ମହାକାଳପଡ଼ା,୮ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଇଣ୍ଡି ମେଣ୍ଟ ଓ ଜାତୀୟ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦର ପ୍ରଭାବ ପଡ଼ିଛି। କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତିକୁ ନେଇ ଗର୍ଜିଛନ୍ତି ଇଣ୍ଡି ମେଣ୍ଟ କର୍ମୀ । କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ କର୍ମୀମାନେ ମିଳିତ ହୋଇ ଗୁରୁବାର ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ବନ୍ଧ ବ୍ଲକ ଛକଠାରେ ବ୍ୟାନର ଟାଙ୍ଗି ବିଭିନ୍ନ ଗାଡ଼ିମୋଟରକୁ ବନ୍ଦ କରିଥିବା ଦେଖିବାକୁ ମିଳିଛି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଅତ୍ୟାବଶ୍ୟକ ମୌଳିକ ସେବା ଗାଡ଼ି ମଧ୍ୟରେ କ୍ଷୀର ଗାଡ଼ି, ୧୦୨ ଓ ୧୦୮ ଆମ୍ବୁଲାନ୍ସ , ଅଗ୍ନିଶମ ପ୍ରମୁଖ ଗାଡି ଚଳାଚଳ କରୁଛି। ବସ୍, ଟ୍ରକ , ସରକାରୀ ଅଫିସ , ବ୍ୟାଙ୍କ ଓ ଅନ୍ୟ ଅଫିସ ମୁଖ୍ୟ ଦ୍ୱାରା ବନ୍ଦ ରହିଛି । କେତେକ ସ୍ଥାନରେ ଶିକ୍ଷାନୁଷ୍ଠାନଗୁଡ଼ିକ ଚାଲୁ ରହିଥିବାବେଳେ କେତେକ ସ୍ଥାନରେ ହାଟ ବଜାର ବନ୍ଦ ରହିଛି । ଫେରି ଘାଟ ଚାଲୁ ରହିଛି। କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଜିଲା ସମ୍ପାଦକ ପ୍ରମୋଦ ସ୍ବାଇଁ, ବ୍ଲକ କଂଗ୍ରେସ ପ୍ରକ୍ତା ନିରାକାର ଜେନା, ଜୋନ ସଭାପତି ରଘୁନାଥ ସେଠ, ବସନ୍ତ ସେଠୀ, ବ୍ଲକ ସଭାପତି ଚିତ୍ତରଞ୍ଜନ ତରାଇ, ସିପିଆଇଏମ୍ର ନରୋତ୍ତମ ପାର୍ଥ ସାରଥୀଙ୍କ ସମେତ ବହୁ ସଂଖ୍ୟାରେ କର୍ମୀ ସାମିଲ ହୋଇଛନ୍ତି। ଏହି ଆନ୍ଦୋଳନ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ମିଳିଛି।