ଭୁବନେଶ୍ୱର, ୭।୧୦(ସୁନିତ୍ ମିଶ୍ର): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଜିଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଶୁକ୍ରବାର ମୋଦି ସରକାରଙ୍କ ଘୃଣା ଓ ହିଂସା ରାଜନୀତି ପ୍ରତିବାଦରେ ବିକ୍ଷୋଭ କରାଯାଇଛି। ଭାଜପା ଓ ମୋଦି ସରକାରଙ୍କ ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଛବିକୁ ମଳିନ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଯେଉଁ ହୀନ ଉଦ୍ୟମ କରାଯାଇଛି ତାକୁ ଭୁବନେଶ୍ୱର ଜିଲା କଂଗ୍ରେସ ଦୃଢ଼ ନିନ୍ଦା କରିଛି। ରାହୁଲ ଗାନ୍ଧୀଙ୍କୁ ରାବଣ ରୂପେ ଚିତ୍ରଣ କରିବା ଘୃଣା, ହିଂସା ଓ ଈର୍ଷା ରାଜନୀତିର ଉଦାହରଣ ବୋଲି ବିଶ୍ୱଜିତ କହିଛନ୍ତି। ଭାରତକୁ ଯୋଡ଼ିବା, ଭାରତର ବିଭିନ୍ନ ଧର୍ମ, ବର୍ଣ୍ଣ, ଭାଷା, ଜାତି ଓ ଅଞ୍ଚଳର ଲୋକଙ୍କୁ ଭାରତୀୟତା ସମ୍ପର୍କରେ ଯୋଡ଼ି ରଖିବା ପାଇଁ ରାହୁଲ ଯେଉଁ ଭାରତ ଯୋଡ଼ୋ ଯାତ୍ରା କରିଥିଲେ ତାହା ଐତିହାସିକ ଏବଂ ଭାରତର ଏକତା ଓ ଅଖଣ୍ଡତା ପାଇଁ ଅଭିପ୍ରେତ। ରାହୁଲଙ୍କ ଜନପ୍ରିୟତା ଏବଂ ସାଧାରଣ ଲୋକଙ୍କୁ ଦେଉଥିବା ସ୍ନେହ, ଶ୍ରଦ୍ଧା ଓ ପ୍ରେମ ଉପରେ ଈର୍ଷାନ୍ବିତ ହୋଇ ଭାଜପା ପକ୍ଷରୁ ଏଭଳି ହୀନ ଉଦ୍ୟମ କରାଯାଇଥିବା ସେ କହିଛନ୍ତି। ଜିଲା କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନଠାରୁ ଏକ ବିକ୍ଷୋଭ ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଦୀର୍ଘ ସମୟ ରାସ୍ତା ଅବରୋଧକରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସହଯୋଗୀ ଅମିତ ଶାହା, ରାଜନାଥ ସିଂ, ନିର୍ମଳା ସୀତାରମନ, ସ୍ମୃତି ଇରାନୀ, ପ୍ରଜ୍ଞା ଠାକୁର, ସାକ୍ଷୀ ମହାରାଜ, ଅନୁରାଗ ଠାକୁର ପ୍ରମୁଖ ୧୦ ଜଣଙ୍କ ମୁଣ୍ଡର ଚିତ୍ର ସହ କୁଶପୁତ୍ତଳିକା ଦାହ କରାଯାଇଥିଲା।
ଆହ୍ବାନକାରୀ ଜେନ୍ ଜି ପ୍ରାର୍ଥୀ
ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…
ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା
କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…
ଜାଲ୍ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି
ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…
ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ
ତେହରାନ୍,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍ର…
ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…
ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍ଏସି ସତ୍ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…
ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା
ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍ ରିଜୁଭେନେଶନ ଆଣ୍ଡ୍ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…
କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ
ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…
‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା
ଓ୍ବାଶିଂଟନ୍,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…
Archives

