Posted inଜାତୀୟ

ଇଞ୍ଜିନ-ପାୱାର କାର ମଧ୍ୟରେ ଚାପି ହୋଇ ମୃତ୍ୟୁ ବରଣ କଲେ ପଏଣ୍ଟସ୍‌ମ୍ୟାନ୍‌; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ନୂଆଦିଲ୍ଲୀ,୧୦ା୧୧: ବିହାର ବରାଉଣି ଜଙ୍କସନ୍‌ରେ ତାଳମେଳ ଅଭାବରୁ ରେଲଓ୍ବେ ପଏଣ୍ଟସ୍‌ମ୍ୟାନ୍‌ଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ଭାରତୀୟ ରେଲୱେର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ, ଷଡ଼ଯନ୍ତ୍ର କରି ସହକର୍ମୀଙ୍କୁ ହତ୍ୟା କରିଛନ୍ତି।

ରେଲୱେର ତଦନ୍ତ ସମୟରେ ସିସିଟିଭି ଯାଞ୍ଚ ସହିତ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଜଣାପଡିଛି ଯେ, ଏହା ଏକ ଯୋଜନାବଦ୍ଧ ହତ୍ୟା। ଅଭିଯୁକ୍ତ ମହମ୍ମଦ ସୁଲେମାନ ଜାଣିଜାଣି ସହଯୋଗୀ ଆମର କୁମାରଙ୍କୁ ଭୁଲ୍ ସିଗନାଲ ଦେଇଥିଲେ, ଯେଉଁଥିପାଇଁ ତାଙ୍କର ମୃତ୍ୟୁ ଘଟିଛି।

ଲକ୍ଷ୍ନୌ-ବରାଉଣି ଟ୍ରେନ୍ ଶନିବାର ସକାଳ ୮.୧୦ ରେ ଷ୍ଟେସନରେ ପହଞ୍ଚିବା ପରେ ମହମ୍ମଦ ସୁଲେମାନ ଏବଂ ଅମର କୁମାରଙ୍କୁ ଇଞ୍ଜିନ ଅଲଗା କରିବାକୁ ପଠାଯାଇଥିଲା। ଏହି ସମୟରେ, ଲୋକୋ ପାଇଲଟଙ୍କୁ ଭୁଲ ସିଗନାଲ ଦେବା ପରେ ଅମର ଇଞ୍ଜିନ ଏବଂ ପାୱାର କାର ମଧ୍ୟରେ ଅଟକି ଯାଇଥିଲା ବୋଲି ତଦନ୍ତ ରିପୋର୍ଟରୁ ଜଣାପଡିଛି।

ପ୍ରତ୍ୟକ୍ଷଦର୍ଶୀମାନେ ଦୁର୍ଘଟଣା ସମୟରେ ପାଟିକରି ଜଣାଇବା ପରେ ଲୋକ ପାଇଲଟ ଟ୍ରେନରୁ ବାହାରି ଇଞ୍ଜିନ ପଛକୁ ଘୁଞ୍ଚାଇବା କିମ୍ବା ଦୁର୍ଘଟଣାକୁ ରୋକିବା ପାଇଁ କୌଣସି ପଦକ୍ଷେପ ନ ନେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ ବୋଲି ଜଣାପଡିଛି।

ପ୍ରାୟ ଦୁଇ ଘଣ୍ଟା ପରେ ଇଞ୍ଜିନ ଏବଂ ପାୱାର କାର ଅଲଗା କରାଯାଇ ମୃତଦେହକୁ ବାହାର କରାଯାଇଥିଲା।ଘଟଣାକୁ ନେଇ ଅମରଙ୍କ ପରିବାର ସୁଲେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ତେବେ ସୁଲେମାନ ତାଙ୍କ ନିଜକୁ ନିର୍ଦ୍ଦୋଷ କହି ଲୋକୋ ପାଇଲଟଙ୍କୁ ଏହି ଦୁର୍ଘଟଣା ପାଇଁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ସେ ଏବଂ ଅମର ସେଣ୍ଟର୍ ବଫର୍ କପ୍ଲର୍ – ଇଞ୍ଜିନକୁ କୋଚ୍ ସହିତ ସଂଯୋଗ କରୁଥିବା ଏକ ଉପକରଣ ଦ୍ୱାରା ଇଞ୍ଜିନ ଏବଂ ପାୱାର କାରକୁ ସଂଯୋଗ ବିଚ୍ଛିନ୍ନ କରିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଇଞ୍ଜିନ ପାୱାର କାରଠାରୁ ଟିକିଏ ଦୂରକୁ ଚାଲିଯାଇଥିଲା ଏବଂ ଯେତେବେଳେ ଅମର ବଫର କପ୍ଲର ବନ୍ଦ କରିବାକୁ ଯାଇଥିଲେ, ସେତିକିବେଳେ ପାଇଲଟ (ସୁଲେମାନ) ଙ୍କ କୌଣସି ସିଗନାଲ ବିନା ଇଞ୍ଜିନକୁ ପଛକୁ ନେଇ ଆସିଥିଲେ। ତେବେ ରେଳ ଅଧିକାରୀଙ୍କ କହିବା ଅନୁଯାୟୀ ଅନ୍ୟ ଜଣେ ବରିଷ୍ଠ ସ୍ତରୀୟ ତଦନ୍ତ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

ଖୁସିଖବର: ଯୁଦ୍ଧ ମଧ୍ୟରେ ଭାରତରେ ପହଞ୍ଚିଲା ଏତେ ମେଟ୍ରିକ ଟନ୍‌ ଗ୍ୟାସ, ଏବେ କମିଯିବ…

ନୂଆଦିଲ୍ଲୀ,୧୬।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଅନେକ ଦେଶର ଜାହାଜ ହର୍ମୁଜ ପ୍ରଣାଳୀ ପାର୍‌ କରିପାରିନଥିଲେ, କିନ୍ତୁ ଦୁଇଟି ଭାରତୀୟ ଜାହାଜକୁ ଅନୁମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri