ଇୱାଇ ଇଣ୍ଡିଆ ସହ ଜେଏସ୍‌ଏଲ୍‌ର ସହଭାଗିତା

ନୂଆଦିଲ୍ଲୀ,୯।୮: ଦେଶର ପ୍ରମୁଖ କନସଲଟାନ୍‌ସି ସଂସ୍ଥା ଏର୍ନଷ୍ଟ ଆଣ୍ଡ ୟଙ୍ଗ୍‌ (ଇଓ୍ବାଇ) ଇଣ୍ଡିଆ ସହ ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ (ଜେଏସ୍‌ଏଲ୍‌) ମଧ୍ୟରେ ଏକ ସହଭାଗିତା ନିକଟରେ ସ୍ଥାପିତ ହୋଇଛି। ଫଳରେ ଉଭୟ ସଂସ୍ଥାର ମିଳିତ ସହଯୋଗରେ ଜେଏସ୍‌ଏଲ୍‌ ତା’ର ବ୍ୟାପକ ପରିବେଶ, ସାମାଜିକ ଓ ପ୍ରଶାସନିକ ଲକ୍ଷ୍ୟ ହାସଲ ପାଇଁ ଏକ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିଛି। ସେହିଭଳି ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ହାଉସ ଭାବେ ଜେଏସ୍‌ଏଲ୍‌ ଏକ ସ୍ଥାୟୀ ଉତ୍ପାଦନ  କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି। ଜିନ୍ଦଲ ଷ୍ଟେନ୍‌ଲେସ ନିର୍ବାଚିତ ଇସିଜି ସୂଚକାଙ୍କ ଅନୁଯାୟୀ ଏହାର ପ୍ରସ୍ତୁତି ଆକଳନ ଆରମ୍ଭ କରିଛି। କମ୍ପାନୀର ବିକାଶ ପାଇଁ ଇଓ୍ବାଇ ଏଲ୍‌ଏଲ୍‌ପିକୁ ଜେଏସ୍‌ଏଲ୍‌ ଅଂଶୀଦାର ଭାବେ ନିଯୁକ୍ତ କରିଛି। ଏପରିକି କମ୍ପାନୀ ମଧ୍ୟ ଏହାର ଜିଏଚଜି ନିର୍ଗମନର ପୂର୍ବାନୁମାନ କରିବା ଓ ବୈଜ୍ଞାନିକ ଆଧାରିତ ଲକ୍ଷ୍ୟ ପୂରଣ କରିବାକୁ କାର୍ଯ୍ୟପନ୍ଥା ଗ୍ରହଣ କରିଛି।
ଜେଏସ୍‌ଏଲ୍‌ର ପରଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଦେଶରେ ଷ୍ଟିଲ ଉଦ୍ୟୋଗର ଏକ ଅଗ୍ରଦୂତ ଭାବେ ଆମେ ଉତ୍ପାଦନ ପ୍ରଣାଳୀରେ ସ୍ଥାୟୀ ଅଭ୍ୟାସ ପ୍ରଣୟନ କରି ଉନ୍ନତ ମାନର ଉତ୍ପାଦ ସୃଷ୍ଟି କରିବା ଲାଗି ଉପଯୁକ୍ତ ପନ୍ଥା ଗ୍ରହଣ କରୁଛୁ। ଆମେ ଦୃଢ଼ ଭାବେ ବିଶ୍ୱାସ କରୁ ଯେ ସ୍ଥିରତା, ସାମାଜିକ ଉନ୍ନତି, ଉତ୍ତମ ପ୍ରଶାସନ, ଡି କାର୍ବନାଇଜେଶନ, ବର୍ଜ୍ୟବସ୍ତୁ ପରିଚାଳନା ଓ ଡିଜିଟାଲ କାର୍ଯ୍ୟକାରିତାରେ ଦକ୍ଷ ପ୍ରଣାଳୀକୁ ମୁତୟନ କରିଛୁ। ଆମର ଏହି ପଦକ୍ଷେପରେ ଇୱାଇ ଆମକୁ ସହଯୋଗ କରୁଥିବାରୁ ଆମେ ବହୁତ ଖୁସି ଏବଂ ଆମର ଇସିଜି ଓ ସ୍ଥିରତା କାର୍ଯ୍ୟଗୁଡ଼ିକରେ ଆମର ସହଭାଗୀମାନଙ୍କ ସହ ମିଶି ଉନ୍ନତି ହାସଲ କରିବାକୁ ବିଶ୍ୱାସ ରଖିଛୁ। ସେହିପରି ଇୱାଇ ଇଣ୍ଡିଆର ଚେୟାରମ୍ୟାନ ତଥା ସିଇଓ ରାଜୀବ ମେମାନି କହିଛନ୍ତି, ପରିଚାଳନାରେ ସ୍ଥିରତା ଆଣିବା ପାଇଁ ବିନିଯୋଗ କରୁଥିବା ସଂସ୍ଥାଗୁଡ଼ିକର ଏକ ପ୍ରତିଯୋଗିତାମୂଳକ ସୀମା ରହିଛି। ଅଙ୍ଗାରକାମ୍ଳ ନିର୍ଗମନ ଓ ଷ୍ଟେନ୍‌ଲେସ ଷ୍ଟିଲ ଉତ୍ପାଦନରେ ହେଉଥିବା ଶକ୍ତି ଖର୍ଚ୍ଚ ପାଇଁ ଏକ ସୁଚିନ୍ତିତ ରୋଡ ମ୍ୟାପ ଆବଶ୍ୟକ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri