ଜୈବ ବିବିଧତାର ସୁରକ୍ଷା ପାଇଁ ଜନଭାଗୀଦାରି ଆବଶ୍ୟକ

ଭୁବନେଶ୍ୱର, ୩।୭(ଅସମାପିକା ସାହୁ): ନେଚର କ୍ଲବ ଓ ସୋକ୍ରାଟସ୍‌ ଫାଉଣ୍ଡେଶନ୍‌ର ମିଳିତ ଆନୁକୂଲ୍ୟରେ ରାଜ୍ୟ ସଂଗ୍ରହାଳୟରେ ଅନୁଷ୍ଠିତ ହେନ୍ତାଳବଣ ବା ମାନ୍‌ଗ୍ରୋଭ ପଥୋତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସିଓ୍ବାଇଏସ୍‌ଡିର ସହ ପ୍ରତିଷ୍ଠାତା ଜଗଦାନନ୍ଦ ଯୋଗଦେଇ ଜଳବାୟୁ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ଜନଭାଗୀଦାରିର ଆବଶ୍ୟକତା ରହିଛି ବୋଲି କହିଥିଲେ। ସେଥିପାଇଁ ପଞ୍ଚାୟତସ୍ତରରୁ ଜନ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ଓ ଏହାର ପ୍ରଭାବକୁ ରୋକିବା ପାଇଁ ତୁରନ୍ତ ସମାଧାନ ମିଳିବା ଅସମ୍ଭବ। ଏହା ଏକ ନିରନ୍ତର ପ୍ରକ୍ରିୟା ହେବା ଆବଶ୍ୟକ, ଯେଉଁଥିରେ ସମସ୍ତେ ସଂଶ୍ଳିଷ୍ଟ ରହିବେ। ପ୍ରକୃତିକୁ ଆମେ ଦୟା କରୁନାହଁୁ। ପ୍ରକୃତିକୁ ଦୟା କରିବାର ଆମର କ୍ଷମତା ନାହିଁ। ଆମେ ବଞ୍ଚତ୍ବା ପାଇଁ ଚେଷ୍ଟା କରୁଛନ୍ତି। ତେଣୁ ଆମେ ପ୍ରକୃତିର ସୁରକ୍ଷା ପାଇଁ ଚିନ୍ତା କରୁଛନ୍ତି ବୋଲି ସତପଥୀ କହିଥିଲେ। ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ତଥା ପରିବେଶ ପରିବର୍ତ୍ତନକୁ ରୋକିବାରେ ବରିଷ୍ଠ ଲୋକଙ୍କ ଭଳି ଯୁବପିଢ଼ିଙ୍କ ମଧ୍ୟ ଗୁରୁତ୍ୱ ରହିଛି ବୋଲି କହିଥିଲେ। ସେ କହିଥିଲେ, ଜଳବାୟୁ ପରିବର୍ତ୍ତନ ଏବେ ଆମ ସମସ୍ତଙ୍କ ପାଇଁ ଆହ୍ବାନ। ଏଥିପାଇଁ ଆମେ କ’ଣ କ’ଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ପ୍ରାୟ ସମସ୍ତେ ବୁଝିଲେଣି। ପରିବେଶର ସୁରକ୍ଷା ପାଇଁ ଯୁବପିଢ଼ି ଆଗେଇ ଆସିବା ଦରକାର। କ୍ଷେତ୍ର ସ୍ତରରେ ବହୁ ଯୁବପିଢ଼ି ନିଜ ସାମର୍ଥ୍ୟରେ ଏ ଦିଗରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ସେମାନେ ଲୋକଲୋଚନକୁ ଆସିପାରୁ ନାହାନ୍ତି। ସେହିଭଳି ଯୁବପିଢ଼ିଙ୍କୁ ଉତ୍ସାହିତ କରି ସହଯୋଗ କରିବା ଉଚିତ ବୋଲି ଆଦ୍ୟାଶା ସତପଥୀ କହିଥିଲେ।
ସାମ୍ବାଦିକ ସନ୍ଦିପ ସାହୁ ଯୋଗଦେଇ ଜୈବ ବିବିଧତାର ସୁରକ୍ଷା ପାଇଁ ସ୍ଥାନୀୟ ଲୋକଙ୍କ ବହୁ ଗୁରୁତ୍ୱ ରହିଛି ବୋଲି କହିଥିଲେ। ସମ୍ବାଦର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ଏଭଳି ଏକ ସ୍ଥିତିରେ ପହଞ୍ଚତ୍ଲାଣି ଯେ, ଆଉ ଏହା ପାଇଁ ଯୋଜନା କରିବାରେ ସମୟ ନଷ୍ଟ ନ କରି କାର୍ଯ୍ୟରେ ପରିଣତ କରିବାକୁ ହେବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ ଯୋଗଦେଇ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ହେନ୍ତାଳ ବଣ ବଢ଼ିଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସୋକ୍ରାଟସ୍‌ ପ୍ରତିଷ୍ଠାନର ନିର୍ଦ୍ଦେଶକ ଦେବଜିତ ମିତ୍ରା ସ୍ବାଗତ ଭାଷଣ ଦେଇଥିବାବେଳେ ନେଚର୍‌ କ୍ଲବ୍‌ର ମଧୁସ୍ମିତା ପତି ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri