Posted inଜାତୀୟ

କଂଗ୍ରେସର ପ୍ରଶ୍ନ: ଜେପିସି ତଦନ୍ତକୁ ଡର କାହିଁକି

ନୂଆଦିଲ୍ଲୀ,୧୫।୨: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀଗୁଡ଼ିକ ବିରୋଧରେ ଜାନୁୟାରୀ ୨୪ରେ ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ପକ୍ଷରୁ କରାଯାଇଥିତ୍ବା ପ୍ରଘଟକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିବାରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ପ୍ରଥମ ପର୍ଯ୍ୟାୟରେ ଗୃହକାର୍ଯ୍ୟ ହୋଇପାରି ନ ଥିଲା। ଆଦାନୀ ଗ୍ରୁପ୍‌ର ଷ୍ଟକ୍ସ ଓ ଆକାଉଣ୍ଟ୍‌ସ ଜାଲିଆତି ସମ୍ପର୍କିତ ରିପୋର୍ଟକୁ ନେଇ ଶାସକ-ବିରୋଧୀ ମୁହଁାମୁହଁି ଅବସ୍ଥାରେ ଥିବାବେଳେ ମଙ୍ଗଳବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଆଦାନୀ ପ୍ରସଙ୍ଗରେ ଭାଜପା କିଛି ଲୁଚାଇବାର କିମ୍ବା ଭୟଭୀତ ହେବାର ନାହିଁ ବୋଲି ଶାହା ଏକ ନ୍ୟୁଜ୍‌ ଏଜେନ୍ସିକୁ ସାକ୍ଷାତ୍‌କାର ଦେବାବେଳେ କହିଛନ୍ତି। ଯଦି କିଛି ଲୁଚାଇବାର ନାହିଁ ତେବେ କେନ୍ଦ୍ର ସରକାର ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା ଏହାର ତଦନ୍ତ କରାଇବାକୁ କାହିଁକି ଭୟ କରୁଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାର ଆଦାନୀ ସମୂହକୁ ଅହେତୁକ ଅନୁକମ୍ପା ଦେଖାଇ ଲାଭାନ୍ବିତ କରାଇଥିବା କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଅଭିଯୋଗ ଆଣିବା ପରେ ସଂସଦ ଅଚଳ ହୋଇଯାଇଥିଲା। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ବେଳେ ଓ୍ବାୟନାଡ୍‌ ଏମ୍‌ପି ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ଅନେକ ପ୍ରଶ୍ନ କରିଥିଲେ। ଆଦାନୀଙ୍କ ଧନ ବୃଦ୍ଧି ପଛରେ ମୋଦିଙ୍କ ହାତ ଥିବା କହି ସେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ଓ ସନ୍ଦେହର କାଠଗଡ଼ାରେ ଛିଡ଼ା କରାଇଥିଲେ। ରାହୁଲଙ୍କ ପ୍ରଶ୍ନବାଣ ଓ ସମାଲୋଚନା ଏତେ ଶାଣିତ ଥିଲା ଯେ, ସେସବୁକୁ ପାର୍ଲାମେଣ୍ଟ ରେକର୍ଡରୁ ବାଦ୍‌ ଦିଆଯାଇଛି। କେବଳ କଂଗ୍ରେସ ନୁହେଁ, ଅନ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟ ଜେପିସି ତଦନ୍ତ ଦାବିରେ ଅଟଳ ଅଛନ୍ତି। ପ୍ରଧାନମନ୍ତ୍ରୀ ଉଭୟ ଗୃହରେ ବିବୃତି ରଖୁଥିବାବେଳେ ବିରୋଧୀ ସଦସ୍ୟ ‘ଆଦାନୀ-ମୋଦି ଭାଇ ଭାଇ’ ସ୍ଲୋଗାନ ଦେଇଥିଲେ। ଫଳରେ ପ୍ରଧାନମନ୍ତ୍ରୀଙ୍କୁ ଅଭିଭାଷଣ ମଝିରେ ଅନେକ ଥର ଅଟକିବାକୁ ପଡ଼ିଥିଲା। ବିରୋଧୀଙ୍କ ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ, ୧୪୦ କୋଟି ଭାରତୀୟଙ୍କ ଆଶୀର୍ବାଦ ଥିବା ଯାଏ କିଛି ହେବ ନାହିଁ। ସଂସଦୀୟ ବ୍ୟାପାର ମନ୍ତ୍ରୀ
ପ୍ରହ୍ଲାଦ ଜୋଷୀ ଏବଂ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ରାହୁଲଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିବା ପାଇଁ ନୋଟିସ ଦେଇଛନ୍ତି। ରାହୁଲଙ୍କୁ ବୁଧବାର ସୁଦ୍ଧା ଏହାର ଉତ୍ତର ରଖିବାକୁ ଲୋକ ସଭା ସେକ୍ରେଟାରିଏଟ୍‌ କହିଛି। ଇତିମଧ୍ୟରେ ଆଦାନୀ ନିଜ କମ୍ପାନୀଗୁଡ଼ିକର ନିରପେକ୍ଷ ଅଡିଟ୍‌ ପାଇଁ ଗ୍ରୁପ୍‌ ଆମେରିକୀୟ ଆକାଉଣ୍ଟାନ୍ସି ଫାର୍ମ ଗ୍ରାଣ୍ଟ ଥ୍ରୋଣ୍ଟନକୁ ଦାୟିତ୍ୱ ଦେଇଛି।
ଶାହାଙ୍କ ‘କିଛି ଲୁଚାଇବାର ନାହିଁ’ ମନ୍ତବ୍ୟ ଉପରେ ଏଆଇସିସି ମୁଖ୍ୟାଳୟରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ନିଜ ପ୍ରତିକ୍ରିୟା ରଖିଛନ୍ତି। ଜୟରାମ କହିଛନ୍ତି, ଆଦାନୀ ଗ୍ରୁପ୍‌ ବିରୋଧରେ ଆସିଥିବା ଅଭିଯୋଗୁଡ଼ିକର ନିରପେକ୍ଷ ତଦନ୍ତ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ଏବଂ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମୁଖ୍ୟ ମାଧବୀ ପୁରୀଙ୍କୁ ପତ୍ର ଲେଖାଯିବ। ସେମାନେ ଯଦି କିଛି ଲୁଚାଉନାହାନ୍ତି ତେବେ ଜେପିସି ତଦନ୍ତ କରାଇ ଦେଉନାହାନ୍ତି କାହିଁକି। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଜେପିସି ତଦନ୍ତ ଦାବି କରିଥିବାବେଳେ ତାଙ୍କ ମନ୍ତବ୍ୟକୁ ରେକର୍ଡରୁ କାହିଁକି ବାଦ୍‌ ଦିଆଗଲା ବୋଲି ଜୟରାମ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri