ଆଜିଠୁ କଂଗ୍ରେସ କରିବ ପଦଯାତ୍ରା

ଭୁବନେଶ୍ୱର,୯ା୮(ବ୍ୟୁରୋ):ଅଖିଳ ଭାରତ ଜାତୀୟ କଂଗ୍ରେସ କମିଟି(ଏଆଇସିସି)ର ନିର୍ଦ୍ଦେଶାନୁସାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଆସନ୍ତା ଅଗଷ୍ଟ ୯ କ୍ରାନ୍ତି ଦିବସରୁ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଜିଲାରେ ୭୫ କି.ମି. ପର୍ଯ୍ୟନ୍ତ ପଦଯାତ୍ରା କରିବ। ସୋମବାର କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସ୍ବାଧୀନତା ପ୍ରାପ୍ତି ପାଇଁ ମହାମତ୍ା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ବମ୍ବେ ଅଧିବେଶନରେ ଭାରତ ଛାଡ଼ ଆନ୍ଦୋଳନ ଡାକରା ଦିଆଗଲା। ‘କର ବା ମର’ ନିଷ୍ପତ୍ତିିକୁ ଗ୍ରହଣ କରି ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ସୁଭାଷ ଚନ୍ଦ୍ର ବୋଷ୍‌, ମୌଲାନା ଅବୁଲ କଲାମ ଆଜାଦ, ମହମ୍ମଦ ଅଲ୍ଲୀ ଜିନ୍ନା, ଅଶୋକ ମେହେଟ୍ଟା, ଚକ୍ରବର୍ତ୍ତୀ ରାଜଗୋପାଳ ଆଚାରୀ, ଡକ୍ଟର ରାଜେନ୍ଦ୍ର ପ୍ରସାଦ ପ୍ରମୁଖ ବହୁ ତୁଙ୍ଗନେତା ତଥା ଭାରତବର୍ଷର ଆବାଳବୃଦ୍ଧବନିତା ଭାରତ ଛାଡ଼ ଆନ୍ଦୋଳନରେ ଝାସ ଦେଇଥିଲେ। ସ୍ବାଧୀନତା ପରେ ପରେ ଦେଶରେ ଗୋଟିଏ ଛୁଞ୍ଚତ୍ କାରଖାନା ମଧ୍ୟ ନ ଥିଲା। କିନ୍ତୁ ଦୂରଦର୍ଶୀ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଯୋଗୁ ଭାରତବର୍ଷର ବହୁମୁଖୀ ନଦୀବନ୍ଧ ଯୋଜନା କରାଯାଇଥିଲା। ୧୯୫୦ରେ ଆଇଆଇଟି ଏବଂ ୧୯୫୬ରେ ଏମ୍‌ସ, ୧୯୬୧ରେ ଆଇଆଇଏମ୍‌ ପ୍ରତିଷ୍ଠା କରାଯାଇଥିଲା। ସେହିଭଳି ୧୯୬୪ରେ ଭେଲ ପ୍ରତିଷ୍ଠା, ୧୯୭୪ରେ ପରମାଣୁ ବୋମା ପରୀକ୍ଷା କରାଯାଇଥିଲା। ୧୯୬୯ରେ ଇସ୍ରୋ, ୧୯୫୮ରେ ଡିଆର୍‌ଡିଓ, ୧୯୬୩ରେ ଥୁମ୍ବା ରକେଟ ଲଞ୍ଚତ୍ଂ ପ୍ରତିଷ୍ଠା କରାଯାଇଥିଲା। ଖାଦ୍ୟଶସ୍ୟ କ୍ଷେତ୍ରରେ ସ୍ବାବଲମ୍ବୀ ହେବା ପାଇଁ ସବୁଜ ବିପ୍ଳବର ଆହ୍ବାନ ଦିଆଯାଇଥିଲା। ଦୁଗ୍ଧକ୍ଷେତ୍ରରେ ସ୍ବାବଲମ୍ବୀ ହେବା ପାଇଁ ଶ୍ୱେତ ବିପ୍ଳବର ଡାକରା ଦିଆଯାଇଥିଲା। ମାତ୍ର ଗତ ୮ ବର୍ଷ ଭିତରେ ଜାତୀୟ ସମ୍ପତ୍ତି ବିକିବା ଛଡ଼ା ଗୋଟିଏ ବି ଜାତୀୟ ସମ୍ପଦ ସୃଷ୍ଟି କରିବାରେ ନଜିର ନାହିଁ। ଠିକ୍‌ ସେହିଭଳି ଦୀର୍ଘ ୨୨ ବର୍ଷର ଶାସନ ଭିତରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଆଦି କ୍ଷେତ୍ରରେ ଓଡ଼ିଶା ଆଜି ବହୁପଛରେ।
ଡାକ୍ତରଖାନା ଅଛି ଡାକ୍ତର ନାହାନ୍ତି, ସ୍କୁଲ୍‌ ଅଛି ଶିକ୍ଷକ ନାହାନ୍ତି। ୭୫ ବର୍ଷର ସ୍ବାଧୀନତା ପ୍ରାପ୍ତି ପରେ ଏ ସରକାର ଜନସାଧାରଣଙ୍କ ସ୍ବାର୍ଥରକ୍ଷା କରିବାରେ ବିଫଳ ହୋଇଛନ୍ତି। ଦେଶକୁ ଜାତି, ଧର୍ମ ନାମରେ ଭାଗ ଭାଗ କରାଯାଉଛି। ହିଂସା, ଦ୍ୱେଷ, ଘୃଣାର ମଞ୍ଜି ପୋତାଯାଉଛି। ଏଭଳି ଭାରତବର୍ଷର ସ୍ବପ୍ନ ଆମ ମହାମନୀଷୀମାନେ ଦେଖି ନ ଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନିତ କରାଯାଉଛି। ତାଙ୍କ ଫଟୋଚିତ୍ର ରଖି ତା’ଉପରକୁ ଗୁଳି ବର୍ଷଣ କରୁଛନ୍ତି। ତ୍ରିରଙ୍ଗା ଆମ ହୃଦୟରେ ରହିଛି ଏବଂ ତ୍ରିରଙ୍ଗା ପ୍ରତି ଆମର ଯଥେଷ୍ଟ ସମ୍ମାନ ଅଛି। ତ୍ରିରଙ୍ଗା ଆମର ଜାତୀୟ ପତାକା। ଆମେ ସବୁଦିନ ଏହାକୁ ଉଡ଼ାଉଛୁ। କିନ୍ତୁ ୧୯୪୭ ମସିହାଠାରୁ ଦୀର୍ଘ ୫୨ ବର୍ଷ ଧରି ଆରଏସ୍‌ଏସ୍‌ ଜାତୀୟ ପତାକାକୁ କେବେହେଲେ ନିଜ କାର୍ଯ୍ୟାଳୟରେ ଉଡ଼ାଇ ନାହିଁ। ଜାତୀୟ ସଙ୍ଗୀତକୁ ମଧ୍ୟ କେବେ ଗାନ କରନ୍ତିନାହିଁ। ଏମାନଙ୍କ ପାଖରୁ ଜାତୀୟତାବାଦ୍‌ ଶିଖିବାର କିଛି ଆବଶ୍ୟକତା ନାହିଁ ବୋଲି ପିସିସି ସଭାପତି କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଏଆଇସିସି ସମ୍ପାଦକ ତଥା ଓଡ଼ିଶା ସହପ୍ରଭାରୀ ଜି. ରୁଦ୍ର ରାଜୁ, ପିସିସି ମିଡିଆ ସେଲ୍‌ ଆବାହକ ସତ୍ୟପ୍ରକାଶ ନାୟକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri