Posted inଜାତୀୟ

ଜୟସାଲମେର ଗଲେ କଂଗ୍ରେସ ବିଧାୟକ

ଜୟସାଲମେର/ଜୟପୁର, ୧।୮(ପି.ଟି.): ରାଜସ୍ଥାନରେ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ ଜୟପୁର-ଦିଲ୍ଲୀ ଜାତୀୟ ରାଜପଥ ପାର୍ଶ୍ୱ ଏକ ହୋଟେଲରେ ଅବସ୍ଥାନ କରୁଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମର୍ଥକ କଂଗ୍ରେସ ବିଧାୟକମାନଙ୍କୁ ଶୁକ୍ରବାର ତିନୋଟି ଚାର୍ଟାର୍ଡ ବିମାନରେ ଜୟସାଲମେର ପଠାଇଦିଆଯାଇଛି। ଅଗଷ୍ଟ ୧୪ରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ହେବାକୁ ଥିବାବେଳେ ଏହା ପୂର୍ବରୁ ଘୋଡ଼ାବେପାର ଆଶଙ୍କା କରାଯାଉଛି। କଂଗ୍ରେସ ବିଧାୟକମାନଙ୍କୁ ଏକଜୁଟ କରି ରଖିବା ପାଇଁ ସେମାନଙ୍କୁ ଜୟସାଲମେର ପଠାଯାଇଥିବା ରାଜ୍ୟ ପରିବହନ ମନ୍ତ୍ରୀ ପ୍ରତାପ ସିଂ କହିଛନ୍ତି। ଜଣେ ହେଲେ ବିଧାୟକ ଯେପରି ପ୍ରଲୋଭିତ ହୋଇ ଅନ୍ୟ ଶିବିରକୁ ନ ଯାଆନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ଏଭଳି ରଣନୀତି ଆପଣାଇଛନ୍ତି। ବିଧାୟକମାନେ ଜୟସାଲମେରରେ ପହଞ୍ଚତ୍ବା ପରେ ସେଠାରୁ ସେମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବସ୍‌ ଓ ଅନ୍ୟ ଗାଡ଼ିରେ ହୋଟେଲ ସୂର୍ଯ୍ୟଗଡ଼କୁ ନିଆଯାଇଥିଲା। ଦୀର୍ଘଦିନ ଗୋଟିଏ ହୋଟେଲରେ ରହି ବୋରିଂ ହୋଇଯାଇଥିଲେ ବିଧାୟକ। ସେଥିପାଇଁ ସେମାନଙ୍କୁ ଜୟସାଲମେର ନିଆଯାଉଛି ବୋଲି ବିଧାୟକ ପ୍ରଶାନ୍ତ ବୈରଓ୍ବା ଜୟପୁର ବିମାନ ବନ୍ଦରରେ କହିଥିଲେ। ପ୍ରଥମେ ୫୪ ଜଣଙ୍କୁ ନିଆଯାଇଥିବାବେଳେ ଅନ୍ୟ ବିଧାୟକମାନଙ୍କୁ ଖୁବ୍‌ଶୀଘ୍ର ସ୍ଥାନାନ୍ତର କରାଯିବ। ଅଗଷ୍ଟ ୧୪ରେ ଅଧିବେଶନ ଆରମ୍ଭ ହେଲେ ଆସ୍ଥା ଭୋଟ ଲୋଡ଼ିବେ ବୋଲି ଗେହଲଟ ସୂଚନା ଦେବାର ଦିନକ ପରେ ବିଧାୟକମାନଙ୍କୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ତାଙ୍କ ସମର୍ଥକ ୧୮ ବିଧାୟକ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିବା ପରେ ଜୁଲାଇ ୧୩ରୁ କଂଗ୍ରେସ ବିଧାୟକମାନେ ଜୟପୁର ହୋଟେଲରେ ରହିଥିଲେ।

ଚିଫ୍‌ ହୁଇପ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ରାଜସ୍ଥାନର ବହିଷ୍କୃତ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ୧୮ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଇଁ ଜୁଲାଇ ୨୪ରେ ହାଇକୋର୍ଟ ବିଧାନସଭା ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ କଂଗ୍ରେସ ମୁଖ୍ୟ ହୁଇପ୍‌ ମହେଶ ଜୋଷୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଆଇନଜୀବୀ ବରୁଣ ଚୋପ୍ରାଙ୍କ ଜରିଆରେ ଦାଖଲ ହୋଇଥିବା ପିଟିଶନରେ ହାଇକୋର୍ଟଙ୍କ ରାୟ ଅସାମ୍ବିଧାନିକ ଏବଂ ବେଆଇନ ବୋଲି କୁହାଯାଇଛି। ବାଚସ୍ପତି ସି.ପି. ଜୋଷୀ ମଧ୍ୟ ହାଇକୋର୍ଟଙ୍କ ରାୟ ବିରୋଧରେ ଗତ ୨୯ରେ ସୁପ୍ରିମକୋର୍ଟରେ ଅପିଲ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri