ଭାରତୀୟ ରାଜନୀତିରେ ସଫଳ ବୋହୂ

ନୂଆଦିଲ୍ଳୀ,୯।୧୨:ଆଜି ଭାରତୀୟ ରାଜନୀତିର ସଫଳ ବୋହୂ ସୋନିଆ ଗାନ୍ଧୀଙ୍କ ଜନ୍ମଦିନ। ସେ ତାଙ୍କ ଜୀବନର ୭୩ ବର୍ଷର ଯାତ୍ରା ସମାପ୍ତ କରିଛନ୍ତି। ପ୍ରାୟ ଦୁଇ ଦଶନ୍ଧି ଧରି ସୋନିଆ କଂଗ୍ରେସ ସଭାପତି ଦାୟିତ୍ୱ ତୁଲାଇ ଆସୁଛନ୍ତି। ଦୀର୍ଘ ସମୟ ଧରି କଂଗ୍ରେସ ସଭାପତି ରହିବାର ରେକର୍ଡ ସୋନିଆ ଗାନ୍ଧୀଙ୍କ ପାଖରେ ଅଛି। କଂଗ୍ରେସ ସଭାପତି ଭାବରେ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ସୋନିଆ ୧୯ ବର୍ଷ ଧରି ଦଳର ଦାୟିତ୍ୱ ଗ୍ରହଣ କରିଥିଲେ। ଶାଶୁ ଇନ୍ଦିରା ଗାନ୍ଧୀ ଏବଂ ସ୍ବାମୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ସୋନିଆ ଦଳକୁ ଏକ ମଜଭୁତ ସ୍ତରରେ ପହଞ୍ଚାଇ ଥିଲେ। ସେ କାର୍ଯ୍ୟଭାର ଗ୍ରହଣ କରିବା ସମୟରେ ଅଟଳ ବିହାରୀ ବାଜପେୟୀ-ଏଲ.କେ ଆଡଭାନୀ ଦେଶର ରାଜନୀତିରେ ଝଡ଼ ସୃଷ୍ଟି କରିଥିଲେ। ତୃତୀୟ ଫ୍ରଣ୍ଟର ରାଜନୀତି ମଧ୍ୟ ଜୋର ଧରିଥିଲା। ଏମାନଙ୍କ ସାମ୍ନାରେ କଂଗ୍ରେସ ଅସହାୟ ମନେ ହେଉଥିଲା। ଏଭଳି ପରିସ୍ଥିତିରେ ସୋନିଆ ଗାନ୍ଧୀ ଦଳର ନେତୃତ୍ୱ ନେଇଥିଲେ, କଂଗ୍ରେସକୁ ଏକ ନୂତନ ଜୀବନ ଦେଇଥିଲେ ଏବଂ ଦଳକୁ ରାଜନୀତିର ଶୀର୍ଷକୁ ଆଣିଥିଲେ।୧୯୯୮ ରୁ ୨୦୧୭ ପର୍ଯ୍ୟନ୍ତ ସୋନିଆ ଦଳର ସଭାପତି ଥିଲେ। ୨୦୦୪ରେ ସେ ଦଳର ନିର୍ବାଚନ ପ୍ରଚାରର ନେତୃତ୍ୱ ନେଇଥିଲେ। ଏଥିରେ ସେ ସଫଳ ହୋଇଥିଲେ। କଂଗ୍ରେସ ପ୍ରତ୍ୟାବର୍ତ୍ତନ କରି କେନ୍ଦ୍ରରେ ସରକାର ଗଠନ କଲା। ଏହା ପରେ ସୋନିଆ ନିଜେ ପ୍ରଧାନମନ୍ତ୍ରୀ ହେବାକୁ ମନା କରିଦେଇଥିଲେ ଏବଂ ମନମୋହନ ସିଂଙ୍କୁ ଏହି ପଦରେ ମୁକୁଟ ପିନ୍ଧାଇବାକୁ ନିଷ୍ପତ୍ତି ନେଇଥିଲେ, ଯାହାକି ଅନେକ ରାଜନୈତିକ ମହଲରେ ମାଷ୍ଟରଷ୍ଟ୍ରୋକ ଦ୍ୱାରା ବିବେଚନା କରାଯାଏ। ସୋନିଆ ଦଳର ସଭାପତି ହେବା ପରେ ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଏବଂ କେରଳରେ କଂଗ୍ରେସ କ୍ଷମତାକୁ ଆସିବାରେ ସଫଳ ହୋଇଥିଲା। ସଭାପତି ଭାବରେ ସୋନିଆ ଗାନ୍ଧୀ କେବଳ କଂଗ୍ରେସକୁ କ୍ଷମତାର ନିକଟତର କରିନାହାଁନ୍ତି, ଦଳକୁ ସାଂଗଠନିକ ଶକ୍ତି ଦେବା ପାଇଁ ମଧ୍ୟ କାର୍ଯ୍ୟ କରିଛନ୍ତି ଏବଂ ରାଜ୍ୟରେ ଦୃଢ ନେତୃତ୍ୱ ସୃଷ୍ଟି କରିଛନ୍ତି। ଦିଲ୍ଲୀର ଶିଲା ଦୀକ୍ଷିତ, ହରିୟାଣାର ଭୁପେନ୍ଦ୍ର ସିଂ ହୁଡା, ରାଜସ୍ଥାନର ଅଶୋକ ଗେହଲୋଟ ଏବଂ ଆନ୍ଧ୍ରପ୍ରଦେଶର ରାଜାଶେଖର ରେଡ୍ଡୀ ଏହାର ଉଦାହରଣ।

୧୯୯୧ ରେ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ସୋନିଆ ଗାନ୍ଧୀ ରାଜନୀତିରେ ପ୍ରବେଶ କରିବାକୁ ପ୍ରସ୍ତୁତ ନ ଥିଲେ। ଦଳକୁ ବଞ୍ଚାଇବା ପାଇଁ ରାଜନୀତିରେ ତାଙ୍କର ଅଂଶଗ୍ରହଣ ଧୀରେ ଧୀରେ ଆରମ୍ଭ ହୋଇଥିଲା। ପୂର୍ବତନ ରାଷ୍ଟ୍ରପତି ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀ କହିଥିଲେ ସୋନିଆଙ୍କୁ କଂଗ୍ରେସ ରାଜନୀତିରେ ସକ୍ରିୟ ହେବାକୁ ମନାଇବାରେ ବହୁ ଦଳର ନେତା ଜଡିତ ଥିଲେ। ତାଙ୍କୁ ମନରେ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରାଯାଉଥିଲା ଯେ ତାଙ୍କ ବିନା କଂଗ୍ରେସ ଶିବିର ବିଭକ୍ତ ହେବ ଏବଂ ଭାରତୀୟ ଜନତା ପାର୍ଟି ବିସ୍ତାର ହେବ। ପରେ ସେ ରାଜନୀତିକୁ ଆସିବାକୁ ରାଜି ହୋଇଥିଲେ। ବିଦେଶୀ ହେଲେ ମଧ୍ୟ ସୋନିଆ ଜଣେ ଭଲ ବୋହୂ, ସ୍ତ୍ରୀ, ମା’ ଏବଂ ନେତ୍ରୀ ହେବାରେ ସଫଳ ହୋଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୪ ଥର ସାକ୍ଷାତ, ୬୨ ଇମେଲ୍‌: ଏପ୍‌ଷ୍ଟିନ୍‌-ପୁରୀ ସମ୍ପର୍କର ସ୍ପଷ୍ଟୀକରଣ ମାଗିଲା କଂଗ୍ରେସ

ନୂଆଦିଲ୍ଲୀ,୧୮ା୨(ପି.ଟି.):ଆମେରିକାର ଦୋଷୀସାବ୍ୟସ୍ତ ଯୌନ ଅପରାଧୀ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ କେନ୍ଦ୍ରମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ୨୦୧୪ରୁ ୨୦୧୭ ମଧ୍ୟରେ ୧୪ ଥର ଭେଟିଥିଲେ। ଏହି ସମୟ ମଧ୍ୟରେ ଉଭୟଙ୍କ…

କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ: କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮ା୨(ପି.ଟି.):ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌, ୨୦୨୬ର ଉଦ୍‌ଘାଟନ ଦିବସରେ ଯୋଗ ଦେଇଥିବା ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର କ୍ଷମା…

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

AI Impact Summit 2026: ଭାରତ ମଣ୍ଡପମରେ ଝଲସିଲା ‘AI ମହାକୁମ୍ଭ’, ଦିଶିଲା ଭବିଷ୍ୟତର ଝଲକ

ନୂଆଦିଲ୍ଲୀ,୧୭।୨: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ AI ପ୍ରImpact Summit 2026କୁ ପ୍ରଯୁକ୍ତି ଜଗତର AI ମହାକୁମ୍ଭ ବୋଲି କୁହାଯାଉଛି। ଏହି ସମ୍ମିଳନୀରେ, ପ୍ରମୁଖ ଭାରତୀୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri