ଛବି ଖରାପ କରିବାକୁ ଚାଲିଛି ଷଡ଼ଯନ୍ତ୍ର: ଏକ ଫେସ୍‌ବୁକ ଆକାଉଣ୍ଟ ପେଜ୍‌ରେ…

କଟକ ଅଫିସ, ୨୬।୫: ଓଡ଼ିଆ ସିନେମା ଷ୍ଟାର ଦମ୍ପତି ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ପୁରୀଘାଟ ଥାନାରେ ଅଭିଯୋଗ କରିବାର ୨ଦିନ ପରେ ବର୍ଷା ବୁଧବାର ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ଗୋଟିଏ ପରେ ଗୋଟିଏ ଭିଡିଓ ଛାଡ଼ି ତାଙ୍କର ଛବି ଖରାପ କରାଯାଉଛି। ଏପରି କି ସ୍ବାମୀ ଅନୁଭବ ଅଦାଲତରେ ଡିଭୋର୍ସ କେସ୍‌ ଫାଇଲ୍‌ କରିବା ପରଠାରୁ ୨୦୨୦ରୁ ଏଯାବତ୍‌ କେହି ଅଜଣା ବ୍ୟକ୍ତି ମୋର ବ୍ୟକ୍ତିଗତ ଚାଟ୍‌ ଓ ଭିଡିଓକୁ କଟ୍‌, ଜଏଣ୍ଟ ଏଡିଟିଂ କରି ‘ଅନୁଭବ ମହାନ୍ତି ଦି ରିଅଲ ହିରୋ ଅଫ୍‌ କେନ୍ଦ୍ରାପଡ଼ା’ ନାମରେ ଏକ ଫେସ୍‌ବୁକ ଆକାଉଣ୍ଟ ପେଜ୍‌ରେ ଛଡ଼ାଯାଉଛି। ଚରିତ୍ର ସଂହାର ଏବଂ ସମାଜରେ ନିନ୍ଦିତ କରିବା ଉଦ୍ଦେଶ୍ୟରେ କେହି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଏଭଳି କରୁଛନ୍ତି। ତେଣୁ ଏହି ଆକାଉଣ୍ଟରେ ଭିଡିଓକୁ ପୋଷ୍ଟ ଏବଂ ଅପରେଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବର୍ଷା ଏତଲାରେ ଦର୍ଶାଇଛନ୍ତି। ବର୍ଷାଙ୍କ ଅଭିଯୋଗକୁ ଭିତ୍ତିକରି ଆଇପିସି ଦଫା ୫୦୯ ଏବଂ ଆଇଟି ଆକ୍ଟର ଦଫା ୬୭ରେ ଏକ ମାମଲା(ନଂ.୧୪/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ବର୍ଷାଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦିଆଯାଉଛି। ଆଇଟି ଆକ୍ଟ ଅନୁଯାୟୀ ତଦନ୍ତ କରାଯାଇ ସୋସିଆଲ୍‌ ମିଡିଆରେ ପୋଷ୍ଟର କରାଯାଇଥିବା ଲେଖାର ଏହାର ସ୍କ୍ରିନ୍‌ଶଟ୍‌ ଜବତ କରାଯାଇଛି। ଅରୁଚିକର ମନ୍ତବ୍ୟ ଆସିଥିବା ସୋସିଆଲ ମିଡିଆ ପେଜ କିଏ ବ୍ୟବହାର କରୁଛି ଏବଂ ଏଥିରେ କାହାର ସମ୍ପୃକ୍ତି ରହିଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଡିସିପି ମିଶ୍ର କହିଛନ୍ତି। ଅପରପକ୍ଷରେ ବର୍ଷାଙ୍କ ଏଭଳି ଅଭିଯୋଗ ପରେ ଅନୁଭବ ମଧ୍ୟ ପାଲଟା ଲିଖିତ ଅଭିଯୋଗ ଆଣିଛନ୍ତି। ନିଜ ଟୁଇଟରେ ଏକ ପୋଷ୍ଟ କରି କହିଛନ୍ତି , ବର୍ଷା ଏକ ଫ୍ୟାନ କ୍ଲବ କରି ଫୁଲ୍‌ ଟିମ୍‌ ସୋସିଆଲ ମିଡିଆର ଅପବ୍ୟବହାର କରୁଛନ୍ତି।

ପ୍ରକାଶ ଯେ, ଅନୁଭବ ସୋସିଆଲ ମିଡିଆରେ ୨ଟି ଭିଡିଓ ଛାଡ଼ିବା ସହ ତାଙ୍କ ବିରୋଧରେ ମିଥ୍ୟା କାହାଣୀ କହିବା ସହ ଚରିତ୍ରକୁ ଆକ୍ଷେପ କରୁଥିବା ଅଭିଯୋଗ କରି ଗତ ୨୨ତାରିଖରେ ବର୍ଷା ପୁରୀଘାଟ ଥାନାରେ ଅନୁଭବଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ମଙ୍ଗଳବାର ଅନୁଭବ ତୃତୀୟ ଭିଡିଓ ଜାରି କରିବା ସହ ମେଡିକାଲ ଟେଷ୍ଟ, ଫୋରେନ୍‌ସିକ୍‌ ଲାବ୍‌ରେ ବର୍ଷାଙ୍କ ଅଡିଓ ଟେଷ୍ଟ ଏବଂ ପଲିଗ୍ରାଫି ବା ଲାଏ ଡିଟେକ୍ସନ୍‌ ଟେଷ୍ଟ କରିବାକୁ ସେ ବର୍ଷାଙ୍କୁ ଆହ୍ବାନ ଦେଇଛନ୍ତି। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଜଟିଳ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

Air Indiaର ସମସ୍ତ ପାଇଲଟଙ୍କର ହେବ ଡ୍ରଗ୍ସ ଟେଷ୍ଟ, ଜାଣନ୍ତୁ ଏହାର କାରଣ…

ନୂଆଦିଲ୍ଲୀ,୧୩।୮: ‘ମାରିଜୁଆନା ଘଟଣା’ ପରେ, ଏୟାର ଇଣ୍ଡିଆ ଏହାର ସମସ୍ତ ପାଇଲଟଙ୍କ ପାଇଁ ବାଧ୍ୟତାମୂଳକ ସ୍କ୍ରିନିଂ ନିର୍ଦ୍ଦେଶ ଦେଇଛି। ନିଷିଦ୍ଧ ପଦାର୍ଥ ଏବଂ ଔଷଧର ଯାଞ୍ଚ ନିୟମ…

ଗମ୍ଭୀରଙ୍କୁ ନେଇ ଏଭଳି କହିଦେଲେ ହରଭଜନ ସିଂ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୮: ଗୌତମ ଗମ୍ଭୀରଙ୍କୁ ନେଇ ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ ଏକ ବଡ଼ ବୟାନ ଦେଇଛନ୍ତି । ହରଭଜନଙ୍କ କହିବାନୁଯାୟୀ, ସେ ଯେଉଁ ଗୌତମ ଗମ୍ଭୀରଙ୍କୁ…

ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…

ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…

Sukhbir Badal: ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣର ହେବ ତଦନ୍ତ; ମୁଖ୍ୟମନ୍ତ୍ରୀ ଫଡନାଭିସ ଦେଲେ ବଡ଼ ନିର୍ଦ୍ଦେଶ

ମୁମ୍ବାଇ,୧୩।୮: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଅକାଳି ଦଳର ମୁଖ୍ୟ ଏବଂ ପୂର୍ବତନ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ନିର୍ଦ୍ଦେଶ…

ପୁରୁଷୋତ୍ତମପୁର ସମବାୟ ସମିତିଲିଃ ପରିବାର ସଦସ୍ଯଙ୍କ ନାମରେ ସମ୍ପାଦକ ରୁଣ ନେବା ଘଟଣା, ଡିଆରସିସିଙ୍କ ତଦନ୍ତ

ପୁରୁଷୋତ୍ତମପୁର,୧୩।୮(ସବିତା ମିଶ୍ର): ରୁଣଭାର ଯୋଗୁ ଚାଷୀ ଆତ୍ମହତ୍ଯା ଭଳି ଘଟଣା ରାଜ୍ଯକୁ ଦୋହଲାଇ ଦେଉଥିବା ସହ ସରକାରଙ୍କୁ ଚିନ୍ତାରେ ପକାଉଛି । ଏହାକୁ ନେଇ ସରକାର କୃଷକଙ୍କୁ…

ଗାତରେ ପଡ଼ିଗଲା ହାତୀଛୁଆ, ଜଗି ରହି ଚିତ୍କାର କରୁଥିଲା ମା’, ଆଉ ତା’ ପରେ…

ସୁନ୍ଦରଗଡ଼,୧୩ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲରେ ଗାତରେ ପଡ଼ିଥିବା ଏକ ହାତୀଛୁଆକୁ ଗୁରୁବାର ସକାଳେ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ଜନସାଧାରଣଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଶାନ୍ତ କିଶୋର, ନିଜ ବାସଭବନରେ ନ ରହି….

ପାଟନା,୧୩।୮: ବାଙ୍କୀପୁର ବିଧାନସଭା ଉପନିର୍ବାଚନ ଜିତିବା ପରେ ଜନ ସୁରାଜର ସଂସ୍ଥାପକ ତଥା ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଜନସାଧାରଣଙ୍କ ସ୍ୱାର୍ଥରେ ଏକ ବଡ଼ ଘୋଷଣା କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri