Posted inଜାତୀୟ

‘ଆପଣଙ୍କ ମୁହଁ ଖୋଲୁନାହିଁ, କିଏ ସିଲ୍ କରିଦେଇଛି…’, ଶାହାଙ୍କୁ ଖାର୍ଗେଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୩୦।୭: ରାଜ୍ୟ ସଭାରେ ପେପର ଲିକ୍ ପ୍ରସଙ୍ଗକୁ ନେଇ ଆଲୋଚନା ସମୟରେ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାର ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଗୁରୁବାର ଦିନ ଉଚ୍ଚ ସଦନରେ ବକ୍ତବ୍ୟ ଦେଇ ଖାର୍ଗେ କହିଛନ୍ତି, “ଯେଉଁମାନେ ପ୍ରଶ୍ନପତ୍ର ଚୋରି କରିଥିଲେ ସେମାନେ ଖସି ଚାଲିଯାଉଛନ୍ତି ଏବଂ ଯେଉଁମାନେ କଠିନ ପରିଶ୍ରମ କରୁନ୍ତି ସେମାନେ ପରିଣାମ ଭୋଗୁଛନ୍ତି। ଏହା କି ପ୍ରକାରର ନ୍ୟାୟ?” ସେ ପ୍ରଶ୍ନ କରିଥିଲେ ଯେ ପେପର ଲିକ୍ ଯୋଗୁଁ କେତେ ନିରୀହ ଛାତ୍ରଙ୍କ ଭବିଷ୍ୟତ ପ୍ରଭାବିତ ହୋଇଥିଲା, କେତେ ଲୋକ ଆହତ ହୋଇଥିଲେ ଏବଂ କେତେ ଅଭିଭାବକ ଦୁଃଖରେ ପଡ଼ିଥିଲେ। ସେ ଅମିତ ଶାହାଙ୍କୁ ପଚାରିଥିଲେ ଯେ ସେ କାହିଁକି କିଛି କହୁନାହାନ୍ତି । ପାଟି କେହି ବନ୍ଦ କରିଦେଇଛି କି ବୋଲି ପ୍ରଶ୍ନ କରିଥିଲେ ।

ଖାର୍ଗେ ମନ୍ତବ୍ୟ ଦେଇଥିଲେ ଯେ ନୂତନ ବିଲ୍ କେବଳ ସଂଖ୍ୟା ପରିବର୍ତ୍ତନ କରେ କିନ୍ତୁ ମୂଳ ସମସ୍ୟାର ସମାଧାନ କରିବାରେ ବିଫଳ ହୁଏ। ସେ ଦୃଢ଼ ଭାବରେ କହିଥିଲେ ଯେ ପ୍ରକୃତ ଆବଶ୍ୟକତା ହେଉଛି ପରୀକ୍ଷା ବ୍ୟବସ୍ଥାକୁ ଏପରି ଭାବରେ ମଜବୁତ କରିବା ଯାହା ଦ୍ୱାରା ପ୍ରଥମରୁ ପେପର ଲିକ୍ ନହୁଏ। ସେ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ ୨୦୨୪ରେ ଏହି ପଦକ୍ଷେପ କାହିଁକି ନିଆଯାଇ ନଥିଲା। ତାଙ୍କ ଅନୁସାରେ, ସେହି ସମୟରେ ଲୋକ ସଭା ନିର୍ବାଚନ ପାଖେଇ ଆସୁଥିଲା, ଏବଂ ସରକାର ରାଜନୈତିକ କାରଣରୁ ଏପରି ପଦକ୍ଷେପ ନେବାକୁ ଚାହୁଁ ନଥିଲେ।

ରାଜ୍ୟ ସଭାରେ ଆଲୋଚନା ବେଳେ ମଲ୍ଲିକାର୍ଜୁନ ଖାର୍ଗ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ନେଇ ଉଲ୍ଲେଖ କରିଥିଲେ । ଏହି ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଲଗାତାର ପେପର ଲିକ୍ ଏବଂ ଯୁବକଙ୍କ ସମସ୍ୟା ଉଠାଇ ଆସୁଥିଲେ। ସେ ଅଭିଯୋଗ କରିଥିଲେ ଯେ, ବିରୋଧୀ ଦଳକୁ ଶ୍ରେୟ ମିଳିବା ଭୟରେ ସରକାର ସେତେବେଳେ କୌଣସି ପଦକ୍ଷେପ ନେଇନଥିଲେ। ପରୀକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପରିବର୍ତ୍ତେ ସରକାର ଏଭଳି ଏକ ଆଇନ ଆଣିଥିଲେ, ଯାହାକୁ ଦୁଇ ବର୍ଷ ମଧ୍ୟରେ ସଂଶୋଧନ କରିବାକୁ ପଡ଼ିଛି । ତାଙ୍କ ମତରେ, ଏହି ବିଧେୟକ ସମସ୍ୟାର ସମାଧାନ ନୁହେଁ, ବରଂ ବର୍ତ୍ତମାନର ପରିସ୍ଥିତିକୁ ଶାନ୍ତ କରିବାର ଏକ ପ୍ରୟାସ। ଯୁବକଙ୍କ ବ୍ୟାପକ ବିରୋଧ ପରେ ସରକାର ବୁଝିପାରିଲେ ଯେ, ଆନ୍ଦୋଳନ ଆହୁରି ବଢ଼ିଲେ ରାଜନୈତିକ କ୍ଷତି ସହିବାକୁ ପଡ଼ିପାରେ । ସେହି କାରଣରୁ ସରକାର ଛାତ୍ରୀଛାତ୍ରଙ୍କ କିଛି ଦାବି ମାନିବାକୁ ବାଧ୍ୟ ହୋଇଥିବା ଅଭିଯୋଗ ସେ କରିଥିଲେ।

ଖାର୍ଗେ କହିଛନ୍ତି, CJPର ଆନ୍ଦୋଳନ ଏବଂ ବଢ଼ୁଥିବା ଚାପ ଯୋଗୁଁ ସରକାର ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷାମନ୍ତ୍ରୀ ପଦରୁ ହଟାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସରକାର ଏବଂ ପଦବୀ ବଞ୍ଚାଇବା ପାଇଁ ଏହି ପଦକ୍ଷେପ ନେଇଛନ୍ତି।।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନଭୋଜନରେ ଅନୟମିତତା: ବିଦ୍ୟାଳୟ ଉପସ୍ଥାନ ଖାତାରେ ଅଧିକ ପିଲା, ବାସ୍ତବରେ କମ୍‌

ଝରିଗାଁ,୭ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ସରକାରୀ ସ୍କୁଲରେ ନିମ୍ନମାନର ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଉଥିବା ବେଳେ କିଛି ଛାତ୍ରୀଛାତ୍ର ସେହି ଭୋଜନ ଖାଉ ନାହାନ୍ତି। ଏପରିକି ଯେଉଁ ପିଲାମାନେ ଅଣ୍ଡା…

ସୌରଭ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ ହେବା ପରେ ଉଠିଲାଣି ବିବାଦ!

ନୂଆଦିଲ୍ଲୀ,୭।୧୦: ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବତନ ଭାରତୀୟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ସେମାନଙ୍କର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ଗାଙ୍ଗୁଲି କ୍ରିକେଟ ଆସୋସିଏସନ…

IAS ସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲାପାଳ, ଜାଣନ୍ତୁ କିଏ କେଉଁଠିକୁ ଗଲେ…

ଭୁବନେଶ୍ୱର,୭ା୧୦: ରାଜ୍ୟ ପ୍ରଶାସନିକ ସ୍ତରକୁ ଅଧିକ କ୍ରିୟାଶୀଳ ଓ ବ୍ୟବସ୍ଥିତ କରିବା ପାଇଁ ଓଡ଼ିଶା ସରକାର ରାଜ୍ୟରେ IAS ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ନବରଙ୍ଗପୁର…

ଆଜି ମୁଁ ଯାହା କିଛି… ଜାଣନ୍ତୁ କାହାକୁ ସଫଳତାର ଶ୍ରେୟ ଦେଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ନିରନ୍ତର ୨୫ ବର୍ଷର ଜନସେବା ପୂରଣ କରିଛନ୍ତି। ଏହି ଅବସରରେ ବୁଧବାର ନୂଆଦିଲ୍ଲୀରେ ଆୟୋଜିତ ଭାରତ…

୫ କୋଟି ଟଙ୍କାର ଖବର, ପ୍ରେମାନନ୍ଦ ମହାରାଜଙ୍କୁ ନେଇ ବଡ଼ କଥା କହିଲେ ବିରାଟ କୋହଲି, ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୭।୧୦: ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ (ଯିଏ ଦୀପକ ଲୋଦି ନାମରେ ମଧ୍ୟ ଜଣାଶୁଣା)ଙ୍କ ମୃତ୍ୟୁ ପରେ ‘କେଳିକୁଞ୍ଜ ଆଶ୍ରମ’ କ୍ରମାଗତ ଭାବେ ଆଲୋଚନାର…

ମା’ ତାରାତାରିଣୀଙ୍କ ଦାନହୁଣ୍ଡିରୁ ମିଳିଲା ଦୁଇ ଶିଶୁଙ୍କ ଭାବବିହ୍ବଳ ଚିଠି: ଏଥିରେ ଲେଖାଅଛି ମୋ’ ବାବାଙ୍କୁ ଭଲ ବାଟକୁ ଆଣ, ମୋ ମା’କୁ…

ପୁରୁଷୋତ୍ତମପୁର,୭ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିମଧ୍ୟରୁ ମିଳିଛି ଦୁଇଟି ଶିଶୁଙ୍କ ଚିଠି। ଗୋଟିଏ ଓଡ଼ିଆରେ ଲେଖା…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

ଖୁସି ଖବର ଦେଲେ କିଆରା ଆଡଭାନୀ, ଦେଢ଼ ବର୍ଷ ପରେ ପୁଣି ଥରେ ଶେୟାର କଲେ ଏମିତି ଖବର

ମୁମ୍ବାଇ: ବଲିଉଡର ବିୟୁଟି ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଜୀବନରେ ପୁଣିଥରେ ଖୁସିର ଆଗମନ ହୋଇଛି। ଏହି ଦମ୍ପତି ନିଜ ପ୍ରଶଂସକଙ୍କ ସହ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?