Posted inଜାତୀୟ

ଗୁଜରାଟ ବିଧାନସଭା ନିର୍ବାଚନ: ୪୩ ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ନୂଆଦିଲ୍ଲୀ,୫ ।୧୧: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଗୁଜରାଟ ନିର୍ବାଚନ ପାଇଁ କଂଗ୍ରେସ ୪୩ଟି ଆସନ ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହି ତାଲିକାରେ ଚର୍ଚ୍ଚିତ ନାମ ମଧ୍ୟରେ ପୋରବନ୍ଦରରୁ ଅର୍ଜୁନ ମୋଦୱାଡିୟା ଓ ଘଟଲୋହିୟାରୁ ଅମି ୟାଗ୍ନିଙ୍କୁ ଟିକେଟ ଦିଆଯାଇଛି ।
ଗୁଜରାଟ ବିଧାନସଭା ବିଗୁଲ ବାଜି ସାରିଛି । ଏହାପରଠାରୁ ସମସ୍ତ ଦଳ ସେମାନଙ୍କ ପ୍ରାର୍ଥିଙ୍କ ନାମ ଚୁଡାନ୍ତ କରିବାରେ ଲାଗିପଡିଛନ୍ତି । ୨୭ ବର୍ଷ ହେବ ଗୁଜରାଟରେ ଶାସନ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) ଏଥର ପୁଣି ବିଜୟ ଲକ୍ଷ୍ୟରେ ଥିବା ବେଳେ କଂଗ୍ରେସ ବି ଶାସନ କ୍ଷମତାକୁ ଫେରିବାକୁ ନେଇ ଆଶ୍ୱସ୍ତ ଥିବା ଦେଖାଯାଇଛି । ସେପଟେ ଅରବିନ୍ଦ କେଜରିୱାଲଙ୍କ ଦଳ ଆମ ଆଦମୀ ପାର୍ଟି(ଏଏପି) ବି ଗୁଜରାଟର ରାଜନୀତିରେ ନିଜର ବଳ କଷିବାକୁ ବାହାରି ପଡିଛି ।
ସୂଚନାଯୋଗ୍ୟ, ଶୁକ୍ରବାର କଂଗ୍ରେସ ନିର୍ବାଚନ ସମିତିର ବୈଠକ ହୋଇଥିଲା ଯେଉଁଥିରେ କଂଗ୍ରେସ ଗୁଜରାଟ ନିର୍ବାଚନ ଲାଗି ସମ୍ଭାବ୍ୟ ପ୍ରାର୍ଥିଙ୍କ ନାମକୁ ନେଇ ମନ୍ଥନ କରିଥିଲା । ଏହାପରେ ଦଳ ୪୩ ଜଣ ପ୍ରାର୍ଥିଙ୍କର ପ୍ରଥମ ତାଲିକା ପ୍ରକାଶ କରିଥିଲା । ଗୁଜରାଟ ନିର୍ବାଚନକୁ ନେଇ ଏହା ସିଇସିର ଦ୍ୱିତୀୟ ବୈଠକ ଥିଲା । ଏଥିରେ ୭୦-୮୦ ଜଣ ପ୍ରାର୍ଥିଙ୍କ ନାମରେ ମୋହର ଲାଗିଥିବା କୁହାଯାଉଛି । ଏହା ପୂର୍ବରୁ କଂଗ୍ରେସର ସିଇସି ବୈଠକରେ ୧୧୦ ଜଣ ପ୍ରାର୍ଥିଙ୍କ ନାମରେ ମୋହର ବାଜିଥିଲା ।
ଗୁଜରାଟ ବିଧାନସଭାରେ ମୋଟ ୧୮୨ ଆସନ ରହିଛି । ୨୦୧୭ରେ ବିଧାନସଭା ନିର୍ବାଚନରେ ଭାଜପା ୯୯ ଆସନରେ ବିଜୟୀ ହୋଇ ଲଗାତାର ୬ଷ୍ଠ ଥର ଲାଗି ଶାସନ କ୍ଷମତା ହାତେଇଥିଲା । ଏପଟେ କଂଗ୍ରେସକୁ ମିଳିଥିଲା ୭୭ ଆସନ । ଏଥର ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ହେବ । ଡିସେମ୍ବର ୧ ଓ ୫ରେ ଭୋଟ ଗ୍ରହଣ କରାଯିବା ସହ ଡିସେମ୍ବର ୮ରେ ଫଳାଫଳ ଘୋଷଣା କରାଯିବ ।

 

 


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri