ନେପାଳକୁ ଭାରତଠାରୁ ଦୂରେଇବା ପାଇଁ ଷଡ଼ଯନ୍ତ୍ର: ଜିନପିଙ୍ଗଙ୍କୁ ଭେଟିଲେ ନେପାଳୀ ପ୍ରଧାନମନ୍ତ୍ରୀ…

ବେଜିଂ,୨୪।୯ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଏବେ ଚାଇନା ଗସ୍ତରେ ଅଛନ୍ତି। ଏହି ସମୟରେ ନେପାଳ ପ୍ରଧାନମନ୍ତ୍ରୀ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଭେଟିଛନ୍ତି। ଏହି ବୈଠକରେ ଉଭୟ ଦେଶ ଅନେକ ବିକାଶ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଚାଇନା ରାଷ୍ଟ୍ରପତି ଲ୍ୟାଣ୍ଡ ଲକ ହୋଇଥିବା ନେପାଳକୁ ଚାଇନା ସହିତ ସଂଯୋଗ କରିବେ ଏବଂ ଭିତ୍ତିଭୂମି ବିକାଶ ସହିତ ସଂଯୋଗୀକରଣ ସୁବିଧା ସୁଦୃଢ଼ କରିବାରେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ନେପାଳୀ ପ୍ରଧାନମନ୍ତ୍ର ହାଙ୍ଗଝୋ ଏସିଆନ ଗେମ୍ସ ପାଇଁ ଚାଇନାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରଠାରୁ ଏହା ପ୍ରଚଣ୍ଡଙ୍କ ପ୍ରଥମ ଗସ୍ତ। ଏହାପୂର୍ବରୁ ସେ ଭାରତ ଏବଂ ଆମେରିକା ଗସ୍ତ କରିଥିଲେ। ତାଙ୍କ ସହ ସାକ୍ଷାତ ସମୟରେ ଜିନପିଙ୍ଗ କହିଛନ୍ତି ଟ୍ରାନ୍ସ-ହିମାଳୟ ମଲ୍ଟି-ଡାଇମେନଶନାଲ କନେକ୍ଟିଭିଟି ନେଟୱାର୍କ ସମେତ ଅନ୍ୟାନ୍ୟ ପ୍ରକଳ୍ପରେ ଉଭୟ ଦେଶ ସଫଳତା ହାସଲ କରିଛନ୍ତି।

ବିଦେଶୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନେପାଳ ଏବଂ ତିବ୍ଦତ ମଧ୍ୟରେ ଦୁର୍ଗମ ଅଞ୍ଚଳ ରହିଛି। ତେଣୁ ଦୁଇ ଦେଶ ମଧ୍ୟରେ ସଂଯୋଗ ବୃଦ୍ଧି ପାଇଁ ଟ୍ରାନ୍ସ-ହିମାଳୟ କନେକ୍ଟିଭିଟି ପ୍ରୋଜେକ୍ଟ ଅଧୀନରେ ସଡକ ଏବଂ ରେଳ ନେଟୱାର୍କ ବିକଶିତ ହେବ। ନେପାଳର ଅଧିକାଂଶ ଆମଦାନୀ ଭାରତରୁ ହୋଇଥାଏ। ନେପାଳରେ ନିଜର ଉପସ୍ଥିତି ବଢ଼ାଇବାକୁ ଚାଇନା ନେପାଳର ଭାରତ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବାକୁ ଚାହୁଁଛି। ତଥାପି, ଅନେକ ଭିତ୍ତିଭୂମି ବିକାଶ ସହିତ ନେପାଳରେ ଅନେକ ଚାଇନାର ପ୍ରକଳ୍ପ ଅଟକି ରହିଛି। ନେପାଳକୁ ଭାରତଠାରୁ ଦୂରେଇବା ପାଇଁ ଏହା ଚାଇନାର ଏକ ଷଡ଼ଯନ୍ତ୍ର।

ନେପାଳର ବୈଦେଶିକ ବ୍ୟାପାର ଇନଷ୍ଟିଚ୍ୟୁଟ ପ୍ରୟା ଘିମିରେ କହିଛନ୍ତି ସାତୋଟି ଚାଇନା ବନ୍ଦରକୁ ପ୍ରବେଶ କରିବା ପାଇଁ ନେପାଳ ଏକ ପରିବହନ-ଗମନାଗମନ ଚୁକ୍ତି ସ୍ବାକ୍ଷର କରିଛି। ଏହି ବୈଠକରେ ନଅଟି ବିଆରଆଇ ପ୍ରକଳ୍ପ ମଧ୍ୟ ଚୟନ କରାଯାଇଛି। ଏହି ବୈଠକରେ ଜିନପିଙ୍ଗ କହିଛନ୍ତି ଉଭୟ ଦେଶ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଉଚିତ। ପରସ୍ପରର ସମସ୍ୟା ଉପରେ ଆମେ ପରସ୍ପରକୁ ସମର୍ଥନ କରିବା ଜରୁରୀ। ପ୍ରଚଣ୍ଡ କହିଛନ୍ତି ଜିନପିଙ୍ଗଜଣେ ଦୂରଦୃଷ୍ଟି ସମ୍ପନ୍ନ ବିଶ୍ୱ ନେତା। ସେ ନେପାଳର ଜଣେ ଭଲ ବନ୍ଧୁ। ନେପାଳ ଏବଂ ଚାଇନା ଭଲ ବନ୍ଧୁ। ଆମେ ପରସ୍ପର ଉପରେ ବିଶ୍ୱାସ କରିପାରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri