ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ସଂଗ୍ରାମଙ୍କ ପରଲୋକ

ଭୁବନେଶ୍ୱର,୧୯।୮(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ତଥା ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ମାତ୍ର ୪୪ ବର୍ଷ ହୋଇଥିଲା। ସେ କରୋନା ସଂକ୍ରମିତ ହେବା ପରେ ଗୁରୁତର ହୋଇପଡ଼ିଥିଲେ। ମେ’ ଶେଷ ସପ୍ତାହରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ନିଆଯାଇଥିଲା। ସେଠାରେ ତାଙ୍କର ଇକ୍‌ମୋ ଚିକିତ୍ସା ଚାଲିଥିଲା। ୮୪ ଦିନ ହେବ ଚିକିତ୍ସାରେ ରହିବା ପରେ ସକାଳେ ତାଙ୍କର ହୃଦଘାତରେ ପରଲୋକ ଘଟିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି।