ ହରିଚନ୍ଦନ, ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ଉଦ୍‌ବୋଧନ ଦେଇ କେନ୍ଦ୍ରର ଭାଜପା ଓ ରାଜ୍ୟର ବିଜେଡି ସରକାରକୁ କଡ଼ା ସମାଲୋଚନା କରିଥିଲେ। କୋରାପୁଟ ଲୋକ ସଭା ଓ ଏହା ଅନ୍ତର୍ଗତ ୭ଟି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଜୟପୁର ବିଧାୟକ ତାରାପ୍ରସାଦ ନିବେଦନ କରିଥିଲେ। ସପ୍ତଗିରି ନିଜ ନିର୍ବାଚନମଣ୍ଡଳୀରେ ଗତ ୫ବର୍ଷ ମଧ୍ୟରେ କ’ଣ କାମ କରିଛନ୍ତି ସେ ସମ୍ପର୍କରେ ରିପୋର୍ଟ ଦେଇଥିଲେ। କଂଗ୍ରେସ କ୍ଷମତାକୁ ଆସିଲେ ଝୋଡ଼ିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳିବ ବୋଲି ଅଜୟ କୁମାର ସୂଚନା ଦେଇଛନ୍ତି।
ପିସିସି ସାଧାରଣ ସମ୍ପାଦକ ଦୁର୍ଗାପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ପିସିସି ସମ୍ପାଦକ ସୀମାଞ୍ଚଳ ଉଲାକା, ପିସିସି ମିଡିଆ ପ୍ରଭାରୀ ବିଶ୍ବରଞ୍ଜନ ମହାନ୍ତି, ପୂର୍ବତନ ବିଧାୟକ ନିମାଇଁ ସରକାର ପ୍ରମୁଖ ଉପସ୍ଥିତ ଥିଲେ। କୋରାପୁଟ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସମସ୍ତ ୭ ବିଧାନସଭା ଆସନର ପ୍ରାର୍ଥୀ ଏଥିରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ…

ଦିଗପହଣ୍ଡି,୧୧ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ଏମ.ସସ୍ମିତା ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦିଗପହଣ୍ଡି ପୋଲିସ ବୁଧବାର ଗ୍ରାମର…

ସମ୍ପର୍କରେ କଳଙ୍କ; ବୋହୂଙ୍କୁ ଯୌନ ନିର୍ଯାତନା ଦେଉଥିଲେ ଶ୍ବଶୁର, ଲିଫ୍ଟରେ କରୁଥିଲେ…

ବେଙ୍ଗାଲୁରୁ,୧୧ା୨: ଉତ୍ତର ବେଙ୍ଗାଲୁରୁରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ଘରୋଇ ସ୍କୁଲରେ ପ୍ରିନ୍ସିପାଲ୍ ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳା ତାଙ୍କ ଶ୍ୱଶୁରଙ୍କ…

କନ୍ଧମାଳରୁ ଭୁବନେଶ୍ୱରକୁ ଚାଲାଣ ହେଉଥିଲା ଗଞ୍ଜେଇ, ରାସ୍ତା ମଝିରେ ଧରିଲା ପୋଲିସ

ଭଞ୍ଜନଗର,୧୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସ୍‌ଆଇ ଏଲ୍‌. ବିଶ୍ୱାଳଙ୍କ ନେତୃତ୍ୱରେ ନିଧିଆପଲ୍ଲୀ ଛକରେ ଯାନବାହନ ଯାଞ୍ଚ ଚାଲିଥିଲା। ଏହି ସମୟରେ ପୋଲିସ ଏକ ବିଶ୍ୱସ୍ତ…

ଜିରିଡା ପୋଲ ଉପରୁ ୪୦ ଫୁଟ ତଳକୁ ଡେଇଁ ପଡ଼ିଲେ ମହିଳା, ତାପରେ…

ଉଦଳା,୧୧।୨(ସନ୍ତୋଷ କୁମାର ବାଚ୍ଛିନୀ): ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା। ନଦୀରେ ଥିବା ମାଛ ଧରାଳି ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଘଟିଛି…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଖେଳିଗଲା ଖୁସିର ଲହରି!

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳ ଗୁରୁବାର T20 ବିଶ୍ୱକପ 2026 ରେ ନାମ୍ବିଆର ମୁକାବିଲା କରିବ। ତା’ପରେ ଭାରତୀୟ ଦଳ ଫେବୃଆରୀ ୧୫ରେ ପାକିସ୍ତାନ ସହିତ ମୁକାବିଲା କରିବ।…

ଝାଡ଼େଶ୍ୱର ବାବାଙ୍କୁ ଜଳ ଅର୍ପଣ କଲେ ଗାୟକ ସୋନୁ ନିଗମ, ବିମାନବନ୍ଦରରୁ…

ଝାରସୁଗୁଡା,୧୧।୨(ଆଶିଷ ରଞ୍ଜନ ଦାଶ): ହିନ୍ଦୀ ସହିତ ବିଭିନ୍ନ ଭାଷାରେ ଲୋକପ୍ରିୟ ଭଜନ, ଦେଶାତ୍ମବୋଧକ ତଥା ପ୍ରସିଦ୍ଧ ଚଳଚ୍ଚିତ୍ରରେ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ ସୋନୁ ନିଗମ ବୁଧବାର…

ଜଳିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି,୧୧।୨: ବାଲେଶ୍ୱର ଜିଲା କୁଲଡିହା ଅଭୟାରଣ୍ୟରେ ବୁଧବାର ନିଆଁ ଲାଗିଛି। ଅଭୟାରଣ୍ୟର ମିରିଗିଡ଼ି ନିକଟ ପାହାଡ଼ ଉପରେ ଏକାଧିକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି। କେଉଁ ପରିସ୍ଥିତିରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri