Posted inଜାତୀୟ

କଂଗ୍ରେସ ବିଧାୟକଙ୍କ ପୁଅଙ୍କ ନାମରେ ନାବାଳିକା ବଳାତ୍କାର ମାମଲା

ଜୟପୁର,୨୭।୩: କଂଗ୍ରେସ ବିଧାୟକଙ୍କ ପୁଅଙ୍କ ସମେତ ୫ ଜଣ ୧୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରିଛନ୍ତି। ରାଜସ୍ଥାନର ଦାଉସା ଜିଲାରେ ଏଭଳି ଘଟଣା ଘଟିଥିବା ପୋଲିସ ଅଧିକାରୀ କହିଛନ୍ତି।

ପୋଲିସ ମୁଖ୍ୟ ଅଭିଯୁକ୍ତ ଦୀପକ ମୀନାଙ୍କୁ ଚିହ୍ନଟ କରିଛି। ସେ ଅଲଓ୍ବାର ଜିଲାର ରାଜଗଡ଼ ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ଥିବା ଜୋହରି ଲାଲ ମୀନାଙ୍କ ନୁଅ। ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ବିବେକ ଶର୍ମାଙ୍କ ନାମରେ ବଳପୂର୍ବକ ଟଙ୍କା ହଡପ କରିବା ମାମଲା ରୁଜୁ କରାଯାଇଛି। ସେ ଗଣବଳାତ୍କାର ଭିଡିଓ ଭାଇରାଲ ଧମକ ଦେଇ ପୀଡ଼ିତାଙ୍କଠାରୁ ୧୫ ଲକ୍ଷ ଟଙ୍କା ଏବଂ ସୁନାଅଳଙ୍କାର ନେଇଥିଲେ। ତାଙ୍କ ସମେତ ୫ ଅଭିଯୁକ୍ତଙ୍କ ନାମରେ ଗଣ ବଳାତ୍କାର ଏବଂ ପୋକ୍‌ସୋ ଆଇନରେ ମାମଲା ରୁଜୁ କରାଯାଇଛି ବୋଲି ଏସ୍‌ଏଚ୍‌ଓ ନାଥୁ ଲାଲ କହିଛନ୍ତି।

ଘଟଣାଟି ଫେବୃୟାରୀରେ ଘଟିଥିଲା। ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ମାହଓ୍ବା-ମାଣ୍ଡାଓ୍ବାର ରୋଡ୍‌ସ୍ଥିତ ଏକ ହୋଟେଲକୁ ନେଇ ଅପରାଧ ଘଟାଇଥିଲେ। ସେମାନେ ଅପରାଧର ଭିଡିଓ କରିବା ସହ ଭାଇରାଲ କରିବାକୁ ଧମକ ଦେଉଥିଲେ। ତେବେ ଘରୁ ଟଙ୍କା ଏବଂ ଅଳଙ୍କାର ନିଖୋଜ ହେବା ପରେ ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଚୋରି ଅଭିଯୋଗ କରିଥିଲେ। ଏହାର ତଦନ୍ତ ପରେ ବିବେକ ଶର୍ମାଙ୍କ ସମ୍ପୃକ୍ତି ଜଣାପଡ଼ିଥିଲା। ଏହାପରେ ପୀଡ଼ିତା ବଳାତ୍କାର ସମ୍ପର୍କରେ ଘର ଲୋକଙ୍କୁ କହିଥିଲେ ବୋଲି ଏସ୍‌ଏଚ୍‌ଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫସିରପ ଚାଲାଣର ପର୍ଦ୍ଦାଫାଶ କଲା ଦୁର୍ଘଟଣା, ତଳେ ପଡି ଗୋଟାଉଥିବା ବେଳେ ମାଡିବସିଲେ ଲୋକେ

ବଲାଙ୍ଗୀର,୧୩।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଦିନକୁ ଦିନ କଫସିରଫ ବେପାର ବଢିବାରେ ଲାଗିଛି l କଫସିରପ ମାଫିଆମାନେ ବିଭିନ୍ନ ସମୟରେ ବଡ଼ ବଡ଼ ଚାରିଚକିଆ…

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

ପ୍ରଥମେ ୫୦% ଟାରିଫ୍‌ ଧମକ, ଆଉ ଏବେ… ଇରାନ ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ନୂଆ ରଣନୀତି

ଓ୍ବାଶିଂଟନ୍‌,୧୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବର୍ତ୍ତମାନ ବୃଦ୍ଧି ପାଉଥିବାବେଳେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନ୍ୟ ଏକ କ୍ଷେତ୍ରରେ ଚାଇନା ସହିତ ଏକ ନୂତନ…

ଡାବୁଗାଁ ବନ ବିଭାଗର ଚଢାଉ: କଲରାପତରିଆ ବାଘ ଛାଲ ଜବତ, ୫ ଗିରଫ

ନବରଙ୍ଗପୁର,୧୩।୪( ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଡାବୁଗାଁ ବନ ବିଭାଗକୁ ସୋମବାର ଏକ ବଡ଼ ସଫଳତା ମିଳିଛି । ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରାସାଦ ବେହେରାଙ୍କ…

ବେପରୁଆ ଗାଡ଼ି ଚାଳନା; ଭାରସାମ୍ୟ ହରାଇ ଲିମ୍ବ ଗଛରେ ପିଟିହେଲା ହାଇଓ୍ବା, ତାପରେ….

ବଲାଙ୍ଗୀର,୧୩ା୪( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନ୍ ପାଲି ରାସ୍ତାରେ ହାଇଓ୍ବା ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସି ଖୁଜେନ…

ସୋସିଆଲ ମିଡିଆରେ ବିବାଦୀୟ ଫଟୋ ପୋଷ୍ଟ କଲେ ଟ୍ରମ୍ପ, ଯୀଶୁ ଖ୍ରୀଷ୍ଟଙ୍କ ରୂପରେ ଆସିଲେ ନଜର

ଓ୍ବାଶିଂଟନ,୧୩ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟାଥୋଲିକ ଚର୍ଚ୍ଚ ପ୍ରତି ତାଙ୍କର ସମାଲୋଚନାକୁ ଏକ ନୂତନ ସ୍ତରକୁ ନେଇଯାଇଛନ୍ତି । ପୋପ୍ ଲିଓଙ୍କୁ ସମାଲୋଚନା କରିବାର କିଛି…

ଦଣ୍ଡନାଚରେ ଗୋଷ୍ଠୀ ସଂଘର୍ଷ: ଗୋଟିଏ ପରିବାରର ୩  ଜଣଙ୍କୁ

ଆସିକା,୧୩।୪(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମରେ ଶନିବାର ରାତିରେରେ ଦଣ୍ଡନାଚ ଚାଲିଥିଲା ବେଳେ ଗଣ୍ଡଗୋଳ ହୋଇଥିଲ। ଏହି ଗଣ୍ଡଗୋଳରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri