ସହମତିରେ ହୋଇଥିବା ଶାରୀରିକ ସମ୍ପର୍କ ବଳାତ୍କାର ନୁହେଁ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କଟକ,୨୯।୫(ପ୍ରଭୁ କଲ୍ୟାଣ ପାଲ ): ଦୁଇ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ସହମତିରେ ହୋଇଥିବା ଶାରୀରିକ ସମ୍ପର୍କ ବଳାତ୍କାର ନୁହେଁ। ସହମତିରେ ଶାରୀରିକ ସମ୍ପର୍କ ରଖାଯିବା ପରେ ଯଦି ବୁଝାମଣା ଅଭାବ ହୁଏ ଓ ଦୁଇ ଜଣଙ୍କ ଭିତରେ ତିକ୍ତତା ଦେଖାଦିଏ, ତେବେ ପରବର୍ତ୍ତୀ ସମୟରେ ଏପରି ସମ୍ପର୍କକୁ ବଳାତ୍କାର ଆଖ୍ୟା ଦିଆଯାଇପାରିବ ନାହିଁ। ଏକ ମାମଲାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ହାଇକୋର୍ଟ। ଏହି ଅବସରରେ ହାଇକୋର୍ଟ ନିମ୍ନ ଅଦାଲତଙ୍କ ଦଣ୍ଡାଦେଶକୁ ରଦ୍ଦ କରିବା ସହ ଅଭିଯୁକ୍ତକୁ ବଳାତ୍କାର ଅଭିଯୋଗରୁ ନିର୍ଦ୍ଦୋଷରେ ଖଲାସ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଉଭୟ ପକ୍ଷଙ୍କୁ ଶୁଣିବା ପରେ ମାମଲାର ପରିସ୍ଥିତିରୁ ଏହା ପରସ୍ପର ସହମତି ଭିତ୍ତିକ ସମ୍ପର୍କ ପରି ଜଣାପଡୁଥିବା ସ୍ପଷ୍ଟ କରିଛନ୍ତି କୋର୍ଟ । ପୀଡ଼ିତାଙ୍କ ଶରୀରରେ କୌଣସି ଚିହ୍ନ କିମ୍ବା ଆଘାତ ମିଳିନଥୁଲା ବୋଲି ମେଡିକାଲ ଅଫିସରଙ୍କ ସାକ୍ଷ୍ୟ ଦର୍ଶାଉଛି। ଘଟଣା ଘଟିବା ପରେ ବିଳମ୍ବରେ ଏଫଆଇଆର୍‌ ଦାୟର କରିବାରେ କୌଣସି ସନ୍ତୋଷଜନକ ଉତ୍ତର ଦିଆଯାଇ ପାରି ନାହିଁ। ଅନ୍ୟ ପକ୍ଷରେ ଅଭିଯୁକ୍ତ ଜଣକ ପରିଚିତ ଥିଲେ ଏବଂ ସେମାନଙ୍କ ଘରକୁ ପ୍ରାୟତଃ ଯାତାୟାତ କରୁଥିଲେ ବୋଲି ସ୍ପଷ୍ଟ ହୋଇଛି । ମମାଲାଟି ଏପରି ଥିଲା ଯେ , ପୀଡ଼ିତାଙ୍କ ସ୍ବାମୀ ୨୦୨୨ ମେ’ ୨୧ ବାଲିଯାତ୍ରା ଦେଖିବାକୁ ଯାଇଥିବା ବେଳେ ସେହି ସମୟରେ ଅଭିଯୁକ୍ତ ଘରେ ପଶି ତାଙ୍କ ସ୍ତ୍ରୀଙ୍କୁ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ପୀଡ଼ିତାଙ୍କ ସ୍ବାମୀ ଥାନାରେ ଏତଲା ଦେଇଥିଲେ। ଏହି ଏତଲା ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଥିଲା। ଅଭିଯୁକ୍ତ ବିରୋଧରେ ବଳାତ୍କାର ମାମଲା ମଧ୍ୟ ରୁଜୁ ହୋଇଥିଲା। ଏହି ମାମଲାରେ ଜୟପୁରର ଅତିରିକ୍ତ ସେସନ୍ସ ଜଜ(ଫାଷ୍ଟ ଟ୍ରାକ) ସ୍ପେସାଲ କୋର୍ଟ ୨୦୨୫ ଜୁଲାଇରେ ପଙ୍କଜଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷର କାରାଦଣ୍ଡ ଶୁଣାଇଥିଲେ। ଏହି ଦଣ୍ଡାଦେଶ ବିରୋଧରେ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Odisha’s No.1 Odia Daily

Share