ସହରର କଞ୍ଜରଭାନ୍ସି ଲେନ୍‌ରୁ ହଟିବ ଜବରଦଖଲ

ଭୁବନେଶ୍ୱର,୨।୧୨(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ବିଭିନ୍ନ କଞ୍ଜରଭାନ୍ସି (ସଂରକ୍ଷିତ) ଲେନରେ ଥିବା ଜବରଦଖଲ ଖୁବ୍‌ଶୀଘ୍ର ହଟିବ। ସହରର ସୁନ୍ଦର ଓ ସ୍ବାସ୍ଥ୍ୟକର କରିବା ପାଇଁ ୩ଦିନ ଧରି ଚାଲିଥିବା ୱାର୍ଡସ୍ତରୀୟ ପରିମଳ କମିଟି କର୍ମଶାଳା ‘ଆତ୍ମମନ୍ଥନ’ର ଉଦ୍‌ଯାପନୀ ଉତ୍ସବରେ ଏହି ଘୋଷଣା କରାଯାଇଛି। ମହାନଗର ନିଗମର ସମସ୍ତ ୱାର୍ଡକୁ ୩ଟି ଜୋନରେ ବିଭକ୍ତ କରାଯାଇ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। ୩ଦିନରେ ମହାନଗର ନିଗମର କର୍ପୋରେଟର, ସାନିଟାରୀ ଇନ୍ସପେକ୍ଟର, ସ୍ବଚ୍ଛ ସୁପରଭାଇଜର, ସ୍ବଚ୍ଛସାଥୀ, ଏଜେନ୍ସି ସୁରଭାଇଜରଙ୍କ ମତାମତ ନେବା ପରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସେଗୁଡିକ ମଧ୍ୟରେ ପ୍ରତି ୱାର୍ଡକୁ ଆବର୍ଜନା ମୁକ୍ତ କରିବା, ଅଳିଆ ପକାଉଥିବା ସ୍ଥାନର ସୌନ୍ଦର୍ଯ୍ୟରଣ, ବିଭିନ୍ନ ୱାର୍ଡକୁ ଗାଡ଼ି ଓ ସ୍ବଚ୍ଛସାଥୀ ଯୋଗାଇଦେବା ଭଳି ପଦକ୍ଷେପ ଖୁବ୍‌ଶୀଘ୍ର ନିଆଯିବ। କୌଣସି ବ୍ୟକ୍ତି ଯଦି ବାହାରେ ଅଳିଆ ପକାଇଲେ ସେମାନଙ୍କୁ ସମ୍ପୂର୍ଣ୍ଣ ବାରଣ କରିବା ପାଇଁ କର୍ପୋରେଟରମାନେ ମତ ଦେଇଛନ୍ତି। ତେବେ ଭୁବନେଶ୍ୱରର ପରିମଳ ବ୍ୟବସ୍ଥାରେ ସୁଧାର ଆଣି ଦେଶର ଏକ ନମ୍ବର ସହରରେ ପରିଣତ କରିବାକୁ ସମସ୍ତ ପ୍ରକାର ନିୟମଭିତ୍ତିିକ ସହାୟତା ଯୋଗାଇ ଦିଆଯିବ ବୋଲି ମେୟର ଓ କମିଶନର ପ୍ରତିଶ୍ରୁତି ଦେଇଛନ୍ତି। ପରିମଳ କମିଟି ସଦସ୍ୟମାନେ ନିଜ ନିଜ ୱାର୍ଡର ପରିମଳ ବ୍ୟବସ୍ଥାକୁ ନେଇ ସମୀକ୍ଷା କରିବାକୁ ଆହ୍ବାନ ଦେଇଥିଲେ ମେୟର ସୁଲୋଚନା ଦାସ।
ଭବନେଶ୍ୱରକୁ ଏକ ନମ୍ବର କରିବା ପାଇଁ ପ୍ରତ୍ୟେକ ଶପଥ ନେବା ଦରକାର। ଭୁବନେଶ୍ୱର ପ୍ରଥମ କେବଳ ସମ୍ଭବ ହୋଇପାରିବ, ଯଦି କର୍ପୋରେଟର ଓ କର୍ମଚାରୀ ଆତ୍ମବିଶ୍ୱାସର ସହ କାମ କରିବେ। ଯେଉଁଠି ଗାଡ଼ିର ଅଭାବ, ସେଠାକୁ ଏକ ମାସ ମଧ୍ୟରେ ଗାଡ଼ି ଯୋଗାଇ ଦିଆଯିବ। ଆସନ୍ତା ୧ ମାସ ମଧ୍ୟରେ ମହାନଗର ନିଗମ ଆହୁରି ୧୫୦ଟି ଗାଡ଼ି ଯୋଗାଇବ। ଭୁବନେଶ୍ୱର ମହାନଗର ନିଗମକୁ ଦେଶର ପ୍ରଥମ କରିବାକୁ ମ୍ୟାନ, ମେଶିନ ଓ ଅନ୍ୟାନ୍ୟ ସରଞ୍ଜାମ ଦିଆଯିବ। କାର୍ଯ୍ୟକ୍ରମରେ କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ସମେତ ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶ ଉପସ୍ଥିତ ଥିଲେ। ଡେପୁଟି କମିଶନର ପରିମଳ ଶୁଭେନ୍ଦୁ କୁମାର ସାହୁଙ୍କ ସଂଯୋଜନାରେ ଜ୍ୟୋତି ପ୍ରକାଶ ଉପସ୍ଥାପନା କରିଥିଲେ। ଜୋନାଲ ଡେପୁଟି କମିଶନର ପ୍ରିୟବ୍ରତ ପାଢୀ ଏବଂ ଏସ୍‌ବିଏ ସେଲର ଟିମ୍‌ ଲିଡର ମନୋରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

ୟୁନୁସ ଭାରତ ବିରୋଧରେ…ବାଂଲାଦେଶ ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଶେଖ ହାସିନା

ଢାକା,୨୨।୧୨: ବାଂଲାଦେଶର ରାଜଧାନୀ ଢାକାର ପରିସ୍ଥିତି ସାମ୍ପ୍ରତିକ ହିଂସା ଏବଂ ପ୍ରତିବାଦ ପରେ ଶାନ୍ତ ହେଉଥିବା ପରି ମନେ ହେଉଛି। ତଥାପି ରାଜନୈତିକ ମହଲରେ ଉତ୍ତେଜନା...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାଁରେ ଭୁବନେଶ୍ୱରରେ ଯୁବକ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି, ଧରାଛୁଆଁ ନ ଦେବାରୁ…

ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।...

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ରୁଷିଆ ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାରତୀୟ ଯୁବକ: ମୋଦିଙ୍କୁ କଲେ ଏମିତି ନିବେଦନ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ଏବଂ ୟୁକ୍ରେନ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା ପାଇଁ ପ୍ରୟାସ ଜାରି ରହିଛି।...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି…

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri