ଚିରଞ୍ଜୀବ-ମୋକିମ୍‌ଙ୍କୁ ନିଲମ୍ବନ ପରେ ତେଜିଲା କଂଗ୍ରେସ ରାଜନୀତି

ଭୁବନେଶ୍ବର, ୧୭ା୭(ସୁନିତ୍‌ ମିଶ୍ର): କଂଗ୍ରେସର ଦୁଇ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ଏବଂ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ନିଲମ୍ବିତ କରାଯିବା ପରେ ଦଳ ଭିତରେ ଜୋର୍‌ ଧରିଛି ରାଜନୀତି। ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି)ର ଏଭଳି ନିଷ୍ପତ୍ତି ପାଇଁ ଉଭୟ ନେତାଙ୍କ ସମର୍ଥକମାନେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକଙ୍କୁ ଦୋଷ ଦେଇଛନ୍ତି। ଅନ୍ୟପଟେ ଏହି ଦୁଇ ନେତାଙ୍କ ସମର୍ଥକମାନେ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ଦାବି କରିବା ସହ ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଛନ୍ତି। ମୋକିମ୍‌ ସିଧାସଳଖ ଦଳର ରାଜ୍ୟ ନେତୃତ୍ୱକୁ ଟାର୍ଗେଟ କରିଥିବା ବେଳେ ସୋମବାର ଚିରଞ୍ଜୀବ ଏକ ଖବରଦାତା ସମ୍ମିଳନୀ ଜରିଆରେ ତାଙ୍କ ପ୍ରତିକ୍ରିୟା ରଖିବେ ବୋଲି ଜଣାପଡ଼ିଛି।
ନିଲମ୍ବନ ଆଦେଶକୁ ନେଇ ମହମ୍ମଦ ମୋକିମ୍‌ କହିଛନ୍ତି ଯେ, ଯଦି କଂଗ୍ରେସ ଆସନ୍ତା ସାଧାରଣ ନିର୍ବାଚନରେ ଲଢ଼ିବାର ସୁଯୋଗ ନ ଦେବ ତେବେ ଲୋକଙ୍କ ସମର୍ଥନ ନେଇ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇ ରଣାଙ୍ଗନକୁ ଓହ୍ଲାଇବେ। ଅନ୍ୟ କୌଣସି ଦଳକୁ ଯିବେ ନାହିଁ। ତେଣୁ ଯେଉଁମାନେ ଚକ୍ରାନ୍ତ କରିଛନ୍ତି ସେମାନଙ୍କ ଯୋଜନା ପଣ୍ଡ ହେବ। ତାଙ୍କୁ ଦଳରୁ କାଢ଼ିବା ଲାଗି ଦଳର ମୁଖିଆ ଅର୍ଥାତ୍‌ ପରୋକ୍ଷରେ ସେ ଶରତ ପଟ୍ଟନାୟକଙ୍କୁ ଦୋଷ ଦେଇଛନ୍ତି। ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ଭୁଲ୍‌ଭଟକା ସମସ୍ତଙ୍କର ରହିଛି। ତାଙ୍କର ଏବଂ ବହୁ ଲୋକଙ୍କର ମଧ୍ୟ ଅନେକ ସ୍ଥାନରେ ଭୁଲ୍‌ ରହିଛି। ଚିରଞ୍ଜୀବ କଂଗ୍ରେସର ବରିଷ୍ଠ ନେତା ସ୍ବର୍ଗତ ବସନ୍ତ ବିଶ୍ୱାଳଙ୍କ ପୁଅ। ବସନ୍ତଙ୍କର କଂଗ୍ରେସ ପାଇଁ ବହୁ ଅବଦାନ ରହିଛି। ତେଣୁ ଯେଉଁ ନିଲମ୍ବନ ଆଦେଶ ଦିଆଯାଇଛି ଏହା ଉପରେ ତର୍ଜମା କରି ଏହାକୁ ପ୍ରତ୍ୟାହାର କରିବାକୁ ସୁର ଅନୁରୋଧ କରିଛନ୍ତି। ଅନ୍ୟପଟେ ବରିଷ୍ଠ ନେତା ଶରତ ରାଉତ କହିଛନ୍ତି, ଏଆଇସିସି ଯେଉଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତାକୁ ସମର୍ଥନ କରୁଛି। ଜାନକୀ-ବସନ୍ତ ଯୋଡ଼ି ଓଡ଼ିଶା ରାଜନୀତିର ସ୍ବର୍ଣ୍ଣିମଯୁଗ ନାଁରେ ଯେଉଁ ସମାବେଶ କରାଗଲା ସେଠାରେ ଦଳର ନେତୃତ୍ୱକୁ ଟାର୍ଗେଟ କରାଗଲା ଏହା ସମ୍ପୂର୍ଣ୍ଣ ଭୁଲ୍‌। ଏହାର ପ୍ରଚ୍ଛଦପଟ୍ଟରେ ଆହୁରି ଅନେକ ନେତା ଅଛନ୍ତି, ସେମାନଙ୍କ ବିରୋଧରେ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ପିସିସି ସଭାପତି କହିଛନ୍ତି, ସମସ୍ତଙ୍କ ଅବଦାନ ଯୋଗୁ କଂଗ୍ରେସ ଉଠିଛି। ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ବୋଲି ହାଇକମାଣ୍ଡ ନିଜେ କହିଥିଲେ। ତେଣୁ ହାଇକମାଣ୍ଡ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ଗ୍ରହଣ କରିଛନ୍ତି। ଏହାଦ୍ୱାରା କଂଗ୍ରେସର କିଛି କ୍ଷତି ହେବାର ନାହିଁ ବୋଲି ସେ କହିଛନ୍ତି।
ତେବେ ଏହି ଘଟଣାକୁ ନେଇ ଉଭୟ ନେତାଙ୍କ ସମର୍ଥକମାନେ କଂଗ୍ରେସ ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ମୋକିମ୍‌ଙ୍କ ସମର୍ଥକମାନେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ପିସିସି ସଭାପତିଙ୍କ ପୋଷ୍ଟର ଦାହ କରିଛନ୍ତି। ତୁରନ୍ତ ମୋକିମ୍‌ଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ସହ ଶରତ ପଟ୍ଟନାୟକଙ୍କ ବିରୋଧରେ ନାରାବାଜି ମଧ୍ୟ କରିଛନ୍ତି। ଅନ୍ୟପଟେ ଜଗତସିଂହପୁର ଜିଲାର ବିଭିନ୍ନ ସ୍ଥାନରେ ମଧ୍ୟ କଂଗ୍ରେସ କର୍ମୀମାନେ ଚିରଞ୍ଜୀବଙ୍କୁ ନିଲମ୍ବନ କରାଯିବା ନେଇ ପ୍ରତିବାଦ କରିବା ସହ ସଭାପତିଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ରାଜଧାନୀଠାରେ ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି ଯେ, ଅଗଣତାନ୍ତ୍ରିକ ପଦ୍ଧତିରେ ଉଭୟ ନେତାଙ୍କୁ ନିଲମ୍ବିତ କରାଯାଇଛି। ଯେଉଁସବୁ ଜିଲାରେ କଂଗ୍ରେସ ଶକ୍ତିଶାଳୀ ଅଛି ଏବଂ ଦୁଇ ନମ୍ବର ସ୍ଥାନରେ ରହିଛି ସେଠାରେ ଦଳକୁ ଦୁର୍ବଳ କରି ସ୍ଥାନୀୟ ନେତୃତ୍ୱଙ୍କୁ ଦଳରୁ ବିଦା କରି ଭାଜପାକୁ ଆଗକୁ ନେବା ଲାଗି ପିସିସି ସଭାପତି ଯୋଜନା କରୁଛନ୍ତି। ସଭାପତି ସମ୍ପୂର୍ଣ୍ଣ ଭାବେ ଭାଜପାକୁ ଆଗକୁ ନେବାକୁ ଚେଷ୍ଟା କରୁଛନ୍ତି। ପ୍ରଥମେ ଏଆଇସିସି ଉଭୟ ନେତାଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରୁ। ଏହାପରେ ସଭାପତି ପଦ ପରିବର୍ତ୍ତନ କରୁ ବୋଲି ଦଳର ସାଧାରଣ ସମ୍ପାଦକ ନାରାୟଣ ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଠିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri