ସହରର କଞ୍ଜରଭାନ୍ସି ଲେନ୍‌ରୁ ହଟିବ ଜବରଦଖଲ

ଭୁବନେଶ୍ୱର,୨।୧୨(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ବିଭିନ୍ନ କଞ୍ଜରଭାନ୍ସି (ସଂରକ୍ଷିତ) ଲେନରେ ଥିବା ଜବରଦଖଲ ଖୁବ୍‌ଶୀଘ୍ର ହଟିବ। ସହରର ସୁନ୍ଦର ଓ ସ୍ବାସ୍ଥ୍ୟକର କରିବା ପାଇଁ ୩ଦିନ ଧରି ଚାଲିଥିବା ୱାର୍ଡସ୍ତରୀୟ ପରିମଳ କମିଟି କର୍ମଶାଳା ‘ଆତ୍ମମନ୍ଥନ’ର ଉଦ୍‌ଯାପନୀ ଉତ୍ସବରେ ଏହି ଘୋଷଣା କରାଯାଇଛି। ମହାନଗର ନିଗମର ସମସ୍ତ ୱାର୍ଡକୁ ୩ଟି ଜୋନରେ ବିଭକ୍ତ କରାଯାଇ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। ୩ଦିନରେ ମହାନଗର ନିଗମର କର୍ପୋରେଟର, ସାନିଟାରୀ ଇନ୍ସପେକ୍ଟର, ସ୍ବଚ୍ଛ ସୁପରଭାଇଜର, ସ୍ବଚ୍ଛସାଥୀ, ଏଜେନ୍ସି ସୁରଭାଇଜରଙ୍କ ମତାମତ ନେବା ପରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସେଗୁଡିକ ମଧ୍ୟରେ ପ୍ରତି ୱାର୍ଡକୁ ଆବର୍ଜନା ମୁକ୍ତ କରିବା, ଅଳିଆ ପକାଉଥିବା ସ୍ଥାନର ସୌନ୍ଦର୍ଯ୍ୟରଣ, ବିଭିନ୍ନ ୱାର୍ଡକୁ ଗାଡ଼ି ଓ ସ୍ବଚ୍ଛସାଥୀ ଯୋଗାଇଦେବା ଭଳି ପଦକ୍ଷେପ ଖୁବ୍‌ଶୀଘ୍ର ନିଆଯିବ। କୌଣସି ବ୍ୟକ୍ତି ଯଦି ବାହାରେ ଅଳିଆ ପକାଇଲେ ସେମାନଙ୍କୁ ସମ୍ପୂର୍ଣ୍ଣ ବାରଣ କରିବା ପାଇଁ କର୍ପୋରେଟରମାନେ ମତ ଦେଇଛନ୍ତି। ତେବେ ଭୁବନେଶ୍ୱରର ପରିମଳ ବ୍ୟବସ୍ଥାରେ ସୁଧାର ଆଣି ଦେଶର ଏକ ନମ୍ବର ସହରରେ ପରିଣତ କରିବାକୁ ସମସ୍ତ ପ୍ରକାର ନିୟମଭିତ୍ତିିକ ସହାୟତା ଯୋଗାଇ ଦିଆଯିବ ବୋଲି ମେୟର ଓ କମିଶନର ପ୍ରତିଶ୍ରୁତି ଦେଇଛନ୍ତି। ପରିମଳ କମିଟି ସଦସ୍ୟମାନେ ନିଜ ନିଜ ୱାର୍ଡର ପରିମଳ ବ୍ୟବସ୍ଥାକୁ ନେଇ ସମୀକ୍ଷା କରିବାକୁ ଆହ୍ବାନ ଦେଇଥିଲେ ମେୟର ସୁଲୋଚନା ଦାସ।
ଭବନେଶ୍ୱରକୁ ଏକ ନମ୍ବର କରିବା ପାଇଁ ପ୍ରତ୍ୟେକ ଶପଥ ନେବା ଦରକାର। ଭୁବନେଶ୍ୱର ପ୍ରଥମ କେବଳ ସମ୍ଭବ ହୋଇପାରିବ, ଯଦି କର୍ପୋରେଟର ଓ କର୍ମଚାରୀ ଆତ୍ମବିଶ୍ୱାସର ସହ କାମ କରିବେ। ଯେଉଁଠି ଗାଡ଼ିର ଅଭାବ, ସେଠାକୁ ଏକ ମାସ ମଧ୍ୟରେ ଗାଡ଼ି ଯୋଗାଇ ଦିଆଯିବ। ଆସନ୍ତା ୧ ମାସ ମଧ୍ୟରେ ମହାନଗର ନିଗମ ଆହୁରି ୧୫୦ଟି ଗାଡ଼ି ଯୋଗାଇବ। ଭୁବନେଶ୍ୱର ମହାନଗର ନିଗମକୁ ଦେଶର ପ୍ରଥମ କରିବାକୁ ମ୍ୟାନ, ମେଶିନ ଓ ଅନ୍ୟାନ୍ୟ ସରଞ୍ଜାମ ଦିଆଯିବ। କାର୍ଯ୍ୟକ୍ରମରେ କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ସମେତ ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶ ଉପସ୍ଥିତ ଥିଲେ। ଡେପୁଟି କମିଶନର ପରିମଳ ଶୁଭେନ୍ଦୁ କୁମାର ସାହୁଙ୍କ ସଂଯୋଜନାରେ ଜ୍ୟୋତି ପ୍ରକାଶ ଉପସ୍ଥାପନା କରିଥିଲେ। ଜୋନାଲ ଡେପୁଟି କମିଶନର ପ୍ରିୟବ୍ରତ ପାଢୀ ଏବଂ ଏସ୍‌ବିଏ ସେଲର ଟିମ୍‌ ଲିଡର ମନୋରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri