ନୂଆଦିଲ୍ଲୀ,୧।୧୦: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ପରେ ଖାର୍ଗେଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ହସ୍ପିଟାଲକୁ ନିଆଯାଇଛି।
ସୂତ୍ର ଅନୁସାରେ, ଖାର୍ଗେଙ୍କ ଅବସ୍ଥା ସ୍ଥିର ଅଛି ଏବଂ ଡାକ୍ତରଙ୍କ ଏକ ଦଳ ତାଙ୍କ ଉପରେ ନିରନ୍ତର ନଜର ରଖିଛନ୍ତି। ହସ୍ପିଟାଲ ପ୍ରଶାସନ ଖୁବ ଶୀଘ୍ର ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏକ ବିସ୍ତୃତ ମେଡିକାଲ ବୁଲେଟିନ ଜାରି କରିବ ବୋଲି ଆଶା କରାଯାଉଛି।


