Posted inଖେଳ

କନ୍‌କସନ ସବ୍‌ଷ୍ଟିଚ୍ୟୁଟ ଚହଲଙ୍କ କମାଲ:ଭାରତ ଜିତିଲା ପ୍ରଥମ ଟି୨୦

କାନବେରା, ୫।୧୨(ପି.ଟି.)-
ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ଦୃଢ଼ ବ୍ୟାଟିଂ ପରେ ୟୁଜବେନ୍ଦ୍ର ଚହଲ ଓ ଟି.ନଟରାଜନଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୧ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୭ ଉଇକେଟ ହରାଇ ୧୬୧ ରନ କରିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଚୂଡ଼ାନ୍ତ ଏକାଦଶରେ ନ ଥିଲେ ହେଁ ଜାଡେଜା ମୁଣ୍ଡରେ ଆଘାତ ପାଇବାପରେ ଦ୍ୱିତୀୟ ଇନିଂସ ବେଳକୁ କନ୍‌କସନ(ମୁଣ୍ଡରେ ଜୋର୍‌ରେ ଆଘାତ ଜନିତ ସମସ୍ୟା) ସବ୍‌ଷ୍ଟିଚ୍ୟୁଟ (ବଦଳ ଖେଳାଳି)ଭାବେ ସାମିଲ ହୋଇଥିବା ଚହଲ କମାଲ ଦେଖାଇଥିଲେ। ସେ ୪ ଓଭରରେ ୨୫ ରନ ଦେଇ ୩ ଉଇକେଟ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଫଳରେ ଅଷ୍ଟ୍ରେଲିଆ ୨୦ ଓଭର ଖେଳିଥିଲେ ହେଁ ୭ ଉଇକେଟ ହରାଇ ୧୫୦ ରନରେ ସୀମିତ ରହିଥିଲା। ଚହଲ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଏଠାରେ ବିଜୟ ଫଳରେ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି।
ରାହୁଲଙ୍କ ଅର୍ଦ୍ଧଶତକ
ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତର ଆରମ୍ଭ ଭଲ ହୋଇ ନ ଥିଲା। ଶିଖର ଧାଓ୍ବନ ୧, ଅଧିନାୟକ ବିରାଟ କୋହଲି ୯, ସଞ୍ଜୁ ସାମ୍‌ସନ ଦୁତ ୨୩(୧୫ ବଲ, ୧ ଚୌକା, ୧ ଛକା) ଓ ମନୀଷ ପାଣ୍ଡେ ୨ ରନରେ ଆଉଟ ହୋଇଥିଲେ। ଗୋଟିଏ ପଟରେ ଉଇକେଟ ପଡ଼ି ଚାଲିଥିଲେ ହେଁ ଚାପର ବଶବର୍ତ୍ତୀ ନ ହୋଇ ଲୋକେଶ ରାହୁଲ ଖେଳିଥିଲେ ଅର୍ଦ୍ଧଶତକୀୟ ଇନିଂସ। ସେ ୪୦ ବଲ୍‌ରୁ ୫ ଚୌକା ଓ ୧ ଛକା ସହାୟତାରେ ସର୍ବାଧିକ ୫୧ ରନ କରିଥିଲେ। ବିସ୍ଫୋରକ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୧୫ ବଲ୍‌ରେ ୧୬ ରନ କରି ଆଉଟ ହେବାରୁ ଭାରତର ବଡ଼ ସ୍କୋର ଆଶା ମଉଳି ଯାଇଥିଲା। ତେବେ ଜାଡେଜା ୨୩ ବଲ୍‌ରୁ ୫ ଚୌକା ଓ ୧ ଛକା ସହ ଦ୍ରୁତ ୪୪ ରନ କରି ଅପରାଜିତ ରହିବାରୁ ଭାରତ ୧୬୧ରନ କରିବାକୁ ସକ୍ଷମ ହୋଇଥିଲା। ଶେଷ ଓଭର ବୋଲିଂ କରିଥିବା ମିଚେଲ ଷ୍ଟାର୍କଙ୍କ ଦ୍ୱିତୀୟ ବଲ୍‌ରେ ଜାଡେଜା ମୁଣ୍ଡରେ ଜୋର୍‌ରେ ଆଘାତ ପାଇଥିଲେ ହେଁ ଖେଳ ଜାରି ରଖିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମୋଇସେସ ହେନରିକ୍ସ ୩ଟି, ଷ୍ଟାର୍କ ୨ଟି ଏବଂ ଆଡାମ ଜାମ୍ପା ଓ ମିଚେଲ ସ୍ବେପସନ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।
ନଟରାଜନଙ୍କ ଟି୨୦ ପଦାର୍ପଣ
ୟର୍କର ସ୍ପେଶାଲିଷ୍ଟ ଭାରତର ଟି. ନଟରାଜନ ଏହି ମ୍ୟାଚରେ ଟି୨୦ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। କେବଳ ସେତିକି ନୁହେଁ ନିଜ ପ୍ରଥମ ମ୍ୟାଚରେ ସେ ଚମତ୍କାର ବୋଲିଂ ମଧ୍ୟ କରିଥିଲେ। ଅଷ୍ଟ୍ରେଲିଆ ଭଲ ଆରମ୍ଭ କରିଥିଲେ ହେଁ ଚହଲଙ୍କ ଯାଦୁକରୀ ସ୍ପିନରୁ ମୁକୁଳିପାରି ନ ଥିଲା। ଅଧିନାୟକ ଆରୋନ ଫିଞ୍ଚ୍‌ (୩୫ ରନ, ୨୬ ବଲ, ୫ ଚୌକା, ୧ ଛକା) ଓ ବିପଜ୍ଜନକ ସାବ୍ୟସ୍ତ ଷ୍ଟିଭ୍‌ ସ୍ମିଥ(୧୨ ରନ, ୯ ବଲ, ୧ ଛକା)ଙ୍କ ଉଇକେଟ ନେଇ ଅଷ୍ଟ୍ରେଲିଆକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ ଚହଲ। ସେ ମାଥ୍ୟୁ ଓ୍ବାଡେ (୭)ଙ୍କ ଉଇକେଟ ମଧ୍ୟ ନେଇଥିଲେ। ଆହତ ଡେଭିଡ ଓ୍ବାର୍ନରଙ୍କ ଅନୁପସ୍ଥିତିରେ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ସମେତ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଦଳର ଭାର ରହିଥିବାବେଳେ ସେମାନେ ନଟରାଜନଙ୍କ ପଞ୍ଝାରୁ ମୁକୁଳିପାରି ନ ଥିଲେ। ମ୍ୟାକ୍ସଓ୍ବେଲ (୨)ଙ୍କ ସମେତ ଡି’ଆର୍ସି ଶର୍ଟ(୩୪ ରନ, ୩୮ ବଲ, ୩ ଚୌକା) ଓ ଷ୍ଟାର୍କଙ୍କୁ ଶିକାର ବନାଇଥିଲେ ନଟରାଜନ। କ୍ରିଜରେ ଜମି ଆସୁଥିବା ମୋଇସେସ ହେନରିକ୍ସ(୩୦ ରନ, ୨୦ ବଲ, ୧ ଚୌକା, ୧ ଛକା)ଙ୍କୁ ଆଉଟ କରି ଅଷ୍ଟ୍ରେଲିଆର ବିଜୟ ଆଶାରେ ପାଣି ଭରି ଦେଇଥିଲେ ଦୀପକ ଚହର। ପାଓ୍ବାରପ୍ଲେରେ ଚମତ୍କାର ବୋଲିଂ କରିଥିବା ଓ୍ବାଶିଂଟନ ସୁନ୍ଦର ନିଜ ୪ ଓଭର ସ୍ପେଲରେ ମାତ୍ର ୧୬ ରନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

କ୍ଷତିପୂରଣ ସହାୟତା ପାଇଁ ଦାବି: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼, ୯ା୪(ପ୍ରେମାନନ୍ଦ ଖମାରୀ):କାଳବୈଶାଖୀ ପ୍ରଭାବରେ ଗତ ସୋମବାର ଅପରାହ୍ନରେ ହୋଇଥିବା ଝଡ଼ବର୍ଷା, କରାମାଡ଼ରେ ବରଗଡ଼ ଜିଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ଫସଲ କ୍ଷତି ହୋଇଛି। ପ୍ରାରମ୍ଭିକ ଭାବେ…

ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଉଳ ଚୋରି: ଥାନାରେ ପହଞ୍ଚିଲା ମାମଲା

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ବ୍ଲକ ଛକ ଅଞ୍ଚଳରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ପିକଅପ ଗାଡିରୁ ଚାଉଳ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା…

ଆହୁରି ବଢିିବ ପେଟ୍ରୋଲ-LPG ଦର! ସାରା ବିଶ୍ୱକୁ ବଡ଼ ଝଟ୍‌କା ଦେଲା ଇରାନ

ତେହରାନ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ, ଇରାନ ସମଗ୍ର ବିଶ୍ୱକୁ ଏକ ବଡ଼ ଝଟକା ଦେବାକୁ ପ୍ରସ୍ତୁତ ହେଉଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ…

ଜୀବନ୍ତ ମାଛ ଗିଳି ଦେଲେ ବର୍ଷକର ଶିଶୁ: ତା’ପରେ ଯାହା ଘଟିଲା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୯।୨: ମଧ୍ୟପ୍ରଦେଶର ସର୍ବବୃହତ ସରକାରୀ ହସ୍ପିଟାଲ ମହାରାଜା ଯଶୱନ୍ତରାଓ ହସ୍ପିଟାଲ (MYH)ରେ ଡାକ୍ତରମାନେ ଏକ ଚିକିତ୍ସା ସଫଳତା ହାସଲ କରିଛନ୍ତି। ହସ୍ପିଟାଲର ENT ବିଭାଗର ବିଶେଷଜ୍ଞମାନେ ଜଣେ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

ଇରାନ ସହ ଯୁଦ୍ଧବିରତି ଭିତରେ ଟ୍ରମ୍ପଙ୍କ ଟାର୍ଗେଟରେ ଏହି ଦେଶ! ୬୭ ବର୍ଷର ଶତ୍ରୁତାର ନେବେ ପ୍ରତିଶୋଧ

ଓ଼୍ବାଶିଂଟନ,୯।୪: ଇରାନ ସହିତ ଯୁଦ୍ଧବିରତି ପରେ ତୁରନ୍ତ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପରବର୍ତ୍ତୀ ମିଶନର ସଙ୍କେତ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ…

ଇରାନ ସହ ବଡ଼ ଡିଲ୍‌ କଲେ ଟ୍ରମ୍ପ! ସାରା ବିଶ୍ୱ ଦେଖି କାବା

ଓ଼୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣାର କିଛି ଘଣ୍ଟା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri