Posted inଜାତୀୟ

ଗୁଜରାଟ ବିଧାନସଭା ନିର୍ବାଚନ: ୪୩ ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ନୂଆଦିଲ୍ଲୀ,୫ ।୧୧: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଗୁଜରାଟ ନିର୍ବାଚନ ପାଇଁ କଂଗ୍ରେସ ୪୩ଟି ଆସନ ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହି ତାଲିକାରେ ଚର୍ଚ୍ଚିତ ନାମ ମଧ୍ୟରେ ପୋରବନ୍ଦରରୁ ଅର୍ଜୁନ ମୋଦୱାଡିୟା ଓ ଘଟଲୋହିୟାରୁ ଅମି ୟାଗ୍ନିଙ୍କୁ ଟିକେଟ ଦିଆଯାଇଛି ।
ଗୁଜରାଟ ବିଧାନସଭା ବିଗୁଲ ବାଜି ସାରିଛି । ଏହାପରଠାରୁ ସମସ୍ତ ଦଳ ସେମାନଙ୍କ ପ୍ରାର୍ଥିଙ୍କ ନାମ ଚୁଡାନ୍ତ କରିବାରେ ଲାଗିପଡିଛନ୍ତି । ୨୭ ବର୍ଷ ହେବ ଗୁଜରାଟରେ ଶାସନ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) ଏଥର ପୁଣି ବିଜୟ ଲକ୍ଷ୍ୟରେ ଥିବା ବେଳେ କଂଗ୍ରେସ ବି ଶାସନ କ୍ଷମତାକୁ ଫେରିବାକୁ ନେଇ ଆଶ୍ୱସ୍ତ ଥିବା ଦେଖାଯାଇଛି । ସେପଟେ ଅରବିନ୍ଦ କେଜରିୱାଲଙ୍କ ଦଳ ଆମ ଆଦମୀ ପାର୍ଟି(ଏଏପି) ବି ଗୁଜରାଟର ରାଜନୀତିରେ ନିଜର ବଳ କଷିବାକୁ ବାହାରି ପଡିଛି ।
ସୂଚନାଯୋଗ୍ୟ, ଶୁକ୍ରବାର କଂଗ୍ରେସ ନିର୍ବାଚନ ସମିତିର ବୈଠକ ହୋଇଥିଲା ଯେଉଁଥିରେ କଂଗ୍ରେସ ଗୁଜରାଟ ନିର୍ବାଚନ ଲାଗି ସମ୍ଭାବ୍ୟ ପ୍ରାର୍ଥିଙ୍କ ନାମକୁ ନେଇ ମନ୍ଥନ କରିଥିଲା । ଏହାପରେ ଦଳ ୪୩ ଜଣ ପ୍ରାର୍ଥିଙ୍କର ପ୍ରଥମ ତାଲିକା ପ୍ରକାଶ କରିଥିଲା । ଗୁଜରାଟ ନିର୍ବାଚନକୁ ନେଇ ଏହା ସିଇସିର ଦ୍ୱିତୀୟ ବୈଠକ ଥିଲା । ଏଥିରେ ୭୦-୮୦ ଜଣ ପ୍ରାର୍ଥିଙ୍କ ନାମରେ ମୋହର ଲାଗିଥିବା କୁହାଯାଉଛି । ଏହା ପୂର୍ବରୁ କଂଗ୍ରେସର ସିଇସି ବୈଠକରେ ୧୧୦ ଜଣ ପ୍ରାର୍ଥିଙ୍କ ନାମରେ ମୋହର ବାଜିଥିଲା ।
ଗୁଜରାଟ ବିଧାନସଭାରେ ମୋଟ ୧୮୨ ଆସନ ରହିଛି । ୨୦୧୭ରେ ବିଧାନସଭା ନିର୍ବାଚନରେ ଭାଜପା ୯୯ ଆସନରେ ବିଜୟୀ ହୋଇ ଲଗାତାର ୬ଷ୍ଠ ଥର ଲାଗି ଶାସନ କ୍ଷମତା ହାତେଇଥିଲା । ଏପଟେ କଂଗ୍ରେସକୁ ମିଳିଥିଲା ୭୭ ଆସନ । ଏଥର ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ହେବ । ଡିସେମ୍ବର ୧ ଓ ୫ରେ ଭୋଟ ଗ୍ରହଣ କରାଯିବା ସହ ଡିସେମ୍ବର ୮ରେ ଫଳାଫଳ ଘୋଷଣା କରାଯିବ ।

 

 


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri