Posted inଜାତୀୟ

‘ଆପଣଙ୍କ ମୁହଁ ଖୋଲୁନାହିଁ, କିଏ ସିଲ୍ କରିଦେଇଛି…’, ଶାହାଙ୍କୁ ଖାର୍ଗେଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୩୦।୭: ରାଜ୍ୟ ସଭାରେ ପେପର ଲିକ୍ ପ୍ରସଙ୍ଗକୁ ନେଇ ଆଲୋଚନା ସମୟରେ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାର ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଗୁରୁବାର ଦିନ ଉଚ୍ଚ ସଦନରେ ବକ୍ତବ୍ୟ ଦେଇ ଖାର୍ଗେ କହିଛନ୍ତି, “ଯେଉଁମାନେ ପ୍ରଶ୍ନପତ୍ର ଚୋରି କରିଥିଲେ ସେମାନେ ଖସି ଚାଲିଯାଉଛନ୍ତି ଏବଂ ଯେଉଁମାନେ କଠିନ ପରିଶ୍ରମ କରୁନ୍ତି ସେମାନେ ପରିଣାମ ଭୋଗୁଛନ୍ତି। ଏହା କି ପ୍ରକାରର ନ୍ୟାୟ?” ସେ ପ୍ରଶ୍ନ କରିଥିଲେ ଯେ ପେପର ଲିକ୍ ଯୋଗୁଁ କେତେ ନିରୀହ ଛାତ୍ରଙ୍କ ଭବିଷ୍ୟତ ପ୍ରଭାବିତ ହୋଇଥିଲା, କେତେ ଲୋକ ଆହତ ହୋଇଥିଲେ ଏବଂ କେତେ ଅଭିଭାବକ ଦୁଃଖରେ ପଡ଼ିଥିଲେ। ସେ ଅମିତ ଶାହାଙ୍କୁ ପଚାରିଥିଲେ ଯେ ସେ କାହିଁକି କିଛି କହୁନାହାନ୍ତି । ପାଟି କେହି ବନ୍ଦ କରିଦେଇଛି କି ବୋଲି ପ୍ରଶ୍ନ କରିଥିଲେ ।

ଖାର୍ଗେ ମନ୍ତବ୍ୟ ଦେଇଥିଲେ ଯେ ନୂତନ ବିଲ୍ କେବଳ ସଂଖ୍ୟା ପରିବର୍ତ୍ତନ କରେ କିନ୍ତୁ ମୂଳ ସମସ୍ୟାର ସମାଧାନ କରିବାରେ ବିଫଳ ହୁଏ। ସେ ଦୃଢ଼ ଭାବରେ କହିଥିଲେ ଯେ ପ୍ରକୃତ ଆବଶ୍ୟକତା ହେଉଛି ପରୀକ୍ଷା ବ୍ୟବସ୍ଥାକୁ ଏପରି ଭାବରେ ମଜବୁତ କରିବା ଯାହା ଦ୍ୱାରା ପ୍ରଥମରୁ ପେପର ଲିକ୍ ନହୁଏ। ସେ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ ୨୦୨୪ରେ ଏହି ପଦକ୍ଷେପ କାହିଁକି ନିଆଯାଇ ନଥିଲା। ତାଙ୍କ ଅନୁସାରେ, ସେହି ସମୟରେ ଲୋକ ସଭା ନିର୍ବାଚନ ପାଖେଇ ଆସୁଥିଲା, ଏବଂ ସରକାର ରାଜନୈତିକ କାରଣରୁ ଏପରି ପଦକ୍ଷେପ ନେବାକୁ ଚାହୁଁ ନଥିଲେ।

ରାଜ୍ୟ ସଭାରେ ଆଲୋଚନା ବେଳେ ମଲ୍ଲିକାର୍ଜୁନ ଖାର୍ଗ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ନେଇ ଉଲ୍ଲେଖ କରିଥିଲେ । ଏହି ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଲଗାତାର ପେପର ଲିକ୍ ଏବଂ ଯୁବକଙ୍କ ସମସ୍ୟା ଉଠାଇ ଆସୁଥିଲେ। ସେ ଅଭିଯୋଗ କରିଥିଲେ ଯେ, ବିରୋଧୀ ଦଳକୁ ଶ୍ରେୟ ମିଳିବା ଭୟରେ ସରକାର ସେତେବେଳେ କୌଣସି ପଦକ୍ଷେପ ନେଇନଥିଲେ। ପରୀକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପରିବର୍ତ୍ତେ ସରକାର ଏଭଳି ଏକ ଆଇନ ଆଣିଥିଲେ, ଯାହାକୁ ଦୁଇ ବର୍ଷ ମଧ୍ୟରେ ସଂଶୋଧନ କରିବାକୁ ପଡ଼ିଛି । ତାଙ୍କ ମତରେ, ଏହି ବିଧେୟକ ସମସ୍ୟାର ସମାଧାନ ନୁହେଁ, ବରଂ ବର୍ତ୍ତମାନର ପରିସ୍ଥିତିକୁ ଶାନ୍ତ କରିବାର ଏକ ପ୍ରୟାସ। ଯୁବକଙ୍କ ବ୍ୟାପକ ବିରୋଧ ପରେ ସରକାର ବୁଝିପାରିଲେ ଯେ, ଆନ୍ଦୋଳନ ଆହୁରି ବଢ଼ିଲେ ରାଜନୈତିକ କ୍ଷତି ସହିବାକୁ ପଡ଼ିପାରେ । ସେହି କାରଣରୁ ସରକାର ଛାତ୍ରୀଛାତ୍ରଙ୍କ କିଛି ଦାବି ମାନିବାକୁ ବାଧ୍ୟ ହୋଇଥିବା ଅଭିଯୋଗ ସେ କରିଥିଲେ।

ଖାର୍ଗେ କହିଛନ୍ତି, CJPର ଆନ୍ଦୋଳନ ଏବଂ ବଢ଼ୁଥିବା ଚାପ ଯୋଗୁଁ ସରକାର ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷାମନ୍ତ୍ରୀ ପଦରୁ ହଟାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସରକାର ଏବଂ ପଦବୀ ବଞ୍ଚାଇବା ପାଇଁ ଏହି ପଦକ୍ଷେପ ନେଇଛନ୍ତି।।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?