ଯୁବତୀଙ୍କୁ ବଳାତ୍କାର କରି ବନ୍ଧାହେଲେ କନଷ୍ଟେବଳ

ବାରିପଦା ଅଫିସ,୩୦ା୭: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ପୋଲିସ ବଳାତ୍କାର ଓ ପ୍ରତାରଣା ଅଭିଯୋଗରେ ଜଣେ କନଷ୍ଟେବଳକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ବେତନଟୀ ଥାନା ପଦିପଡ଼ା ଗ୍ରାମର ଅଶୋକ ସୋରେନ। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା(ନଂ. ୭୦୨/୨୧) ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ପୋଲିସ ସୂଚନା ଅନୁଯାୟୀ, ବାରିପଦା ଲକ୍ଷ୍ମୀପୋଷିସ୍ଥିତ ୫ମ ବାଟାଲିୟନରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିବା ଅଶୋକଙ୍କ ସହ ଜନୈକା ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ସେ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ଯୁବତୀଙ୍କୁ ପ୍ରତାରଣା କରିଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା।