‘ଶିଶୁଙ୍କୁ ପ୍ରକୃତି ସହ ଯୋଡ଼ିରଖିବା ଶିକ୍ଷାବ୍ୟବସ୍ଥାର ଆଭିମୁଖ୍ୟ ହେଉ’

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ପ୍ରକୃତିଠୁ ଜୀବନ ଦୂରେଇ ଯିବା ହିଁ ଅନେକ ସମସ୍ୟାର କାରଣ। ଶିଶୁମାନଙ୍କୁ ପ୍ରକୃତି ସହ ଯୋଡ଼ି ରଖିବା ଶିକ୍ଷାବ୍ୟବସ୍ଥାର ପ୍ରମୁଖ ଆଭିମୁଖ୍ୟ ହେବା ଉଚିତ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ଶନିବାର ଖାରବେଳନଗରଠାରେ ‘ଏକାମ୍ର ବାଟିକା’ ସ୍କୁଲ୍‌କୁ ଉଦ୍‌ଘାଟନ କରି ରାଜ୍ୟପାଳ କହିଲେ, ପ୍ରତ୍ୟେକ ଶିଶୁ ଅନନ୍ୟ। ତାଙ୍କୁ ନିଜଭଳି ହେବାକୁ ଦିଆଯାଉ। ସେମାନେ କାହାର ଅନୁକରଣ ନ କରନ୍ତୁ। ଶିଶୁଙ୍କ ଭିତରେ ଥିବା ଅନନ୍ତ ସମ୍ଭାବନା ଓ ସାମର୍ଥ୍ୟର ପ୍ରକାଶ ନିମନ୍ତେ ଅନୁକୂଳ ପରିବେଶ ନିର୍ମାଣ କରିବା ଉଚିତ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ଜରିଆରେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରି କହିଲେ, ଛୋଟ ସମୟରୁ ପିଲାଙ୍କୁ ତାଙ୍କ ହିସାବରେ ଉପଯୁକ୍ତ ପରିବେଶ ଆବଶ୍ୟକ ହୋଇଥାଏ। ସେମାନଙ୍କ ପସନ୍ଦ ଅନୁସାରେ ସେମାନେ ସବୁକିଛି କରିଥାନ୍ତି। ସେମାନଙ୍କୁ ଏକ ଉପଯୁକ୍ତ ପରିବେଶ ଦେବାରେ ଏହି ବିଦ୍ୟାଳୟ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବିଶିଷ୍ଟ ଶିକ୍ଷାବିତ୍‌ ତଥା ଉଦ୍ୟୋଗୀ ଶଶାଙ୍କ ବୀରା ଉପସ୍ଥିତ ରହି ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଶିକ୍ଷାନୁଷ୍ଠାନ ସମ୍ପର୍କରେ ଅଧ୍ୟକ୍ଷା ମେଘନା ସିଂହଦେଓ ସୂଚନା ଦେଇ କହିଲେ, ଏକ ନୂତନ ବିଶ୍ୱ ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ଜରୁରୀ। ପ୍ରଗତିଶୀଳ ପାଠ୍ୟକ୍ରମ, ଛାତ୍ର କୈନ୍ଦ୍ରିକ ଭିତ୍ତିଭୂମି ଓ ଉନ୍ନତ ଶିକ୍ଷଣ ପଦ୍ଧତି ମାଧ୍ୟମରେ ଏକାମ୍ର ବାଟିକା ଉନ୍ନତ ଶିକ୍ଷାପ୍ରଦାନ କରିବ। ଉଦ୍‌ଘାଟନୀ ଅବସରରେ ‘ଏକ ନୂତନ ବିଶ୍ୱ ପାଇଁ ଶିକ୍ଷା: ଆପଣ କେଉଁଠାରେ ଓ କିପରି ଶିକ୍ଷାଲାଭ କରିବେ’ ଶୀର୍ଷକରେ ଏକ ଅଧିବେଶନ ଆୟୋଜନ ହୋଇଥିଲା। ଏଥିରେ ପ୍ୟାନେଲିଷ୍ଟ ଭାବେ ଯୋଗଦେଇ ‘ଧରିତ୍ରୀ’ ତଥା ‘ଓଡ଼ିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ କହିଲେ, ଛୋଟ ସମୟରେ ପିଲାମାନେ ସ୍ବତଃପ୍ରବୃତ୍ତ ସବୁକିଛି ଶିଖି ଯାଆନ୍ତି। ସେମାନଙ୍କୁ ତାଙ୍କ ହିସାବରେ ରହିବାକୁ ଦେବା ଉଚିତ। ସମାଜ ସହ କିଭଳି ବଢ଼ିବେ ତାହା କେବଳ ଶିଖାଇବା ସହ ସେମାନଙ୍କ ପାଇଁ ତାଙ୍କ ପସନ୍ଦ ମୁତାବକ ପରିବେଶ ସୃଷ୍ଟି କରିବା ଦରକାର ବୋଲି ଆଦ୍ୟାଶା କହିଛନ୍ତି। ବଲିଉଡ୍‌ ଅଭିନେତା ଚନ୍ଦ୍ରଚୂଡ଼ ସିଂହ କହିଲେ, ପିଲାମାନେ ନିଜ ଇଚ୍ଛାରେ ବଢ଼ିବା ଆବଶ୍ୟକ। ମୌଳିକ ଶିକ୍ଷାରେ ସେମାନଙ୍କୁ ସାହାଯ୍ୟ କରିବା ସହ କୌଣସି କଥାରେ ବାଧା ଦେବା ଠିକ୍‌ ନୁହେଁ ବୋଲି ସେ ମତପ୍ରକାଶ କରିଥିଲେ। ଡ. ଚିଦାତ୍ମିକା ଖଟୁଆ ବର୍ତ୍ତମାନ ସମୟରେ ପିଲାମାନେ ଆଖପାଖରେ ଘଟୁଥିବା ସବୁ ଘଟଣାକୁ ଦେଖି ପରିପ୍ରକାଶ କରିବାକୁ ଚେଷ୍ଟା କରିବା ସହ ତୃଣମୂଳ ସ୍ତରରେ କିଭଳି ଆଗକୁ ବଢ଼ିପାରିବେ ସେ ନେଇ ଆଲୋକପାତ କରିଥିଲେ। ଶିକ୍ଷାବିତ୍‌ ବୀରା ଅଧିବେଶନକୁ ସଞ୍ଚାଳନ କରିଥିଲେ। ଉପସ୍ଥିତ ଅଭିଭାବକମାନେ ପ୍ୟାନେଲିଷ୍ଟଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ। ଏହି ଅବସରରେ ବିଦ୍ୟାଳୟର ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ପ୍ଲେ ଗ୍ରୁପ୍‌ ଏବଂ ନର୍ସରି ଶ୍ରେଣୀ ପାଇଁ ନାମଲେଖା ଘୋଷଣା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ, ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ ଦେବୀ, କଳିକେଶ ସିଂହ ଦେଓ, ‘ଧରିତ୍ରୀ’ ତଥା ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରିୟା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri