ହେଭିୱେଟ୍‌ ନେତାଙ୍କୁ ବାଦ୍‌ ଦେବା ଚକ୍ରାନ୍ତ

ବାଲେଶ୍ୱର ଅଫିସ,୨୧।୨: ବାଲେଶ୍ୱର ପୌରପାଳିକା ନିର୍ବାଚନ ପାଇଁ ୩୧ଟି ୱାଡର୍ର୍କୁ ନେଇ ସୀମା ନିର୍ଦ୍ଧାରଣ ସାଙ୍ଗକୁ ଆସନ ସରଂକ୍ଷଣ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକପ୍ରକାର ଚୂଡ଼ାନ୍ତ ହୋଇଯାଇଛି। ବିଭାଗୀୟ ପକ୍ଷରୁ ରୋଟେସନ୍‌ ଏବଂ ଜନସଂଖ୍ୟା ଅନୁପାତରେ କେଉଁ ୱାଡର୍ର୍କୁ ଅଣସଂରକ୍ଷିତ, ମହିଳା, ତଫସିଲଭୁକ୍ତ ଜାତି ଏବଂ ତଫସିଲଭୁକ୍ତ ଉପଜାତି ବର୍ଗଙ୍କ ପାଇଁ ସଂରକ୍ଷଣ ରଖିବେ ସେଥିପାଇଁ ଚିଠା ପ୍ରସ୍ତାବ ଓ ଗାଇଡ୍‌ ଲାଇନ୍‌ ପୂର୍ବରୁ ଜାରି କରାଯାଇଥିଲା। ଏପରିକି ଆପତ୍ତି ଉପରେ ମଧ୍ୟ ଶୁଣାଣି ହୋଇସାରିଛି। କିନ୍ତୁ ରୋଟେସନ୍‌କୁ ନେଇ ପୌରାଞ୍ଚଳର କେତେକ ୱାଡର୍ର୍ରେ ଅନିୟମିତତା ହୋଇଥିବା ଆଲୋଚନା ପଛରେ ହେଭିୱେଟ୍‌ ନେତାମାନଙ୍କୁ ବାଦ୍‌ ଦେବାକୁ ଗଡ୍‌ ଫାଦର ଚକ୍ରାନ୍ତ କରୁଥିବା ଆଲୋଚନା ହେଉଛି।
ପୌରପାଳିକାର ୧, ୨୮ ଓ ୩୧ନଂ. ୱାର୍ଡ ରୋଟେସନ୍‌ ଫର୍ମୁଲାରେ ନ ପଡ଼ିବା ଘଟଣା ସ୍ଥାନୀୟ ୱାଡର୍ର୍ର ଭୋଟରମାନଙ୍କୁ ଏକପ୍ରକାର ବିସ୍ମିତ କରିଛି। ସେହିପରି ୬ନଂ. ୱାଡର୍ର୍ରେ ସାଧାରଣବର୍ଗ, ବିଶେଷକରି ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟର୍‌ ୯୯% ରହୁଥିବା ବେଳେ ଉକ୍ତ ୱାଡର୍ର୍କୁ ତଫସିଲଭୁକ୍ତ ଉପଜାତି ବା ଆଦିବାସୀ ବର୍ଗଙ୍କ ପାଇଁ ସଂରକ୍ଷଣ କରାଯାଇଛି। ଏ ବାବଦରେ ଜିଲାପାଳ, ବିଭାଗୀୟ ଶାସନ ସଚିବ ଏବଂ ନଗର ଉନ୍ନୟନ ବିଭାଗର ମନ୍ତ୍ରୀଙ୍କୁ ବିଭିନ୍ନ ଆପତ୍ତି ଅଭିଯୋଗ କରାଯାଇଥିଲେ ମଧ୍ୟ ଆବେଦନକାରୀଙ୍କ ଆବେଦନ ପ୍ରତି ଗୁରୁତ୍ୱ ଦିଆଯାଇନାହିଁ। କାହା ସ୍ବାର୍ଥ ପାଇଁ ଏପରି ଅନିୟମିତତାକୁ ପ୍ରଶୟ ଦିଆଯାଉଛି ତାହା ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି।
କାଉନ୍‌ସିଲରମାନଙ୍କୁ ଚଞ୍ଚକତା ପୂର୍ବକ ରାସ୍ତାରୁ ହଟାଇ ଦେଲେ ଆଗାମୀ ପୌର ନିର୍ବାଚନ ପରେ ପୁଣି ପୌରପାଳିକାକୁ ନିଜ କବ୍‌ଜାରେ ରଖିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି ଯୋଜନାରେ ରାଜ୍ୟର ଜଣେ ହେଭିୱେଟ୍‌ ନେତାଙ୍କୁ ଗଡ୍‌ ଫାଦର ବୋଲି ବିବେଚନା କରାଯାଉଛି। କିନ୍ତୁ ଏହି ଯୋଜନାକୁ ହେଭିୱେଟ୍‌ କାଉନ୍‌ସିଲରମାନେ ସ୍କାନ୍‌ କରିସାରିଲେଣି। ଆବଶ୍ୟକ ସ୍ଥଳେ ସମସ୍ତେ ଏକଜୁଟ୍‌ ହୋଇ ଏହାର ପ୍ରତିବାଦ କରିବେ। ସଫଳ ନ ହେଲେ ସ୍ବାଧୀନ ଭାବେ ନିର୍ବାଚନ ରଣାଙ୍ଗନରେ ପୌରାଧ୍ୟକ୍ଷ ପଦବୀରେ ଲଢ଼େଇ କରିବାର ରଣହୁଙ୍କାର ଦେଉଥିବା ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri