ବଲାଙ୍ଗୀର, ୫।୯(ସୁନୀଲ ମହାନ୍ତି): ଜିଲାରେ କଂଗ୍ରେସ ସଙ୍ଗଠନକୁ ସୁଦୃଢ କରିବା ପାଇଁ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଚାଲିଥିବା ‘ସଙ୍ଗଠନ ସୃଜନ ଅଭିଯାନ’ କାର୍ଯ୍ୟକ୍ରମ ଶୁକ୍ରବାର ଠାରୁ ବଲାଙ୍ଗୀର ଜିଲାରେ ଆରମ୍ଭ ହୋଇଛି। ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଆଜି ଏ ସଂକ୍ରାନ୍ତରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏଆଇସିସି ପର୍ଯ୍ୟବେକ୍ଷକ ସିଡ଼ି ମୟପାନ୍ନ, ବରିଷ୍ଠ କଂଗ୍ରେସ ନେତା ନିମାଇଁ ସରକାର, ଶରତ ରାଉତ, ଅମ୍ରିତା ବିଶ୍ବାଳ, ସମରେନ୍ଦ୍ର ମିଶ୍ର, ଅଭିଷେକ ମହାନନ୍ଦ, ମନୋଜ ମିଶ୍ର, ଅନୀଲ ମେହେର ମଞ୍ଚାସୀନ ଥିଲେ। ଜଣେ ଦକ୍ଷ ଓ ଦୃଢ଼ ସଂଗଠନଙ୍କୁ ଜିଲା କଂଗ୍ରେସ ସଭାପତି ଭାବେ ମନୋନୀତ କରିବା ପାଇଁ ଜିଲାର ସମସ୍ତ କଂଗ୍ରେସ କର୍ମୀ, ବୁଦ୍ଧିଜୀବୀ ଓ ସମାଜସେବୀଙ୍କ ଠାରୁ ଏହି ସଙ୍ଗଠନ ସୃଜନ ଅଭିଯାନରେ ମତାମତ ଲୋଡାଯିବ ବୋଲି ମୟପାନ୍ନ ସୂଚନା ଦେଇଛନ୍ତି। ଆସନ୍ତା ୭ ଦିନ ଧରି ଜିଲାର ବିଭିନ୍ନ ଅଞ୍ଚଳରୁ ମତାମତ ସଂଗ୍ରହ କରାଯିବ ବୋଲି କୁହାଯାଇଛି।


