Posted inଖେଳ

କନ୍‌କସନ ସବ୍‌ଷ୍ଟିଚ୍ୟୁଟ ଚହଲଙ୍କ କମାଲ:ଭାରତ ଜିତିଲା ପ୍ରଥମ ଟି୨୦

କାନବେରା, ୫।୧୨(ପି.ଟି.)-
ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ଦୃଢ଼ ବ୍ୟାଟିଂ ପରେ ୟୁଜବେନ୍ଦ୍ର ଚହଲ ଓ ଟି.ନଟରାଜନଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୧ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୭ ଉଇକେଟ ହରାଇ ୧୬୧ ରନ କରିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଚୂଡ଼ାନ୍ତ ଏକାଦଶରେ ନ ଥିଲେ ହେଁ ଜାଡେଜା ମୁଣ୍ଡରେ ଆଘାତ ପାଇବାପରେ ଦ୍ୱିତୀୟ ଇନିଂସ ବେଳକୁ କନ୍‌କସନ(ମୁଣ୍ଡରେ ଜୋର୍‌ରେ ଆଘାତ ଜନିତ ସମସ୍ୟା) ସବ୍‌ଷ୍ଟିଚ୍ୟୁଟ (ବଦଳ ଖେଳାଳି)ଭାବେ ସାମିଲ ହୋଇଥିବା ଚହଲ କମାଲ ଦେଖାଇଥିଲେ। ସେ ୪ ଓଭରରେ ୨୫ ରନ ଦେଇ ୩ ଉଇକେଟ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଫଳରେ ଅଷ୍ଟ୍ରେଲିଆ ୨୦ ଓଭର ଖେଳିଥିଲେ ହେଁ ୭ ଉଇକେଟ ହରାଇ ୧୫୦ ରନରେ ସୀମିତ ରହିଥିଲା। ଚହଲ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଏଠାରେ ବିଜୟ ଫଳରେ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି।
ରାହୁଲଙ୍କ ଅର୍ଦ୍ଧଶତକ
ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତର ଆରମ୍ଭ ଭଲ ହୋଇ ନ ଥିଲା। ଶିଖର ଧାଓ୍ବନ ୧, ଅଧିନାୟକ ବିରାଟ କୋହଲି ୯, ସଞ୍ଜୁ ସାମ୍‌ସନ ଦୁତ ୨୩(୧୫ ବଲ, ୧ ଚୌକା, ୧ ଛକା) ଓ ମନୀଷ ପାଣ୍ଡେ ୨ ରନରେ ଆଉଟ ହୋଇଥିଲେ। ଗୋଟିଏ ପଟରେ ଉଇକେଟ ପଡ଼ି ଚାଲିଥିଲେ ହେଁ ଚାପର ବଶବର୍ତ୍ତୀ ନ ହୋଇ ଲୋକେଶ ରାହୁଲ ଖେଳିଥିଲେ ଅର୍ଦ୍ଧଶତକୀୟ ଇନିଂସ। ସେ ୪୦ ବଲ୍‌ରୁ ୫ ଚୌକା ଓ ୧ ଛକା ସହାୟତାରେ ସର୍ବାଧିକ ୫୧ ରନ କରିଥିଲେ। ବିସ୍ଫୋରକ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୧୫ ବଲ୍‌ରେ ୧୬ ରନ କରି ଆଉଟ ହେବାରୁ ଭାରତର ବଡ଼ ସ୍କୋର ଆଶା ମଉଳି ଯାଇଥିଲା। ତେବେ ଜାଡେଜା ୨୩ ବଲ୍‌ରୁ ୫ ଚୌକା ଓ ୧ ଛକା ସହ ଦ୍ରୁତ ୪୪ ରନ କରି ଅପରାଜିତ ରହିବାରୁ ଭାରତ ୧୬୧ରନ କରିବାକୁ ସକ୍ଷମ ହୋଇଥିଲା। ଶେଷ ଓଭର ବୋଲିଂ କରିଥିବା ମିଚେଲ ଷ୍ଟାର୍କଙ୍କ ଦ୍ୱିତୀୟ ବଲ୍‌ରେ ଜାଡେଜା ମୁଣ୍ଡରେ ଜୋର୍‌ରେ ଆଘାତ ପାଇଥିଲେ ହେଁ ଖେଳ ଜାରି ରଖିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମୋଇସେସ ହେନରିକ୍ସ ୩ଟି, ଷ୍ଟାର୍କ ୨ଟି ଏବଂ ଆଡାମ ଜାମ୍ପା ଓ ମିଚେଲ ସ୍ବେପସନ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।
ନଟରାଜନଙ୍କ ଟି୨୦ ପଦାର୍ପଣ
ୟର୍କର ସ୍ପେଶାଲିଷ୍ଟ ଭାରତର ଟି. ନଟରାଜନ ଏହି ମ୍ୟାଚରେ ଟି୨୦ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। କେବଳ ସେତିକି ନୁହେଁ ନିଜ ପ୍ରଥମ ମ୍ୟାଚରେ ସେ ଚମତ୍କାର ବୋଲିଂ ମଧ୍ୟ କରିଥିଲେ। ଅଷ୍ଟ୍ରେଲିଆ ଭଲ ଆରମ୍ଭ କରିଥିଲେ ହେଁ ଚହଲଙ୍କ ଯାଦୁକରୀ ସ୍ପିନରୁ ମୁକୁଳିପାରି ନ ଥିଲା। ଅଧିନାୟକ ଆରୋନ ଫିଞ୍ଚ୍‌ (୩୫ ରନ, ୨୬ ବଲ, ୫ ଚୌକା, ୧ ଛକା) ଓ ବିପଜ୍ଜନକ ସାବ୍ୟସ୍ତ ଷ୍ଟିଭ୍‌ ସ୍ମିଥ(୧୨ ରନ, ୯ ବଲ, ୧ ଛକା)ଙ୍କ ଉଇକେଟ ନେଇ ଅଷ୍ଟ୍ରେଲିଆକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ ଚହଲ। ସେ ମାଥ୍ୟୁ ଓ୍ବାଡେ (୭)ଙ୍କ ଉଇକେଟ ମଧ୍ୟ ନେଇଥିଲେ। ଆହତ ଡେଭିଡ ଓ୍ବାର୍ନରଙ୍କ ଅନୁପସ୍ଥିତିରେ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ସମେତ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଦଳର ଭାର ରହିଥିବାବେଳେ ସେମାନେ ନଟରାଜନଙ୍କ ପଞ୍ଝାରୁ ମୁକୁଳିପାରି ନ ଥିଲେ। ମ୍ୟାକ୍ସଓ୍ବେଲ (୨)ଙ୍କ ସମେତ ଡି’ଆର୍ସି ଶର୍ଟ(୩୪ ରନ, ୩୮ ବଲ, ୩ ଚୌକା) ଓ ଷ୍ଟାର୍କଙ୍କୁ ଶିକାର ବନାଇଥିଲେ ନଟରାଜନ। କ୍ରିଜରେ ଜମି ଆସୁଥିବା ମୋଇସେସ ହେନରିକ୍ସ(୩୦ ରନ, ୨୦ ବଲ, ୧ ଚୌକା, ୧ ଛକା)ଙ୍କୁ ଆଉଟ କରି ଅଷ୍ଟ୍ରେଲିଆର ବିଜୟ ଆଶାରେ ପାଣି ଭରି ଦେଇଥିଲେ ଦୀପକ ଚହର। ପାଓ୍ବାରପ୍ଲେରେ ଚମତ୍କାର ବୋଲିଂ କରିଥିବା ଓ୍ବାଶିଂଟନ ସୁନ୍ଦର ନିଜ ୪ ଓଭର ସ୍ପେଲରେ ମାତ୍ର ୧୬ ରନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri