ଆସନ୍ତା ୩୧ରୁ ଓଡ଼ିଶାରେ ଭାରତ ଯୋଡୋ ଯାତ୍ରା ଆରମ୍ଭ

ଭୁବନେଶ୍ୱର,୨୮।୧୦(ବ୍ୟୁରୋ): ଆସନ୍ତା ୩୧ରୁ କଂଗେସ ଓଡ଼ିଶାରେ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିବ। ଏନେଇ ଖବରଦାତା ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଯାତ୍ରା ଆଇଜି ପାର୍କରୁ ନଖରାର ଲୋକେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଚାଲିବ। ଧାମନଗର ଉପନିର୍ବାଚନ ପାଇଁ ୨ ଏବଂ ୩ ତାରିଖ ଯାତ୍ରା ବନ୍ଦ ରହିବ। ଏହି ପଦଯାତ୍ରା ସମୟରେ ରାଜ୍ୟ କଂସେସ ପ୍ରଭାରୀ ଚେଲ୍ଲା କୁମାର ଯୋଗ ଦେବେ ବୋଲି ଜଣାପଡିଛି।