ହେଭିୱେଟ୍‌ ନେତାଙ୍କୁ ବାଦ୍‌ ଦେବା ଚକ୍ରାନ୍ତ

ବାଲେଶ୍ୱର ଅଫିସ,୨୧।୨: ବାଲେଶ୍ୱର ପୌରପାଳିକା ନିର୍ବାଚନ ପାଇଁ ୩୧ଟି ୱାଡର୍ର୍କୁ ନେଇ ସୀମା ନିର୍ଦ୍ଧାରଣ ସାଙ୍ଗକୁ ଆସନ ସରଂକ୍ଷଣ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକପ୍ରକାର ଚୂଡ଼ାନ୍ତ ହୋଇଯାଇଛି। ବିଭାଗୀୟ ପକ୍ଷରୁ ରୋଟେସନ୍‌ ଏବଂ ଜନସଂଖ୍ୟା ଅନୁପାତରେ କେଉଁ ୱାଡର୍ର୍କୁ ଅଣସଂରକ୍ଷିତ, ମହିଳା, ତଫସିଲଭୁକ୍ତ ଜାତି ଏବଂ ତଫସିଲଭୁକ୍ତ ଉପଜାତି ବର୍ଗଙ୍କ ପାଇଁ ସଂରକ୍ଷଣ ରଖିବେ ସେଥିପାଇଁ ଚିଠା ପ୍ରସ୍ତାବ ଓ ଗାଇଡ୍‌ ଲାଇନ୍‌ ପୂର୍ବରୁ ଜାରି କରାଯାଇଥିଲା। ଏପରିକି ଆପତ୍ତି ଉପରେ ମଧ୍ୟ ଶୁଣାଣି ହୋଇସାରିଛି। କିନ୍ତୁ ରୋଟେସନ୍‌କୁ ନେଇ ପୌରାଞ୍ଚଳର କେତେକ ୱାଡର୍ର୍ରେ ଅନିୟମିତତା ହୋଇଥିବା ଆଲୋଚନା ପଛରେ ହେଭିୱେଟ୍‌ ନେତାମାନଙ୍କୁ ବାଦ୍‌ ଦେବାକୁ ଗଡ୍‌ ଫାଦର ଚକ୍ରାନ୍ତ କରୁଥିବା ଆଲୋଚନା ହେଉଛି।
ପୌରପାଳିକାର ୧, ୨୮ ଓ ୩୧ନଂ. ୱାର୍ଡ ରୋଟେସନ୍‌ ଫର୍ମୁଲାରେ ନ ପଡ଼ିବା ଘଟଣା ସ୍ଥାନୀୟ ୱାଡର୍ର୍ର ଭୋଟରମାନଙ୍କୁ ଏକପ୍ରକାର ବିସ୍ମିତ କରିଛି। ସେହିପରି ୬ନଂ. ୱାଡର୍ର୍ରେ ସାଧାରଣବର୍ଗ, ବିଶେଷକରି ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟର୍‌ ୯୯% ରହୁଥିବା ବେଳେ ଉକ୍ତ ୱାଡର୍ର୍କୁ ତଫସିଲଭୁକ୍ତ ଉପଜାତି ବା ଆଦିବାସୀ ବର୍ଗଙ୍କ ପାଇଁ ସଂରକ୍ଷଣ କରାଯାଇଛି। ଏ ବାବଦରେ ଜିଲାପାଳ, ବିଭାଗୀୟ ଶାସନ ସଚିବ ଏବଂ ନଗର ଉନ୍ନୟନ ବିଭାଗର ମନ୍ତ୍ରୀଙ୍କୁ ବିଭିନ୍ନ ଆପତ୍ତି ଅଭିଯୋଗ କରାଯାଇଥିଲେ ମଧ୍ୟ ଆବେଦନକାରୀଙ୍କ ଆବେଦନ ପ୍ରତି ଗୁରୁତ୍ୱ ଦିଆଯାଇନାହିଁ। କାହା ସ୍ବାର୍ଥ ପାଇଁ ଏପରି ଅନିୟମିତତାକୁ ପ୍ରଶୟ ଦିଆଯାଉଛି ତାହା ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି।
କାଉନ୍‌ସିଲରମାନଙ୍କୁ ଚଞ୍ଚକତା ପୂର୍ବକ ରାସ୍ତାରୁ ହଟାଇ ଦେଲେ ଆଗାମୀ ପୌର ନିର୍ବାଚନ ପରେ ପୁଣି ପୌରପାଳିକାକୁ ନିଜ କବ୍‌ଜାରେ ରଖିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି ଯୋଜନାରେ ରାଜ୍ୟର ଜଣେ ହେଭିୱେଟ୍‌ ନେତାଙ୍କୁ ଗଡ୍‌ ଫାଦର ବୋଲି ବିବେଚନା କରାଯାଉଛି। କିନ୍ତୁ ଏହି ଯୋଜନାକୁ ହେଭିୱେଟ୍‌ କାଉନ୍‌ସିଲରମାନେ ସ୍କାନ୍‌ କରିସାରିଲେଣି। ଆବଶ୍ୟକ ସ୍ଥଳେ ସମସ୍ତେ ଏକଜୁଟ୍‌ ହୋଇ ଏହାର ପ୍ରତିବାଦ କରିବେ। ସଫଳ ନ ହେଲେ ସ୍ବାଧୀନ ଭାବେ ନିର୍ବାଚନ ରଣାଙ୍ଗନରେ ପୌରାଧ୍ୟକ୍ଷ ପଦବୀରେ ଲଢ଼େଇ କରିବାର ରଣହୁଙ୍କାର ଦେଉଥିବା ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri